www.samajalive.in
Monday, December 15, 2025
24.1 C
Bhubaneswar

ଅସହାୟ ପରିବାରଙ୍କୁ ସହାୟତା ପାଇଁ ବ୍ଲକ ଅଧ୍ୟକ୍ଷାଙ୍କ ସହ ଆଲୋଚନା

ସଇଁତଳା , ବଡ଼ମାଲ : ସରକାର ଗରିବ ଏବଂ ନିମ୍ନ ବର୍ଗର ଲୋକମାନଙ୍କ ପାଇଁ ଅନେକ ଯୋଜନା କରିଥିଲେ ସୁଦ୍ଧା ତାହା ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହୋଇପାରୁ ନାହିଁ, ୨୨ ଟି ପଞ୍ଚାୟତକୁ ନେଇ ଗଠିତ ସଇଁତଳା ବ୍ଲକରେ ସରକାରୀ ଯୋଜନା ଲୋକଙ୍କ ପାଖକୁ ପହଞ୍ଚି ପାରୁନାହିଁ ଓ ଉଣା ଅଧିକେ ଯାହା ପହଞ୍ଚୁଛି ତାହା ଯୋଗ୍ୟ ହିତାଧିକାରୀ ପାଖକୁ ପହଞ୍ଚୁ ନାହିଁ।ତେବେ ଏହିଭଳି ପରିସ୍ଥିତିରେ ସରକାରୀ ଯୋଜନାକୁ କିଭଳି ଭାବରେ ତୃଣମୂଳ ସ୍ତରକୁ ପହଞ୍ଚାଇ ଅନେକ ଗୁଡିଏ ସରକାରୀ ଯୋଜନାରେ ଗରିବ ତଥା ଶ୍ରମିକ ଗୋଷ୍ଠିର ଲୋକଙ୍କୁ ସାମିଲ କରାଯିବ ତାହା ନେଇ ଆଜି ସୁକନ୍ୟା ଶକ୍ତି ସଂଗଠନ ସଇଁତଳା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇଙ୍କ ଠାରେ ଦାବି କରିବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ଆଲୋଚନା କରିଥିଲେ। ଆଲୋଚନା ପରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିଂ ଭୋଇ ବିଭିନ୍ନ ସରକାରୀ ଯୋଜନାରେ ଗରିବ ଓ ଯୋଗ୍ୟ ହିତାଧିକାରୀକୁ ସାମିଲ କରାଯିବ ବୋଲି ପ୍ରକାଶ କରିଛନ୍ତି। ଏଥିରେ ସୁକନ୍ୟା ଶକ୍ତି ସଂଗଠକର ଜିଲ୍ଲା ସଂଯୋଜକ ଚନ୍ଦ୍ରମଣି ସାହୁ, ବ୍ଲକ ସୁପରଭାଇଜର ସଙ୍ଗୀତା ସାହୁ, ସଭାପତି ପିଙ୍କି କୁମ୍ଭାର, ସଭାନେତ୍ରୀ ସୁଜାତା ଦାସ, କେରମେଲି ପଞ୍ଚାୟତ କୋଡିନେଟର ଜାନବୀ ବାଗ, ଇପସା ମଲ୍ଲିକ,କୁଇକେଡା ଜିପି କୋଡିନେଟର ପୁଷ୍ପାଞ୍ଜଳି ନାଗ, ଦ୍ରୋପୋଦି ନାଗ, ସିସକେଲା କୋଡ଼ିନେଟର ପ୍ରିୟଙ୍କା କୁମ୍ଭାର ଓ ଆମ୍ବପାଲି କୋଡ଼ିନେଟର ସଂଯୁକ୍ତା ମହାନନ୍ଦ ପ୍ରମୁଖ ସାମିଲ ହୋଇଥିଲେ।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories