www.samajalive.in
Saturday, December 13, 2025
15.1 C
Bhubaneswar

କୁଲଡିହାରେ ଖେଳୁଛନ୍ତି ଯମଜ ହସ୍ତୀ !

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟରେ ପ୍ରଥମଥର କରି ଯମଜ ହସ୍ତୀ ବା ଯାଆଁଳା ହାତୀଛୁଆ ଠାବ କରାଯାଇଛି । ପ୍ରାୟ ୩/୪ମାସର ଏହି ହାତୀ ସନ୍ତାନ ୨/୩ଦିନ ପୂର୍ବରୁ ଅଭୟାରଣ୍ୟର ଯୋଡ଼ାଚୁଆ ଅଞ୍ଚଳକୁ ଆସିଥିଲେ । ସେଠାରେ ବନବିଭାଗ ପକ୍ଷରୁ ବିଛା ଯାଇଥିବା ଲୁଣିମାଟି ଖାଇବାକୁ ମା’ ସହ ଦୁଇ ଛୁଆ ହାତୀ ଆସିଥିବା ଦେଖିବାକୁ ମିଳିଛି । ଉଭୟ ହାତୀଛୁଆ ବନକର୍ମଚାରୀଙ୍କୁ ଦେଖିଲେ କୁଆଡ଼େ ନଯାଇ ସେମାନଙ୍କ ସମ୍ମୁଖରେ ରହି ନାଚକୁଦରେ ମସଗୁଲ ରହୁଥିବା ସୂଚନା ମିଳିଛି । ଏହି ହାତୀଛୁଆ ଦ୍ୱୟ ଅଭୟାରଣ୍ୟର ଯୋଡ଼ାଚୁଆ, ଗଡ଼ସିମୁଳିଆ, ଜୁରିଆତୋଟା, ମେଛକୁଣ୍ଡ ପ୍ରଭୃତି ଅଞ୍ଚଳରେ ଘୂରି ବୁଲୁଥିବା ଜଣାଯାଇଛି । ଚାକିରି କାଳ ଭିତରେ ଏଭଳି ଯମଜ ହସ୍ତୀଙ୍କୁ କେବେ ହେଲେ ଦେଖିନଥିଲେ ବୋଲି କହିଛନ୍ତି କୁଲଡିହା ରେଞ୍ଜର ଅନନ୍ତ ଜେନା । ତେବେ ଏହା ନିଶ୍ଚିତ ବନବିଭାଗ ପାଇଁ ଶୁଭସଂକେତ ବୋଲି ଅନେକ ମତ ରଖିଛନ୍ତି । କୁଲଡିହା ବନବିଭାଗ ପକ୍ଷରୁ ଏମାନଙ୍କୁ ସୁରକ୍ଷାକୁ ଦ୍ୱିଗୁଣିତ କରାଯାଇଥିବା ସୂଚନା ମିଳିଛି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories