www.samajalive.in
Thursday, December 11, 2025
23.1 C
Bhubaneswar

ଦିନକୁ ୧୦ଘଣ୍ଟା ଚାଲିବ ପାକିସ୍ତାନରେ ସରକାରୀ କାର୍ଯ୍ୟାଳୟ

ଇସଲାମାବାଦ: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଦେଶର ଅର୍ଥନୀତିକୁ ସୁଧାରିବା ଲାଗି ପଦକ୍ଷେପ ନେଇଛନ୍ତି। ପ୍ରଥମ ନିଷ୍ପତ୍ତି କ୍ରମେ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଦୈନିକ ୧୦ଘଣ୍ଟା ଚାଲିବାକୁ ନିର୍ଦେଶ ଦେଇଛନ୍ତି। ସରକାରୀ କର୍ମଚାରୀମାନେ ସକାଳ ୧୦ଟାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ। ସେହିପରି ସପ୍ତାହିକ ୨ଦିନ ଛୁଟି ପରିବର୍ତ୍ତେ ଗୋଟିଏ ଦିନ ଛୁଟି ମିଳିବ। ଅନ୍ୟପଟେ ଶପଥ ଗ୍ରହଣର ଦିନକ ପରେ ସେହବାଜ ତାଙ୍କ କ୍ୟାବିନେଟ ଗଠନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପାକିସ୍ତାନ ମୁସଲିମ୍ ଲିଗ-ନୱାଜ (ପିଏମ୍‌ଏଲ୍‌-ଏନ୍‌) ନେତୃତ୍ବ ସରକାରକୁ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ସମର୍ଥନ କରୁଛି। ତେଣୁ ନୂଆ ସରକାରରେ ବିଲାୱାଲକୁ ବୈଦେଶିକ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଛି।

ବୈଦେଶିକ ମନ୍ତ୍ରଣାଳୟ ସମେତ ପିପିପିକୁ ଆଉ ୬ଟି ମନ୍ତ୍ରଣାଳୟ ମିଳିବାର ଅଛି। ଏହା ସହିତ ପିଏମ୍‌ଏଲ୍‌-ଏନ୍‌ ନେତା ରାଣା ସାନାଉଲ୍ଲାଙ୍କୁ ଆଭ୍ୟନ୍ତରୀଣ ବ୍ୟାପାର ଓ ମରିୟମ ଔରଙ୍ଗଜେବ୍‌ଙ୍କୁ ସୂଚନା ପ୍ରସାରଣ ମନ୍ତ୍ରୀ ହେବେ। ୨୦୧୭ରେ ବୈଦେଶିକ ମନ୍ତ୍ରୀ ଥିବା ଖାୱାଜା ମହମ୍ମଦ ଆସିଫଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଦିଆଯିବ। ମିଫତା ଇସମାଇଲ୍‌ଙ୍କୁ ଅର୍ଥନୈତିକ ବ୍ୟାପାର ମନ୍ତ୍ରଣାଳୟ ମିଳିବ। ସୋମବାର ସେହବାଜ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଭାରତ ସହିତ ସୁସମ୍ପର୍କ ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ନୂଆ ପ୍ରଧାନମନ୍ତ୍ରୀ ଭାବେ ସେହବାଜଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଥିଲେ। ମୋଦୀଙ୍କ ଅଭିନନ୍ଦନ ପାଇଁ ସେହବାଜ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories