www.samajalive.in
Friday, December 12, 2025
27.1 C
Bhubaneswar

କତରବଗାରେ ନବନିର୍ମିତ କପିଳେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମାପିତ

ରେଙ୍ଗାଲି -ରେଙ୍ଗାଲି ବ୍ଳକ୍‌  ର କତରବଗା ଗ୍ରାମ ରେ  ଗତ ୪ ତାରିଖ ରୁ ଆରମ୍ଭ ହୋଇଥିବା ନବନିର୍ମିତ କପିଳେଶ୍ୱର ମହାଦେବ ମନ୍ଦିର ର ପ୍ରତିଷ୍ଠା ଉତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି ।  ଗ୍ରାମବାସୀ ଏବଂ ଆଦିତ୍ୟ ଆଲୁମିନା ର ସହାଯ୍ୟ ଏବଂ ସହଯୋଗ ରେ ନିର୍ମିତ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ପ୍ରତିଦିନ ଭଜନ,  ଏବଂ ବିଭିନ୍ନ ପ୍ରକାର ସାଂସ୍କୃତିକ ତଥା ମନୋରଞ୍ଜନ କାର୍ଯୟକ୍ରମ ଆୟୋଜିତ ହୋଇଥିଲା । ୪ତାରିଖ ସୋମବାର କୁମ୍ଭ ପ୍ରତିଷ୍ଠା ପୂଜା ଆୟୋଜିତ ହୋଇଥିବା ବେଳେ ୫ ତାରିଖ ମଙ୍ଗଳବାର ଦିନ ଦେବମଣ୍ଡଳ,ବୁଧବାର ଦିନ କଳସଯାତ୍ରା ଏବଂ ଅଧିବାସ । ଗୁରୁବାର ଦେବତା ଆବାହନ ଏବଂ ମଣ୍ଡଳ ପୂଜା । ଶୁକ୍ରବାର ସୂର୍ଯ୍ୟ ପୂଜା ଏବଂ ଦେଉଲ ପ୍ରତିଷ୍ଠା । ଶନିବାର ମହାସ୍ନାନ,ଜଳାଧିବାସ ଏବଂ ଅଭିଷେକ । ରବିବାର ଷୋଢଶ ଉପଚାର ପୂଜା ଏବଂ ସିଂହାରବେଶ ପୂଜା । ସୋମବାର ଦିନ ପୂର୍ଣାହୂତି ଏବଂ ଘଟ ବିସର୍ଜନ ବିଧି ସମ୍ପନ୍ନ ହୋଇଥିଲା । ମନ୍ଦିର ପ୍ରତିଷ୍ଠା ମହୋତ୍ସବ ରେ ଶ୍ରଦ୍ଧାଲୁ ଭକ୍ତ ଙ୍କ ପ୍ରବଳ ଗହଲି ଲାଗି ରହିଥିଲା ।

ବଦ୍ରି ନାରାୟଣ ଶତପଥୀ,ବଳରାମ ସାହୁ ମନୋଜ ବିଶ୍ୱାଳ, ଶ୍ରୀନିବାସ ସାହୁ,ପ୍ରଦୀପ ସାହୁ ପ୍ରମୁଖ ସପତ୍ନୀକ କର୍ତ୍ତା ଦାୟିତ୍ୱ ତୁଲାଇଥିବା ବେଳେ ଜନ୍ମାଜୟ ଶତପଥୀ, ଅମୀୟ ଶତପଥୀ,ବୀରେନ୍‌ ଦାସ ପୂଜକ ଦାୟିତ୍ୱ ତୁଲାଇଥିଲେ । କ୍ରିଷ୍ନା ବିଶ୍ୱାଲ ଓ ଦିଲ୍ଲପ ଶତପଥୀ ପୂଜା କାର୍ଯ୍ୟ ରେ ସହଯୋଗ କରିଥିଲେ ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories