www.samajalive.in
Sunday, December 14, 2025
14.1 C
Bhubaneswar

ଖାଇବା ମଝିରେ ପାଣି ପିଉଛନ୍ତି କି? ହୋଇପାରେ ଏପରି ସମସ୍ୟା

ସାଧାରଣତଃ ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଇବା ବହୁ ଲୋକଙ୍କ ଅଭ୍ୟାସ। କେହି କେହି ଖାଇବା ମଝିରେ ମଧ୍ୟ ଦୁଇ ତିନି ଥର ପାଣି ପିଇଥା’ନ୍ତି ।
ହେଲେ କ’ଣ ଆପଣ ଜାଣନ୍ତି ଏହି ଅଭ୍ୟାସ ଆମ ଶରୀର ପାଇଁ କେତେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ? ଖାଇବା ମଝିରେ ପାଣି ପିଇବା ଦ୍ୱାରା ଆମ ପେଟ ଉପରେ ଖରାପ ପ୍ରଭାବ ପଡିଥାଏ। ଏହା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମ୍ ହୋଇଯାଇଥାଏ। ତେବେ ଚାଲନ୍ତୁ ଜାଣିବା ଏହା କିପରି ଶରୀରକୁ କ୍ଷତି ପହଞ୍ଚାଇଥାଏ –

• ଖାଇବା ମଝିରେ ପାଣି ପିଇବା ଦ୍ୱାରା ଶରୀରରେ ଇନ୍ସୁଲିନର ସ୍ତର ବଢ଼ିଥାଏ। ଏହାଦ୍ୱାରା ଆମର ପାଚନତନ୍ତ୍ର ପ୍ରତିକୂଳ ଭାବେ ପ୍ରଭାବିତ ହୋଇଥାଏ। ରକ୍ତରେ ଗ୍ଲୁକୋଜର ମାତ୍ରା ମଧ୍ୟ ବଢ଼ିଯାଇଥାଏ।
• ଖାଇବା ମଝିରେ ପାଣି ପିଇବା ମୋଟାପଣର କାରଣ ହୋଇଥାଏ। ଏମିତି କରୁଥିଲେ ପାଚନତନ୍ତ୍ର ଖୁବ୍‍ଶୀଘ୍ର ଦୁର୍ବଳ ହୋଇଯିବ ।
• ଖାଇବା ମଝିରେ ପାଣି ପିଇବା ଦ୍ୱାରା ଖାଦ୍ୟ ହଜମ ହୋଇ ନ ଥାଏ। ପେଟ ଭିତରେ ଖାଦ୍ୟ ଅଧିକ ସମୟ ରହିବା ଦ୍ୱାରା ଗ୍ୟାସ୍ ହୋଇଥାଏ। ପେଟ ଓ ଛାତିରେ ଜଳାପୋଡ଼ା ହୁଏ। ଏହାସହ ବିଭିନ୍ନ ରୋଗ ଆକ୍ରମଣ କରିଥାଏ।

Hot this week

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

Related Articles

Popular Categories