www.samajalive.in
Monday, December 8, 2025
20.1 C
Bhubaneswar

ଆୟୁଷ୍ମାନ୍‌ଙ୍କ ପତ୍ନୀଙ୍କୁ କର୍କଟ ରୋଗ

ଆୟୁଷ୍ମାନ୍ ଖୁରାନା ନିଜ ବ୍ୟକ୍ତିଗତ ଜୀବନଶୈଳୀକୁ ଗଣମାଧ୍ୟମଠାରୁ ଯଥେଷ୍ଟ ଦୂରେଇ ରଖିବାକୁ ଚେଷ୍ଟା କରନ୍ତି। ବିଭିନ୍ନ ମହଲରୁ ନିଜ ଅଭିନୟ ପାଇଁ ପ୍ରଶଂସା ପାଇଥିବା ଏଇ ଅଭିନେତା ନିକଟରେ ପତ୍ନୀ ତାହିରା କଶ୍ୟପଙ୍କ ନିମନ୍ତେ ଖୁବ୍ ଚିନ୍ତାରେ ରହୁଛନ୍ତି। ତାହିରା କର୍କଟ ରୋଗର ପ୍ରଥମ ଷ୍ଟେଜ୍‌ରେ ଆକ୍ରାନ୍ତ। ଏପରି ସ୍ଥଳେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ବଧାଇ ହୋ’ର ପ୍ରଚାର କାମ ମଧ୍ୟ ଚାଲିଛି। ଦୁଇ ପୁଅଝିଅ ମଧ୍ୟ ଖୁବ୍ ଛୋଟ ଅଛନ୍ତି। ଆୟୁଷ୍ମାନ୍ କହିଛନ୍ତି, ପତ୍ନୀଙ୍କ ଏଇ ରୋଗ ସମ୍ପର୍କରେ ପ୍ରଥମେ ଯେତେବେଳେ ପରୀକ୍ଷାରୁ ଜଣାପଡ଼ିଲା, ସେ ଭାବିଲେ ଭୁଲରେ ବୋଧହୁଏ ଅନ୍ୟ କାହାରି ରିପୋର୍ଟ ସେ ପାଇଛନ୍ତି। ସେ ଯେପରି ବିଶ୍ବାସ କରିବାକୁ ଆଦୌ ପ୍ରସ୍ତୁତ ନଥିଲେ ଯେ ତାହିରା କର୍କଟରେ ଆକ୍ରାନ୍ତ। ଏଭଳି ସ୍ଥିତିରେ କିଭଳି କାମ କରିବେ ସେ ନେଇ ଚିନ୍ତିତ ଥିଲେ ଆୟୁଷ୍ମାନ୍। ସୁଟିଂରୁ କିଛିଦିନ ବିରତି ନେଇ ପତ୍ନୀଙ୍କ ପାଖରେ ରହିଲେ ସେ। ପରେ ତାହିରା ହିଁ ତାଙ୍କୁ ଉପଦେଶ ଦେଇଥିଲେ ଯେ ସବୁ କାମ ଠିକ୍ ଭାବେ ହେବ। ଏବେ ଆୟୁଷ୍ମାନ୍ ଚଳଚ୍ଚିତ୍ର ପ୍ରଚାର କାମରୁ ବିରତି ନେଇଥିଲାବେଳେ ପତ୍ନୀଙ୍କୁ ନିୟମିତ ଭାବେ ଡାକ୍ତରଖାନା ନେବାରେ ଆଦୌ ଅବହେଳା କରୁନାହାନ୍ତି। ତାଙ୍କ ପତ୍ନୀ ଶୀଘ୍ର ଆରୋଗ୍ୟ ହୁଅନ୍ତୁ, ଏହା ହିଁ ସେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ବୋଲି ସୋସିଆଲ ସାଇଟ୍‌ରେ ଉଲ୍ଲେଖ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories