ରେଙ୍ଗାଲି: ଖିଣ୍ଡା ପଞ୍ଚାୟତର ବାବୁଖିଣ୍ଡା ଗ୍ରାମରେ ଭିଏସଏସ୍ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏଥିରେ ୧୬ଟି ଟିମ ଅଂଶଗ୍ରହଣ କରିଥିଲେ। ଫାଇନାଲରେ ରେମଜା ଏକାଦଶ ରେଙ୍ଗାଲି ଏକାଦଶକୁ ପରାସ୍ତ କରି ଚମ୍ପିଆନ ହୋଇଥିଲା। ଖେଳ ଶେଷରେ ଆୟୋଜିତ ଟ୍ରଫି ପ୍ରଦାନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜିଲା ବିଜେଡ଼ି ଉପସଭାପତି କିରଣ ବେହେରା ଯୋଗଦେଇ ଥିବାବେଳେ ସମ୍ମାନୀତ ଅତିଥି ଭାବରେ ରେଙ୍ଗାଲି ବ୍ଳକ ବିଜେଡ଼ି ଛାତ୍ର ସଭାପତି ବାବୁଲୁ ରାଉତ, ବିଜେଡି ରାଜ୍ୟ ପରିଷଦ ସଭ୍ୟ ଶ ଗାନ୍ଧି ବେହେରା, ସରପଞ୍ଚ ସନ୍ଧ୍ୟାରାଣୀ ପଧାନ, ସମିତି ସଭ୍ୟା ଅନୀତା ସିଂ, ନାଏବ ସରପଞ୍ଚ ଲାଲ ବୀରେନ୍ଦ୍ର ସାଏ ପ୍ରମୁଖ ଯୋଗଦେଇ ବିଜେତା ଦଳ ରେମଜାକୁ ୨୨ହଜାର ଟଙ୍କା ସହ ଟ୍ରଫି ଓ ପରାଜିତ ଦଳ ରେଙ୍ଗାଲିକୁ ୧୬ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିବା ସହିତ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
Popular Categories



