www.samajalive.in
Saturday, December 13, 2025
26.1 C
Bhubaneswar

ମୁମୂର୍ଷୁ ଅବସ୍ଥାରେ ଅଚିହ୍ନା ବୃଦ୍ଧଙ୍କୁ ଉଦ୍ଧାର କଲେ ଯୁବ ସମାଜସେବୀ -ଚିକିତ୍ସା ପରେ ଅନାଥାଶ୍ରମରେ ଥଇଥାନ କଲା ଜିଲ୍ଲା ପ୍ରଶାସନ

କଲମପୁର :ରଖେ ହରି ତ ମାରେ କିଏ।ଦେବଦୂତ ସାଜି ନୂତନ ଜୀବନ ପ୍ରଦାନ କରିବାରେ ଉଦ୍ୟମ କରି ଠିକଣାହୀନ ଅସହାୟ ବୃଦ୍ଧକୁ ଉଦ୍ଧାର କଲେ ଯୁବ ସମାଜସେବୀ ।ମାନବିକତାର ପରିଚୟ ଦେଇ ବୃଦ୍ଧଙ୍କ ସେବାରେ ଲାଗିପଡିଲେ ଯୁବ ସମାଜସେବୀ।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଧିନସ୍ଥ ଡୁମେରପଦର ଗ୍ରାମରେ ଶୁକ୍ରବାରରେ ସୁଜନ ନାଏକ ଏବଂ କୁନାଲ ନାଏକଙ୍କ ସମେତ ସ୍ଥାନୀୟ କିଛି ଯୁବ ସମାଜସେବୀ ଏକ ଅପରିଚିତ ଅସହାୟ ବୃଦ୍ଧଙ୍କୁ ମୁମୂର୍ଷ ଅବସ୍ଥାରେ ଏକ ଖାଲରୁ ଉଦ୍ଧାର କରି ସେବା କରିବା ଭଳି ମହତ କାର୍ଯ୍ୟକୁ ସ୍ଥାନୀୟ ଲୋକ ପ୍ରଶଂସା କରିଛନ୍ତି  ।ଏହି ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରି ପ୍ରଥମେ   ଗାଧୋଇ ପରିଷ୍କାର କରି ପରେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।

- Advertisement -

ବୃଦ୍ଧ ଜଣକ  କିଛିଦିନ ହେବ ଭୋକିଲା ଅବସ୍ଥାରେ ରହିଥିଲେ ଏବଂ  ତାଙ୍କର ଏକ ଅଙ୍ଗ ପକ୍ଷାଘାତ ଆକ୍ରାନ୍ତ ହୋଇଥିଲା ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ । ଯୁବ ସମାଜସେବୀ ସୁଜନ ନାଏକ ଏ ସଂକ୍ରାନ୍ତରେ ବ୍ଲକ ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରିଥିଲେ । ସୂଚନା ପାଇ ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ସୁଭକାନ୍ତ ନାଏକ, ଜିପିଇଓ ଜ୍ଞାନ ରଞ୍ଜନ ଭୋଇ,ଡବ୍ଲ୍ୟୁ ଇଓ ଗଙ୍ଗାଧର ବେହେରା ଏବଂ ବ୍ଲକ ଯୋଗାଣ ଅଧିକାରୀ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚି ବୃଦ୍ଧ ଜଣକର ସ୍ବାସ୍ଥ୍ୟବସ୍ଥା ବୁଝି ବୃଦ୍ଧ ଜଣକର ଆଶ୍ରୟ ପାଇଁ କିଭଳି ଥଇଥାନର ବ୍ୟବସ୍ଥା ହୋଇପାରିବ ସେଥିପ୍ରତି ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରିଥିଲେ ।

ଯୁବ ସମାଜସେବୀ ସୁଜନ ନାଏକ ବୃଦ୍ଧଙ୍କ ସେବାରେ ନିଜ ମାନବିକତା ପୂର୍ବକ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୂ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ନେଇ ସେଠାରେ ଚିକିତ୍ସା କରାଇଥିଲେ। ବୃଦ୍ଧଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ହେଲାପରେ ଜିଲ୍ଲା ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ବିଭାଗର କର୍ମଚାରୀ ଅରୁଣ ମହାପାତ୍ରଙ୍କ ଉପସ୍ଥିତିରେ ବୃଦ୍ଧଙ୍କୁ ଧର୍ମଗଡ ଯଶୋଦା ଅନାଥାଶ୍ରମରେ ଥଇଥାନ କରାଯାଇଛି । ଏଥିରେ ଖୁସି ଚେରିଟେବୁଲ ଟ୍ରଷ୍ଟର ଯଶୋବନ୍ତ ରଣା ଏବଂ ରାଜେଶ ଗଉଡ ସହଯୋଗ କରିଥିଲେ।

ସୂଚନାଯୋଗ୍ୟ ଯେ ଆଜିକୁ ଏକ ବର୍ଷ କାଳ ହେଲା ଡୁମେରପଦର ଗାଁରେ ଏହି ଅଜଣା ବୃଦ୍ଧ ରହିଆସୁଥିଲେ। ବୃଦ୍ଧ ଜଣକର କୌଣସି ପରିଚୟ ନାହିଁ ଘର କେଉଁଠି ସେ କେଉଁ ଭାଷାରେ କଥା ହେଉଛନ୍ତି ତାହା ମଧ୍ୟ ସ୍ଥାନୀୟ ଲୋକେ ବୁଝିପାରୁନଥିବା ଜାଣିବାକୁ ମିଳୁଛି । ଘରଘର ବୁଲି ଭିକ୍ଷାବୃତ୍ତି କରି ନିଜ ଜୀବନ ଅତିବାହିତ କରିଆସୁଥିଲେ । ଖରା ବର୍ଷା ଶୀତ ଓ କାକରରେ, କେବେ ଗଛତଳେ ତ କେବେ ରାସ୍ତା କଡ଼ରେ ତ ପୁଣି କେବେ ଭଂଗା କୁଡିଆରେ ରାତ୍ରି ଯାପନ କରି ଆସୁଥିବା ଜଣାପଡିଛି।ଦିନକୁ ଦିନ ବୃଦ୍ଧଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହୋଇପଡୁଥିବା ବେଳେ ମୃତ୍ୟୁ ସହିତ ସଂଗ୍ରାମ କରିଚାଲିଥିଲେ,  ଯୁବ ସମାଜସେବୀଙ୍କ ଏହି ଅସହାୟ ବୃଦ୍ଧଙ୍କୁ ଏପରି ସେବା ମନୋଭାବ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories