www.samajalive.in
Friday, December 12, 2025
16.1 C
Bhubaneswar

ଜଳୁଛି ଇଟାଭାଟି, ବଢୁଛି ଗରମ – ପ୍ରଦୂଷଣରେ ଆଉଟୁ ପାଉଟୁ ସାଧାରଣ ଜନତା, ଗ୍ରୀନ୍‌ ଟ୍ରିବୁନାଲ୍‌ ଏବଂ ସରକାରୀ ନିର୍ଦ୍ଦେଶନାମାକୁ ଆଖିଠାର

ରେଙ୍ଗାଲି – ଗ୍ରୀନ୍‌ ଟ୍ରିବୁନାଲ୍‌ଙ୍କ ନିର୍ଦ୍ଦେଶ ଏବଂ ସରକାରୀ ନିୟମ କାନୁନ୍‌ କୁ ଖାତିର ନକରି ରେଙ୍ଗାଲି ତହସିଲ ଅଞ୍ଚଳ ରେ ଯିଏ ଯେଉଁଠି ପାରିଲା ଇଟାଭାଟି ସ୍ଥାପନ କରିଛନ୍ତି । ବ୍ୟବସାୟ ପାଇଁରେ ଇଟା ଛତୁ ଫୁଟିଲା ପରି ରେଙ୍ଗାଲି ତହସିଲ୍‌ରେ ଦେଖିବା ପାଇଁ ମିଳୁଛି । ହେଲେ ବିଭାଗୀୟ ଅଧିକାରୀମାନଙ୍କର ଏଥି ପ୍ରତି ଦୃଷ୍ଟି ନାହିଁ । ଇଟାଭାଟି ଜଳିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷଣ ହେଉଥିବା ବେଳେ ଗରମ ବି ବଢିଛି ।

ଜାତୀୟ ଗ୍ରୀନ୍‌ ଟ୍ରିବୁନାଲ୍‌ ମାଟି ତିଆରି ଇଟା ଭାଟି କୁ ସମ୍ପୂର୍ଣ ନିଷେଧ ବୋଲି ନିର୍ଦ୍ଦେଶ ଦେବା ପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ବିଜ୍ଞପ୍ତି ସଂଖ୍ୟା ଇଏନ୍‌ଭି/୧/୧୯/୨୦୧୪(ପିଟି) ୧୩୭୫/ଏଫ୍‌ଓଇ ତା.୧/୧/୨୦୧୬ ମାଧ୍ୟମ ରେ ରାଜ୍ୟ ରେ ମାଟି ତିଆରି ଇଟା ଭାଟି ଉପରେ ନିଷେଧାଦେଶ ଜାରି କରାଯାଇଛି । କେବଳ ଫ୍ଲାଇ ଆସ୍‌ ରେ ଇଟା ନିର୍ମାଣ କୁ ବୈଧ ବୋଲି ଟ୍ରିବୁନାଲ୍‌ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥା ସରକାର ଘୋଷଣା କରାଯାଇଛି । ଇଟା ର ଚାହିଦା ମେଣ୍ଟାଇବା ପାଇଁ ଫ୍ଲାଇ ଆସ୍‌ ଇଟା ନିର୍ମାଣ କୁ ସରକାର ପ୍ରୋତ୍ସାହନ ଦେବାକୁ ସବୁଜ ସଙ୍କେତ ଦେଇଛନ୍ତି ।

- Advertisement -

ଏହା ପୂର୍ବରୁ ଜନବସତି ରୁ ୧କିଲୋମିଟର ଏବଂ ସର୍ବସାଧାରଣ ଯାତାୟାତ କରୁଥିବା ରାସ୍ତା ର ୫ଶହ ମିଟର ମଧ୍ୟ ରେ ଇଟାଭାଟି ସ୍ଥାପନ ଉପରେ ସରକାର କଟକଣା ଜାରି କରିବା ସହିତ କେବଳ ସ୍ଥାୟୀ ଚିମିନି ଥିବା ଇଟାଭାଟି ସ୍ଥାପନ ପାଇଁ ଆଇନ କରିଛନ୍ତି । କିନ୍ତୁ ରେଙ୍ଗାଲି ଅଞ୍ଚଳ ରେ ଏହି ସବୁ ଆଇନ କାନୁନ୍‌ ଏବଂ ଗ୍ରୀନ ଟ୍ରିବୁନାଲ୍‌ ତଥା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ଆଦେଶନାମା କୁ ଆଖିଠାର ମାରି ଛତୁ ଫୁଟିଲା ଭଲି ଜନବସତି ପାଖ ରେ ବଙ୍ଗଳା ଇଟାଭାଟି ଏବଂ ଅସ୍ଥାୟୀ ଚିମିନି ଥିବା ଇଟାଭାଟି ସ୍ଥାପନ କରି ବେପାର ଚାଲିଛି । ଜିଲ୍ଳା ସ୍ତର ରେ ଅଧିକାରୀ ଏବଂ ରାଜସ୍ୱ ବିଭାଗ ର କର୍ମଚାରୀ ଙ୍କ ସହିତ ସଲାସୁତୁରା କରି ବେଧଡକ ରେ ଏଭଲି ଇଟାଭାଟି କାରବାର ଚାଳିଛି ବୋଲି ସଚେତନ ନାଗରିକ ମହଲ ରେ ଚର୍ଚ୍ଚା ହେଉଛି ।

ମାଟି ରେ ଇଟା ଭାଟ୍ଟିକୁ ନିଷେଧ କରାଯାଇ ଥିବା ସତ୍ତ୍ୱେ, ବିନା ଅନୁମତି ରେ ଚାଲିଥିବା ଇଟାଭାଟି ରୁ ଧର୍ମ କୁ ଆଖିଠାର ମାରିଲା ଭଲି ଜୋରିମାନା ଅସୁଲ କରି ସିଂହଭାଗ ଅର୍ଥ ବାଟମାରଣା ହେଉଥିବା ର ଚର୍ଚ୍ଚା ହେଉଛି । ଏହାଦ୍ୱାରା ଅସାଧୁ କର୍ମଚାରୀ ମାନେ ହାତ ଚିକ୍କଣ କରି ନିଜ ପକେଟ ଗରମ କରୁଥିବା ବେଳେ ସରାକାର ଙ୍କ ରାଜସ୍ୱ ହାନୀ ହେଉଛି । ଇଟାଭାଟି ପାଇଁ ରହିଥିବା ସରକାରି ଆଇନ ଠିକ୍‌ ଭାବରେ କାର୍ଯ୍ୟକାରି ହେଉ ନଥିବାରୁ କେତେକ ସ୍ଥାନ ରେ ବନବିଭାଗ ଅଧିନ ରେ ଥିବା ଜଙ୍ଗଳ, ଗ୍ରାମ୍ୟ ଜଙ୍ଗଳ ,ପତ୍ରାଜଙ୍ଗଳ ରେ ଥିବା ଜମି ରେ ଗଛ ଏବଂ ବୁଦା ଜଙ୍ଗଳ କାଟି ବେଆଇନ୍‌ ଇଟାଭାଟି ବେଧଡକ ରେ ଚାଲିଥିବା ର ନଜିର ଦେଖିବାକୁ ମିଳୁଛି । ରୟିତି ଜମି ରେ ଗଛ ଟିଏ ଥିଲେ କାଟିବାକୁ ଅନୁମତି ଦରକାର ପଡୁଥିବା ବେଳେ ବଡ ବଡ ଗଛ ଏବଂ ବୁଦା କାଟି ଅବାଧ ରେ ଇଟାଭାଟି ସ୍ଥାପନ କଲେ ବି ରାଜସ୍ୱ ଏବଂ ବନ ବିଭାଗ ନୀରବ ରହିବା ଚରମ ବିଡମ୍ବନା ର ବିଷୟ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories