ଗିରଫ ହେଲେ ଆନ୍ଧ୍ର ଲୁଟେରା , ଓଡିଶାରେ କରୁଥିଲେ ଲୁଟ୍‌ – ଲକ୍ଷେ ଛୟାଅଶୀ ହଜାର ଟଙ୍କା ସହ ବାଇକ୍‌ ଜବତ

ରେଙ୍ଗାଲିକ୍ୟାମ୍ପ – ସୁଦୂର ଆନ୍ଧ୍ରପ୍ରଦେଶ ରୁ ଆସି ଅତାବିରା ତଥା ଆଖପାଖ ଅଞ୍ଚଳରେ ଟଙ୍କା ଲୁଟ କରୁଥିବା ଦୁଇ ଜଣ ଲୁଟେରାଙ୍କୁ ଅତାବିରା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଦୁଇ ଜଣ ଲୁଟେରା ଗତ ୬ ତାରିଖରେ ଅପରାହ୍ନ ୩ ଟା ୩୦ ମିନିଟ ସମୟରେ ବାବେବୀରା କେନାଲ ପାଖ ରାସ୍ତାରେ ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ଲୁଟ କରୁଥିବା ସମୟରେ ଧରାପଡିଥିଲେ ।

ପୋଲିସ ସୂତ୍ରରୁ ଜଣା ପଡ଼ିଛି ଯେ ଏହି ଦୁଇ ଅଭିଯୁକ୍ତ ହେଉଛନ୍ତି ଆନ୍ଧ୍ରପ୍ରଦେଶର ନେଲୋର୍ ଜିଲ୍ଲାର କପ୍ରାଳଟିପା ଥାନା ଅନ୍ତର୍ଗତ ଏନ୍ ଟି ଆର୍ କଲୋନୀ ର ପେଟାଲା ସଞ୍ଜୟ (୨୫) ଓ ବାନାଲା ପ୍ରଶାନ୍ତ(୨୨) । ଏହି ଦୁର୍ବୃତ୍ତ ମାନେ ପ୍ରଥମେ ୧୫ /୯/୨୦୨୧ ରେ ଅତାବିରା ବ୍ଲକ ସମ୍ମୁଖରେ ୩,୫୦,୦୦୦ ଟଙ୍କା ଲୁଟ କରିଥିଲେ।ଏହାପରେ ୪/୪/୨୦୨୨ ରେ ବଲାଙ୍ଗୀର ଜିଲ୍ଲାରେ ଡିକି ଭାଙ୍ଗି ୪,୫୦,୦୦୦ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ। ଏହାକୁ ଭିତ୍ତି କରି ଯଥାକ୍ରମେ ଅତାବିରା ଥାନାରେ କେସ ନଂ ୧୬୨ ଓ ବଲାଙ୍ଗିର ରେ କେସ ନମ୍ବର ୧୬୨ ରେ କେସ ରୁଜୁ ହୋଇଥିଲା।କିନ୍ତୁ ଏମାନେ ଧରାପଡ଼ି ନଥିଲେ। ପୋଲିସ ଏମାନଙ୍କ ସନ୍ଧାନରେ ଦିନରାତି ପ୍ରୟାସ ଜାରି ରଖିଥିଲା। ବରଗଡ଼ ଏସ ପି ଙ୍କ ନିର୍ଦ୍ଦେଶ କ୍ରମେ ଏସ ଡି ପି ଓ ଦୀପକ ଗୋଛାୟତ ଙ୍କ ସହ ଅତାବିରା ଥାନା ଅଧିକାରୀ ଅନିଲ କୁମାର ପ୍ରଧାନ ,ଏସ ଆଇ ଯାଦବ ବାଗ,ସୁଷମା ପଶାୟତ, ଏ ଏସ ଆଇ ଯୁଗଳ କିଶୋର ତାଣ୍ଡି,ହାବିଲଦାର ଚତୁର୍ଭୁଜ ବଗର୍ତ୍ତି,ହରିଶ୍ ଦାସ ଏକ ସ୍ବତନ୍ତ୍ର ଦଳ ଗଠନ କରି ଏମାନଙ୍କ ସନ୍ଧାନରେ ରହିଥିଲେ।। ଗତ ୬/୪/୨୦୨୨ ରିଖ ଦିନ ବବେବୀରା ରେ ପୁଣି ଲୁଟ କରୁଥିବା ସମୟରେ ଏହି ଦୁର୍ବୃତ୍ତ ମାନଙ୍କୁ ପୋଲିସ ଗିରଫ କରି ପଚରା ଉଚୁରା କରିବାରୁ ଏମାନେ ଉପରୋକ୍ତ ସମସ୍ତ ଲୁଟ ଘଟଣାରେ ସାମିଲ ଥିବା ପ୍ରକାଶ କରିଛନ୍ତି ।

ସେମାନଙ୍କ ଠାରୁ ନଗଦ ୧,୮୬,୦୦୦ ଟଙ୍କା, ବ୍ୟବହାର କରୁଥିବା ନକଲି ପଞ୍ଜୀକୃତ ନଂ ଥିବା ହୋଣ୍ଡା ସିବି ୟୁନିକର୍ନ ଏକ ନକଲି ନଂ ପ୍ଲେଟ ଜବତ କରାଯାଇଛି । ଆଇପିସି ଧାରା ୩୯୪ କେସ ନମ୍ବର ୧୧୯ ରେ ଏକ କେସ ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି । ତେବେ ଆନ୍ଧ୍ରପ୍ରଦେଶ ରୁ ଅତାବିରା ପର‌୍ୟ୍ୟନ୍ତ ଚୋରମାନେ ତାଙ୍କର କାୟା ବିସ୍ତାର କରିଥିବା ନେଇ ପୋଲିସ ଆହୁରି ସତର୍କ ହେବା ସହ ଏହି ଚୋରଙ୍କ ଚେର ମୂଳରୁ ଉତ୍ପାଟନ କରିବା ପାଇଁ କି ପଦକ୍ଷେପ ନେଉଛି , ତାରି ଅପେକ୍ଷାରେ ଅଞ୍ଚଳବାସୀ ।

Comments are closed.