ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ କଇଣ୍ଡା ଗ୍ରାମରେ ମହୁମାଛି ଆକ୍ରମଣରେ ୧୦ ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ସୂଚନା ଅନୁସାରେ ତୁରୁମୁଙ୍ଗା ରାଜନଗର ରାସ୍ତାରେ କଇଣ୍ଡା ଗ୍ରାମର ରାସ୍ତା କଡ଼ରେ ଥିବା ଏକ ବିରାଟ ଗଛରେ ୨୦ରୁ ଉର୍ଦ୍ଧ୍ବ ମହୁଫେଣା ରହିଛି। ମହୁଫେଣାକୁ ଚିଲ ପକ୍ଷୀ ଖୁମ୍ପି ଦେବାରୁ ମହୁମାଛି ବାହାରି ଲୋକଙ୍କୁ ଆକ୍ରମଣ କରିଛନ୍ତି। ସେହି ରାସ୍ତା ଦେଇ ଯାଉଥିବା ଲୋକେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି। ଗାଁରେ ମହୁମାଛି ଆତଙ୍କ ଖେଳାଇଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।
Popular Categories



