www.samajalive.in
Monday, December 8, 2025
14.1 C
Bhubaneswar

କ୍ଷୀର ବା ନାଲି ଚା’ ! ଜାଣନ୍ତୁ କେଉଁଟା ଶରୀର ପାଇଁ ଲାଭଦାୟକ

ପ୍ରାୟ ସମେସ୍ତ ଚା’ ପିଇବାକୁ ପସନ୍ଦ କରନ୍ତି । କିଛି ଲୋକ କେବଳ ସକାଳେ ଓ ସନ୍ଧ୍ୟାରେ ଚା’ ପିଇବାକୁ ପସନ୍ଦ କରୁଥିବା ବେଳେ କେତେକ ଦିନକୁ ୮ରୁ ୧୦ ଥର ଚା’ ପିଇଥାନ୍ତି । କିଛି ଲୋକ କ୍ଷୀର ଚା’ ପିଇବାକୁ ଭଲ ପାଆନ୍ତି ତ କେହି ଗ୍ରୀନ୍ ଟି, ବ୍ଲାକ୍ ଟି ବା ବ୍ଲାକ୍ କଫି ପିଇବାକୁ ପସନ୍ଦ କରନ୍ତି । କିନ୍ତୁ ଏହି ସବୁ ଚା’ ମଧ୍ୟରୁ କେଉଁ ଚା’ ସ୍ବାସ୍ଥ୍ୟ ପାଇଁ ହିତକାରକ ତାହା ସମସ୍ତଙ୍କୁ ଜଣା ନଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଚା’ ଶରୀର ପାଇଁ ଲାଭଦାୟକ ।

କ୍ଷୀର ଚା’: କ୍ଷୀରରେ ଥିବା ଲାକ୍ଟୋଜ୍ ଓ ଚିନିରେ ଥିବା ଗ୍ଲୁକୋଜ୍ ଚା’ରେ ମିଶିବା ପରେ ଚା’ର ଗୁଣାବତ୍ତା ମାନ କମି ଯାଇଥାଏ । ଚା’ରେ କ୍ଷୀର ମିଶିବା ଦ୍ବାରା ଆଣ୍ଟି-ଆକ୍ସିଡେଣ୍ଟ୍ ତତ୍ତ୍ବର ପ୍ରଭାବ କମି ଯାଇଥାଏ । କ୍ଷୀର ଓ ଚିନିରେ ପ୍ରସ୍ତୁତ ଚା’ ପିଇବା ଦ୍ବାରା ଶରୀରରୁ କ୍ୟାଲସିୟମ୍ ର ପରିମାଣ ହ୍ରାସ ପାଇବା ସହ ଓଜନ ବୃଦ୍ଧି ଘଟିଥାଏ । ଏହା ଦ୍ବାରା ଏସିଡିଟି ହେବାର ଆଶଙ୍କା ବୃଦ୍ଧି ପାଇଥାଏ ।

- Advertisement -

ଚା’ରେ ଥିବା ଫାଇବ୍ରିନ୍ ଏବଂ ଆଲବ୍ୟୁମିନ ଓ କ୍ଷୀରରେ ଥିବା ପ୍ରୋଟିନ୍ ମିଶିବା ମାତ୍ରେ ଏକ ରସାୟନିକ ପ୍ରକ୍ରିୟା ସୃଷ୍ଟି ହୋଇଥାଏ । ଏହା ଚା’ ରେ ଥିବା ମହଜୁଦ୍ ଥିବା ଲାଭଦାୟକ ଗୁଣକୁ ନଷ୍ଟ କରିଦେଇଥାଏ । ତେଣୁ କ୍ଷୀର ଚା’ ଶରୀର ପାଇଁ ହିତକର ନୁହେଁ ।

ନାଲି ଚା’ ଏବଂ ଗ୍ରୀନ୍ ଟି: ଏକ ଗବେଷଣାରୁ ଜଣାପଡିଛି ଯେ ବ୍ଳାକ୍ ଟି ବା ନାଲି ଚା’ରେ ଥିବା ବିଶେଷ ତତ୍ତ୍ବ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହା ଶରୀରର ଓଜନ ହ୍ରାସ କରିବାରେ ସାହାୟକ ହୋଇଥାଏ । ଏହା ସହ ନାଲି ଚା’ ଏବଂ ଗ୍ରୀନ୍ ଟି’ ରେ ପ୍ରୋବୋଟିକ୍ସ ତତ୍ତ୍ବ ରହିଥାଏ, ଯାହା ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ । ତେଣୁ ନାଲି ଚା’ ଏବଂ ଗ୍ରୀନ୍ ଟି ଶରୀର ପାଇଁ ଲାଭଦାୟକ ବୋଲି ପ୍ରମାଣ ହୋଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories