www.samajalive.in
Saturday, December 13, 2025
23.1 C
Bhubaneswar

ବିର୍ଲା ଗ୍ଲୋବାଲ ୟୁନିଭରସିଟି ପକ୍ଷରୁ ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ବିର୍ଲ୍ଲା ଗ୍ଲୋବାଲ ୟୁନିଭରସିଟି ପକ୍ଷରୁ ଏହାର ଷଷ୍ଠ ପ୍ରତିଷ୍ଠା ଦିବସ ସହ ଉକ୍ରଳ ଦିବସ ପାଳିତ ହୋଇଯାଇଛି । ନ୍ୟାସ୍‌ନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟର ଡାଇରେକ୍ଟର-ଜେନେରାଲ ପ୍ରଖ୍ୟାତ ଶିଳ୍ପୀ ଅଦୈତ ଗଡନାୟକ ଏହି ଅବସରରେ ପ୍ରତିଷ୍ଠା ଦିବସ ସମ୍ଭାଷଣ ପ୍ରଦାନ କରିଥିଲେ । ଶ୍ରୀ ଗଡନାୟକ ଦେଶର ବିଶାଳ ସଂସ୍କୃତିର ବିଭିନ୍ନ ଦିଗ ଏବଂ ପଥର ଖୋଦିତ କଳାକୃତି ଏବଂ ସୈାନ୍ଦର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ନିର୍ମାଣ ସମ୍ପର୍କରେ ଆଲୋଚନା କରିଥିଲେ ।

ଶ୍ରୀ ଗଡନାୟକ ମୂର୍ତ୍ତି ତିଆରି ସମୟରେ ବିଭିନ୍ନ ପ୍ରକାରର ପଥରମାନଙ୍କ ସହ ଚେତନା ସ୍ତରରେ କରୁଥିବା ବାର୍ତ୍ତାଳାପ ସମ୍ପର୍କରେ ଆଲୋଚନା କରିଥିଲେ । ସେ ଆମ ଦେଶର ସମୃଦ୍ଧ ସଂସ୍କୃତି, କଳା ଓ ସ୍ଥାପତ୍ୟ ବିଷୟରେ ଛାତ୍ରଛାତ୍ରୀମାନଙ୍କର ଦୃଷ୍ଟି ଆକର୍ଷଣ କରାଇଥିଲେ ଏବଂ କୋଣାର୍କ ମନ୍ଦିରର ଉଦାହରଣ ଦେଇ ବର୍ଷ ବର୍ଷ ପୂର୍ବେ ଓଡିଆ ମାନଙ୍କର କଳା, ସଂସ୍କୃତି, ବିଜ୍ଞାନ, ସ୍ଥାପତ୍ୟ, ଦର୍ଶନଶାସ୍ତ୍ର କ୍ଷେତ୍ରରେ ସଫଳତା ବିଷୟରେ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିବା ପ୍ରତିଷ୍ଠିତ ଶିଳ୍ପୀ ନିବେଦିତା ମିଶ୍ର ଶିବ ଓ ଶକ୍ତି ଉପରେ ନିଜର ଧାରଣା ବାଣ୍ଟିଥିଲେ ଏବଂ ଶକ୍ତିକୁ ଶିବଙ୍କର ଅଭିବକ୍ତ ଅଂଶ ବୋଲି ପରିପ୍ରକାଶ କରିଥିଲେ ।

- Advertisement -

ବିଜିୟୁ କୁଳପତି ପ୍ରଫେସର ପି.ପି. ମାଥୁର ତାଙ୍କ ସ୍ୱାଗତ ସମ୍ଭାଷଣରେ ବିଜିୟୁର ପ୍ରତିଷ୍ଠାତା ସ୍ୱର୍ଗତଃ ବି.କେ. ବିର୍ଲ୍ଲା ଏବଂ ସ୍ୱର୍ଗତଃ ସାରଳା ବିର୍ଲ୍ଲାଙ୍କର କଳା ଓ ସ୍ଥାପତ୍ୟ ଓ ଶିକ୍ଷା କ୍ଷେତ୍ରରେ ଥିବା ଅବଦାନ ଉପରେ ଆଲୋକପାତ କରିଥିଲେ । ସେ ମଧ୍ୟ ବିଶ୍ୱବିଦ୍ୟାଳୟର ଅଭିବୃଦ୍ଧିରେ ଅଧ୍ୟାପକ-ଅଧ୍ୟାପିକା ଏବଂ ସଦସ୍ୟମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ । ପରିଶେଷରେ ବି ଜିୟୁ ରେଜିଷ୍ଟ୍ରାର ବି. କେ. ଦାସ ଧନ୍ୟବାଦ ଅର୍ପଣ କରିବା ସହ ଉକ୍ରଳ ଦିବସ ଅବସରରେ ପାଳିତ ହେଉଥିବା ବିଜିୟୁର ୬ଷ୍ଠ ପ୍ରତିଷ୍ଠା ଦିବସ ବିଜିୟୁ ପରିବାରର ସମସ୍ତ ସଦସ୍ୟମାନଙ୍କ ପଇଁ ଏକ ଗୌରବମୟ ମୂହୁର୍ତ୍ତ ବୋଲି ବର୍ଣ୍ଣନା କରିଥିଲେ । ପ୍ରଖ୍ୟାତ ଶିଲ୍ପୀ ଅଦୈତ ଗଡନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସରସ୍ୱତୀ ବନ୍ଦନା ଓ “ବନ୍ଦେ ଉକ୍ରଳ ଜନନୀ” ଗାନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories