ଆଠଗଡର ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ପାଳିତ

ଆଠଗଡର ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।

ରାସରସିକପୁର ସ୍କୁଲ 

ଆଠଗଡ ସହରର ରାସରସିକପୁର ୟୁଜିୟୁପି ସ୍କୁଲରେ ୮୭ତମ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସ୍କୁଲ ପ୍ରଧାନଶିକ୍ଷକ ଦେବରାଜ ନାୟକଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଶିବଶଙ୍କର ଜେନା ଓ ବୟୋଜ୍ୟେଷ୍ଠ ଅଭିଭାବକ ସୋମନାଥ ମହାପାତ୍ର ଅତିଥି ଭାବେ ଯୋଗଦେଇ ଉତ୍କଳ ଦିବସ ପାଳନର ମହତ୍ବ , ଓଡିଆ ଭାଷା ସାହିତ୍ୟର ମହାନତା ଏବଂ ଓଡିଶା ଅସ୍ମିତା ସଂପର୍କରେ ଆଲୋକପାତ କରିଥିଲେ । ସ୍କୁଲର କେତେକ ଛାତ୍ରଛାତ୍ରୀ ବକ୍ତବ୍ୟ ପ୍ରଦାନ କରି ଓଡିଶା ପ୍ରଦେଶ ଗଠନର ଇତିହାସ ଏବଂ ବରପୁତ୍ରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀ ସାମୁହିକ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଶିକ୍ଷକ ଶଶଧର ମହାରଣା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଅନ୍ୟତମ ଶିକ୍ଷକ ପ୍ରକାଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ବିଶ୍ୱନାଥ ବିଦ୍ୟାପୀଠରେ ମାନବ ଶୃଙ୍ଖଳ

prayash

ଆଠଗଡ :  ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠରେ ଉତ୍କଳ ଦିବସ ଉପଲକ୍ଷେ ଏକ ମାନବ ଶୃଙ୍ଖଳ କରାଯିବା ସହ ଶତାଧିକ ଛାତ୍ରଛାତ୍ରୀ ଏକ ସଙ୍ଗରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ବିଶ୍ୱନାଥ ବିଦ୍ୟାପୀଠ ଏବଂ ସରକାରୀ ବାଳିକା ହାଇସ୍କୁଲର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଇତିହାସ ଏବଂ ଏହି ପ୍ରଦେଶ ଗଠନରେ ଅବଦାନ ଥିବା ବରପୁତ୍ରମାନଙ୍କୁ ସ୍ମରଣ କରିଥିଲେ । ଉତ୍କଳ ପ୍ରଦେଶକୁ ଉତ୍କର୍ଷର ଚରମ ଶିଖରରେ ପହଞ୍ଚାଇବା ପାଇଁ ପ୍ରତ୍ୟେକ ଓଡିଆ ସାମୁହିକ ଭାବେ ଉଦ୍ୟମ କରିବା ଆବଶ୍ୟକ ବୋଲି ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ଉଷାରାଣୀ ପତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଭୟ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଏକ ମାନବଶୃଙ୍ଖଳ କରିବା ସହ ସାମୁହିକ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ପ୍ରାରମ୍ଭରେ ମୁଖ୍ୟଅତିଥି ଶ୍ରୀ ସ୍ୱାଇଁ ସ୍କୁଲ ପରିସରରେ ପ୍ରତିଷ୍ଠିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ, ମହାତ୍ମାଗାନ୍ଧୀ, ପଦ୍ମଭୂଷଣ ଡଃ ରାଧାନାଥ ରଥ, ରାଜା ବିଶ୍ୱନାଥ ଦେବବର୍ମା ଏବଂ ଗୁରୁଜୀ ବିଶ୍ୱନାଥ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଉଭୟ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

           ଗଡଜାତ ପରିକ୍ରମା 

ଆଠଗଡ : ଆଠଗଡର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଡଜାତ ପରିକ୍ରମା ଆନୁକୁଲ୍ୟରେ ସ୍ଥାନୀୟ ମହାବୀର ପ୍ଲାଜାଠାରେ ଶୁକ୍ରବାର ୮୭ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍‍ ତଥା କବୟିତ୍ରୀ ପୁଲିନ ମିଶ୍ର, ଶିକ୍ଷାବିତ୍‍ ତ୍ରିଲୋଚନ ଦାସ ଓ ସଦାନନ୍ଦ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡିଆ ଭାଷା, ସାହିତ୍ୟ, ପରମ୍ପରା, ଲୋକକଳା ଓ ସଂସ୍କୃତି ଅତ୍ୟନ୍ତ ମହାନ ବୋଲି ମତବ୍ୟକ୍ତ କରିଥିଲେ। ସ୍ୱତନ୍ତ୍ର ଓଡିଆ ପ୍ରଦେଶ ଗଠନର ଇତିହାସ ସଂପର୍କରେ ବକ୍ତାଗଣ ଆଲୋକ ପାତ କରିଥିଲେ ଏହି ଅବସରରେ ସଂଗୀତକାର ଗୁରୁଦତ୍ତ ନାୟକଙ୍କ ନିର୍ଦ୍ଦେଶନାରେ ସୌଜନ୍ୟା ରଥ, ମୋହିନୀ ସେଠୀ, ପୂଜା ସେଠୀ, ବିପ୍ଳବ ଦାସ ଓ ବିଶ୍ୱଜିତ୍‍ ସାହୁଙ୍କ ସହିତ ଅନୁଷ୍ଠାନର ସଦସ୍ୟମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଅନୁଷ୍ଠାନର ସଂପାଦକ ଲଲାଟେନ୍ଦୁ ସେନାପତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ସୁରେଶ ଚନ୍ଦ୍ର ପରିଡା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଶୋକ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.