www.samajalive.in
Saturday, December 6, 2025
26.1 C
Bhubaneswar

ତନୁ ୱେଡସ୍ ମନୁର ୩ୟ ଭାଗ

ମୁମ୍ବଇ : ଆନନ୍ଦ ଏଲ.ରାଏ ନିର୍ଦେଶିତ ‘ତନୁ ୱେଡସ୍ ମନୁ’ ୨୦୧୧୧ରେ ଓ ଏହାର ଦ୍ବିତୀୟ ଭାଗ ୨୦୧୫ରେ ମୁକ୍ତିଲାଭ କରିଥିଲା। ଦୁଇଟି ଭାଗରେ ଆର୍.ମାଧବନ୍ ଓ କଙ୍ଗନା ରଣାୱତ୍ ଅଭିନିତ ଚଳଚ୍ଚିତ୍ର ଦୁଇଟି ସୁପରହିଟ୍ ହୋଇଥିଲା। ଆନନ୍ଦ ଏହାର ତୃତୀୟ ଭାଗ ନିର୍ମାଣର ଯୋଜନା କରିସାରିଲେଣି। ଏଥରକ ମାଧବନ୍-କଙ୍ଗନାଙ୍କ ପରିବର୍ତ୍ତେ ମୁଖ୍ୟ ଭୂମିକାରେ ଅଭିଷେକ ବଚ୍ଚନ ଓ ତାପସୀ ପନ୍ନୁ ଦେଖାଦେବେ ବୋଲି ଶୁଣାଯାଉଛି। ନିକଟରେ ଅନୁରାଗ କଶ୍ୟପ ନିର୍ଦେଶିତ ‘ମନମର୍ଜିୟାଁ’ରେ ଅଭିଷେକ, ତାପସୀ ଓ ବିକି କୌଶଲଙ୍କ ଅଭିନୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଦୋଦୁଲ୍ୟମାନ ସ୍ଥିତିରେ ଥିବା ଜୁନିୟର୍ ବଚ୍ଚନଙ୍କ କ୍ୟାରିୟର ଏବେ କୂଳରେ ଲାଗିଛି ବୋଲି ସମୀକ୍ଷକଙ୍କ ମତ। ଏହାରଶ୍ରେୟ ଅଭିଷେକ ନିର୍ଦେଶକ ଅନୁରାଗଙ୍କୁ ଦେଇଛନ୍ତି। ‘ମନମର୍ଜିୟାଁ’ର ପ୍ରଯୋଜନା ଦାୟିତ୍ବରେ ଆନନ୍ଦ ଥିଲାବେଳେ ଅଭିଷେକ-ତାପସୀଙ୍କ ଯୋଡ଼ି ତାଙ୍କୁ ଖୁବ୍ ପସନ୍ଦ ଆସିଥିଲା। ଏଣୁ ‘ତନୁ ୱେଡସ୍ ମନୁ-୩’ରେ ସେ ଏଇ ଦୁହିଁଙ୍କୁ ସୁଯୋଗ ଦେବେ ସ୍ଥିର କରିଛନ୍ତି। ଅନ୍ୟପାଖେ ଏଇ ଚଳଚ୍ଚିତ୍ରର ପ୍ରଥମ ଦୁଇଟି ଭାଗ ସୁପରହିଟ୍ ହୋଇଥିବାବେଳେ ତୃତୀୟ ଭାଗ ମଧ୍ୟ ଦର୍ଶକ ମହଲରେ ପସନ୍ଦ ହେବ ବୋଲି ସମୀକ୍ଷକମାନେ ମତପୋଷଣ କରିଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories