www.samajalive.in
Monday, December 15, 2025
15.1 C
Bhubaneswar

ନିର୍ଣ୍ଣାୟକ ମୋଡ଼ରେ ଯୁଦ୍ଧ : ଜେଲେନ୍‍ସ୍କି

କିଭ୍‍ : ରୁଷ୍‍ ମାସାଧିକ କାଳ ଧରି ଚଳାଇଥିବା ଘମାଘୋଟ ଆକ୍ରମଣର ୟୁକ୍ରେନ୍‍ ମୁକାବିଲା କରିବାରେ ଲାଗିଛି । ତେବେ ତାହା ଏବେ ନିର୍ଣ୍ଣାୟକ ମୋଡରେ ପହଞ୍ଚିଥିବା ୟୁକ୍ରେନ୍‍ ରାଷ୍ଟ୍ରପତି ଭୋଲୋଡିମିର୍‍ ଜେଲେନ୍‍ସ୍କି କହିଛନ୍ତି। ଆମେରିକା ଅଧିକ ସହାୟତା ଯୋଗାଇଦେବାକୁ ସେ ଏହି ଅବସରରେ ପୁନର୍ବାର ଦାବି ଜଣାଇଛନ୍ତି। ସେ କହିଛନ୍ତି, ତୁର୍କୀରେ ଦ୍ୱିପାକ୍ଷିକ ଆଲୋଚନା କାଳରେ ରୁଷ୍‍ ନିଜର ସୈନ୍ୟ କିଭ୍‍ ଏବଂ ଚେର୍ଣ୍ଣିହିଭ୍‍ ଆଦି ସହରରୁ ପ୍ରତ୍ୟାହାର କରିବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ଏହି ଦୁଇ ସହର ଉପରେ ପୂର୍ବଭଳି ବୋମାମାଡ ଚାଲିଛି। ତାହାସହିତ ଦେଶର ବିଭିନ୍ନ ସ୍ଥାନ ଉପରେ କ୍ଷେପଣାସ୍ତ୍ର ଏବଂ ରକେଟ ଆକ୍ରମଣ କରାଯାଉଛି। ରୁଷ୍‍ ଆକ୍ରମଣରେ ମାରିଉପୋଲ୍‍ ସହର ଧ୍ୱସ୍ତବିଧ୍ୱସ୍ତ ହୋଇସାରିଲାଣି। ଏଥିସହିତ ଆମେରିକା ପକ୍ଷରୁ ସାନି ୫୦୦ ନିୟୁତ ଡଲାର ସହାୟତା ମଞ୍ଜୁର ପାଇଁ ସେ ଆମେରିକା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତାରେ ଉଦ୍‍ବୋଧନ ଦେଇ ଜେଲେନ୍‍ସ୍କି କହିଛନ୍ତି, ରୁଷ୍‍ ପକ୍ଷରୁ ୟୁକ୍ରେନ୍‍ର ପୂର୍ବ ଭାଗରେ ସାନି ଆକ୍ରମଣ ପାଇଁ ଯୋଜନା ଚାଲିଛି ଏବଂ ସେଥିପାଇଁ ଉକ୍ତ ଅଞ୍ଚଳରେ ଅଧିକ ସଂଖ୍ୟାରେ ରୁଷ୍‍ ସୈନ୍ୟ ଠୁଳ ହେବାରେ ଲାଗିଛନ୍ତି। ତେବେ ୟୁକ୍ରେନ୍‍ ତାହାର ପାଲଟା ଜବାବ ଦେବାକୁ ପ୍ରସ୍ତୁତ ରହିଛି। ତେବେ ଜେଲେନ୍‍ସ୍କିଙ୍କର ଜଣେ ପରାମର୍ଶଦାତା କହିଛନ୍ତି ଯେ ରୁଷ୍‍ ୟୁକ୍ରେନ୍‍ର ପ୍ରତିରକ୍ଷା ଶିଳ୍ପକୁ ବସ୍ତୁତଃ ନଷ୍ଟ କରିଦେଇଛି। ଯୁଦ୍ଧକୁ ୩୬ ଦିନ ଅତିବାହିତ ହୋଇଥିବାବେଳେ ୟୁକ୍ରେନ୍‍ରୁ ପ୍ରାୟ ଏକ ଚତୁର୍ଥାଂଶ ଲୋକ ଅନ୍ୟତ୍ର ଯାଇସାରିଲେଣି। ସେମାନଙ୍କ ମଧ୍ୟରେ ମୁଖ୍ୟତଃ ମହିଳା ଓ ଶିଶୁ ଅଛନ୍ତି।
ରୁଷ୍‍-ୟୁକ୍ରେନ୍‍ ମଧ୍ୟରେ ଏପର୍ଯ୍ୟନ୍ତ ଅନୁଷ୍ଠିତ ବହୁବାର ଆଲୋଚନାରୁ କୌଣସି ସ୍ପଷ୍ଟ ନିର୍ଯାସ ବାହାରି ନଥିବାବେଳେ ଶୁକ୍ରବାର ପୁନଶ୍ଚ ଦୁଇ ପକ୍ଷଙ୍କ ମଧ୍ୟରେ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ହେବ ବୋଲି ୟୁକ୍ରେନ ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ଡେଭିଡ ଆରାଖାମିଆ କହିଛନ୍ତି। ଇତିମଧ୍ୟରେ ନାଟୋ ପକ୍ଷରୁ କୁହାଯାଇଛି ଯେ କିଭ୍‍ ଓ ଚେର୍ଣ୍ଣିହିଭ୍‍ରୁ ସୈନ୍ୟ ପ୍ରତ୍ୟାହାର ପାଇଁ ରୁଷ୍‍ କହିଥିଲେ ମଧ୍ୟ ଏହା କେବଳ ସୈନ୍ୟଙ୍କର ସ୍ଥାନ ବଦଳାଉଛି। ରୁଷ୍‍ ପକ୍ଷରୁ ପୂର୍ବଭଳି ୟୁକ୍ରେନ୍‍ର ବିଭିନ୍ନ ସ୍ଥାନ ଉପରେ ଆକ୍ରମଣ ଜାରି ରହିଛି। ନାଟୋର ମହାସଚିବ ଜେନ୍ସ ଷ୍ଟୋଲ୍‍ଟେନବର୍ଗ କହିଛନ୍ତି, ରୁଷ୍‍ ଭଲ ଉଦ୍ଦେଶ୍ୟ ରଖି ଆଲୋଚନା କରୁଥିବା ବିଷୟ ଏପର୍ଯ୍ୟନ୍ତ ନାଟୋର ହୃଦ୍‍ବୋଧ ହୋଇନାହିଁ। ଆମେରିକାର କିଛି ଅଧିକାରୀ କହିଛନ୍ତି ଯେ ୟୁକ୍ରେନ୍‍ ଯୁଦ୍ଧକୁ ନେଇ ରୁଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ୍‍ଙ୍କୁ ତାଙ୍କ ପରାମର୍ଶଦାତାମାନେ ସଠିକ ସୂଚନା ଦେଉନାହାନ୍ତି। ସେମାନେ ପୁଟିନଙ୍କୁ ଭୟରେ ସତ କଥା ଲୁଚାଉଛନ୍ତି। ଏପରିକି ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକର କଟକଣା ଦ୍ୱାରା ରୁଷ୍‍ର କିଭଳି ଅର୍ଥନୈତିକ କ୍ଷତି ଘଟିବ ସେ ସମ୍ପର୍କରେ ମଧ୍ୟ ସେମାନେ ପୁଟିନ୍‍ଙ୍କୁ ସଠିକ ତଥ୍ୟ ଦେଉନାହାନ୍ତି। ଏଥିସହିତ ବ୍ରିଟେନ୍‍ର ଗୋଇନ୍ଦା ମୁଖ୍ୟ ଜେରେମି ଫ୍ଲେମିଙ୍ଗ କହିଛନ୍ତି, ରୁଷ୍‍ ସୈନ୍ୟମାନେ ୟୁକ୍ରେନ୍‍ରେ ଉପରିସ୍ଥ ଅଧିକାରୀଙ୍କ ଆଦେଶ ମାନିବାକୁ ମନା କରିଦେଉଛନ୍ତି ଏବଂ ସେମାନଙ୍କ ନିକଟରେ ଅସ୍ତ୍ରଶସ୍ତ୍ରରୁ ଆକ୍ରମଣ ଜାରି ରଖିଛନ୍ତି। ୟୁକ୍ରେନ୍‍ ସହିତ ଯୁଦ୍ଧ ପରିସ୍ଥିତିରେ ରୁଷ୍‍ ସରକାର ୧,୩୪,୫୦୦ ସୈନ୍ୟଙ୍କୁ ନିଯୁକ୍ତି ଦେବାକୁ ଯାଉଛନ୍ତି। କିନ୍ତୁ ସେମାନଙ୍କୁ ୟୁକ୍ରେନ୍‍ ପଠାଯିବନାହିଁ ବୋଲି ରୁଷ୍‍ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories