www.samajalive.in
Sunday, December 14, 2025
23.1 C
Bhubaneswar

କାମଚଳା ବଜେଟ ପାରିତ ; ଅଧିବେଶନ ଶେଷ

ଭୁବନେଶ୍ୱର : ଶେଷ ହୋଇଛି ଷୋଡଶ ବିଧାନସଭାର ୬ ଦିନିଆ ସ୍ବଳ୍ପକାଳୀନ ନବମ ଅଧିବେଶନ। ୨୦୨୨-୨୩ ଆଥିକବର୍ଷର ପ୍ରଥମ ଚାରିମାସ ପାଇଁ ୧ଲକ୍ଷ ୬ହଜାର ୪୯୭କୋଟି ୮୯ଲକ୍ଷ ୨୮ ହଜାର ଟଙ୍କାର କାମଚଳା ବଜେଟ ଉପରେ ଆସିଥିବା ବ୍ୟୟମଞ୍ଜୁରୀ ବିଧେୟକ ପାରିତ କରାଯିବା ସହ ବିଭିନ୍ନ କମିଟି ଗଠନ ପରେ ବାଚସ୍ପତି ବିଧାନସଭାକୁ ଗୁରୁବାର ସନ୍ଧ୍ୟାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି।
ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିବେଶନ କାଳରେ ସଦସ୍ୟମାନେ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନାରେ ଭାଗ ନେଇଥିବାରୁ ଧନ୍ୟବାଦ ଜଣାଇଥିଲେ। ଗୃହ ପରିଚାଳନାରେ ସହଯୋଗ ପାଇଁ ସେ ଅନ୍ୟମାନଙ୍କୁ ଧନ୍ୟବାଦ ଦେଇଥିଲେ। ବିଜେପି ମୁଖ୍ୟ ସଚେତକ ମୋହନ ମାଝି, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସମସ୍ତ ସଦସ୍ୟ, ଅଧିକାରୀ, ବିଧାନସଭା କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଥିଲେ।
ଚଳିତ ଅଧିବେଶନରେ ୬ଟି ବୈଠକ ଦିବସ ଥିଲା। ସେଥିରୁ ଗୋଟିଏ ସରକାରୀ କାର୍ଯ୍ୟ ଦିବସ ରହିଥିଲା। ରାଜ୍ୟପାଳଙ୍କ ଅଭିଭାଷଣ ଓ ଏହା ଉପରେଧନ୍ୟବାଦ ପ୍ରସ୍ତାବର ଆଲୋଚନା କରାଯାଇଥିଲା। ମୋଟ ୧୨ଜଣ ଆସୀନ ସଦସ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ସଦସ୍ୟ ଓ କରୋନା ଯୋଦ୍ଧାଙ୍କ ପାଇଁ ଗୃହରେ ଶୋକ ପ୍ରସ୍ତାବ ପାରିତ ହୋଇଥିଲା। ବିଧାନସଭା ସଚିବାଳୟ ମୋଟ ୩୫୨ଟି ତାରକା ଚିହ୍ନିତ ପ୍ରଶ୍ନ ଓ
୫୪୨ଟି ଅଣତାରକା ଚିହ୍ନିତ ପ୍ରଶ୍ନର ନୋଟିସ ଗ୍ରହଣ କରିଥିଲା। ଗୃହରେ ୬୬୭ଟି ଅଣତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଉପସ୍ଥାପନ କରାଯାଇଥିଲା। ଦୁଇଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ବେଳେ ୬୨ଟି କାଗଜ ଉପସ୍ଥାପନ/ପୁନଃ ଉପସ୍ଥାପନ କରାଯାଇଥିଲା। ୨୨ଟି ବାର୍ଷିକ ରିପୋର୍ଟ, ଗୋଟିଏ କମିଟି ରିପୋର୍ଟ, ୨୦ଟି ନିବେଦନ, ୨ଟି ବିବୃତି, ଚାରିଟି ଅଧ୍ୟାଦେଶ ଓ ୫ଟି ସିଏଜି ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଅଧିବେଶନ କାଳରେ ପାଞ୍ଚଟି ସରକାରୀ ବିଧେୟକ ଉପସ୍ଥାପନ କରାଯାଇଥିବା ବେଳେ ସମସ୍ତ ବିଧେୟକ ପାରିତ ହୋଇଛି। ଏହି ଅଧିବେଶନରେ ମାତ୍ର ଦୁଇଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିଛି। ଧାନକିଣାରେ ବ୍ୟାପକ ଅନିୟମିତତା ଓ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିରୋଧୀ ଦଳର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବାବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories