www.samajalive.in
Sunday, December 14, 2025
16.1 C
Bhubaneswar

କୋଭିଡ୍ କଟକଣା ହଟିଲା

ଭୁବନେଶ୍ୱର : କରୋନା ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ୍‌ ମହାମାରୀ ଆଇନ ଅନୁଯାୟୀ ଏଣିକି କୌଣସି ମାମଲା ରୁଜୁ ନ କରିବା ଲାଗି ମାର୍ଚ୍ଚ ୩୧ ତାରିଖ ସମୟ ସୀମା ଧାର୍ଯ୍ୟ କରି ସବୁ ରାଜ୍ୟଙ୍କୁ ନିର୍ଦେଶ ଦେଇଥିଲେ। ସେହି ଆଧାରରେ ଓଡ଼ିଶା ସରକାର ଆଜି କୋଭିଡ୍‌ ଆଇନ ପ୍ରତ୍ୟାହାର କରିଛନ୍ତି। ଫଳରେ ଏଣିକି ଜୀବନଜୀବିକା ସ୍ୱାଭାବିକ ହେବା ପରେ ରାଜ୍ୟ ସରକାର ସମସ୍ତ ପ୍ରକାରର କୋଭିଡ୍ କଟକଣାକୁ ହଟାଇ ଦେଇଛନ୍ତି। ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନ୍ତର୍ଗତ କୋଭିଡ୍ ପରିଚାଳନା କରାଯାଉଥିବା ବେଳେ ଏହି ମହାମାରୀ ସଂକ୍ରାନ୍ତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି। ତେବେ ମାସ୍କ (ତୁଣ୍ଡି) ପରିଧାନ ଓ ହାତ ଧୋଇବା (ହ୍ୟାଣ୍ଡ ସାନିଟାଇଜ୍) ବଳବତ୍ତର ରଖିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ୨୦୨୦ ମାର୍ଚ୍ଚ ୧୩ ତାରିଖରେ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନ୍ତର୍ଗତ କୋଭିଡକୁ ମହାମାରୀ ଘୋଷଣା କରାଯିବା ସହ ଏହାର ପରିଚାଳନା ନିମନ୍ତେ ଆବଶ୍ୟକ ମାର୍ଗଦର୍ଶିକା ଜାରି ହୋଇଥିଲା; କିନ୍ତୁ ସମଗ୍ର ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ଓ କେନ୍ଦ୍ର ସରକାର ବିପର୍ଯ୍ୟୟ ଆଇନରୁ କୋଭିଡ୍ ପରିଚାଳନାକୁ ବାଦ୍ ଦେବା ସଂକ୍ରାନ୍ତ ବିଜ୍ଞପ୍ତି ମାର୍ଚ୍ଚ ୨୨ତାରିଖରେ ଜାରି କରିବା ସହ ସମସ୍ତ ରାଜ୍ୟକୁ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଓଡ଼ିଶା ସରକାର ମାର୍ଚ୍ଚ ୨୮ତାରିଖରେ ଏହି କୋଭିଡ୍ ପରିଚାଳନାକୁ ବିପର୍ଯ୍ୟୟ ଆଇନ-୨୦୦୫ରୁ ବାଦ୍ ଦେବାକୁ ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ରାଜ୍ୟରେ କୋଭିଡ୍ ମାମଲା ବୃଦ୍ଧି ପାଇଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ଆଧାରରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଓ ପଦକ୍ଷେପ ନେଇପାରିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, ଦେଶରେ କୋଭିଡ୍ ସଂକ୍ରମଣ ମାମଲା ଚିହ୍ନଟ ହେବା ପରେ ଓଡ଼ିଶା ସରକାର ୨୦୨୦ ମାର୍ଚ୍ଚ ୧୩ତାରିଖରେ ଏହାକୁ ମହାମାରୀ ଘୋଷଣା କରିବା ସହ ବିପର୍ଯ୍ୟୟ ଆଇନ-୨୦୦୫ ଅନ୍ତର୍ଗତ ଏହାର ପରିଚାଳନା କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories