www.samajalive.in
Monday, December 15, 2025
17.1 C
Bhubaneswar

ସମ୍ବଲପୁରରୁ ୩ ଅଭିଯୁକ୍ତଙ୍କୁ ଉଠାଇ ନେଲା ବରଗଡ ପୁଲିସ

ସମ୍ବଲପୁର : ବରଗଡ ଜିଲା ଅମ୍ବାଭନା ଥାନାରେ ସମ୍ବଲପୁର ଜିଲା ଶାସନ ଥାନା ଅର୍ନ୍ତଗତ କିଲାସମା ନିବାସୀ ତଥା ସମ୍ବଲପୁର ସ୍ଥିତ ମେଘନା ବିଡି କମ୍ପାନୀରେ କାର୍ଯ୍ୟରତ ଜଗବନ୍ଧୁ ବଢ଼େଇ ନାମକ ଜଣେ ବ୍ୟକ୍ତିଙ୍କର ୩ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଗତ ୧୦ ତାରିଖରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ପୁଲିସ ଅମ୍ବାଭନା ଥାନାରେ ମାମଲା ରୁଜୁ କରି  ତଦନ୍ତ କରୁଥିଲା। ପ୍ରାପ୍ତ ସୂଚାନୁଯାୟୀ, ଗତ ୧୦ ତାରିଖରେ କମ୍ପାନୀର ଭ୍ୟାନରେ ଜଗବନ୍ଧୁ ବଢ଼େଇ ଓ ଅନ୍ୟ ଜଣେ ସାଥି ବରଗଡରୁ ଭୂକ୍ତା ଆଡକୁ ଯାଉଥିବା ବେଳେ ଦିନ ପ୍ରାୟ ୪ଟା ସମୟରେ ଅମ୍ବାଭନା ଅଗ୍ନିଶମ କାର୍ଯ୍ୟାଳୟ ନିକଟରେ ରାସ୍ତାରେ ପରିଶ୍ରା କରିବା ପାଇଁ ଅଟକିଥିଲେ। ସେହି ସମୟରେ ୩ ଜଣ ଯୁବକ ଅଚାନକ ଆସି ସେମାନଙ୍କୁ ଆକ୍ରମଣ କରି ଗାଡିରେ ରଖାଯାଇଥିବା ୩ ଲକ୍ଷ ଟଙ୍କା ଲୁଟି ନେଇ ଯାଇଥିଲେ । ଅଭିଯୋଗ ହେବା ପରେ ପୁଲିସ ୨ଟି ଦଳ ଗଠନ କରି ତଦନ୍ତ କରୁଥିବା ସମୟରେ ଅଭିଯୋଗକାରୀ ହିଁ ଏହି ଘଟଣାର ପ୍ରକୃତ ମୁଖ୍ୟ କାର୍ପଟଦାର ବୋଲି ଜାଣିବାକୁ ପାଇଥିଲା। ଏଣୁ ପୁଲିସ ଅଭିଯୁକ୍ତଙ୍କୁ ଜେରା କରିବାରୁ ସେ ସମସ୍ତ ଘଟଣା ବିଷୟରେ ପୁଲିସ ସମ୍ମୁଖରେ ବୟାନ କରିବା ସହିତ ସାଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।

ଏଣୁ ପୁଲିସ ସମ୍ବଲପୁର ଜିଲାର ଶାସନ ଥାନା ଅର୍ନ୍ତଗତ କିଲାସମା ନିବାସୀ ଜଗବନ୍ଧୁ ବଢ଼େଇଙ୍କୁ ଗିରଫ କରିଥିଲା । ଏହା ପରେ ସମ୍ବଲପୁର ଜିଲାକୁ ଆସି ଯୁଯୁମୁରା ଥାନା ଅର୍ନ୍ତଗତ ଝାଙ୍କରପାଲି ନିବାସୀ ସୁଶାନ୍ତ ଖର୍ସେଲ (୨୫), ଜିତେନ୍ଦ୍ର ବଗର୍ତ୍ତି ଓରଫ ଗୁଲସନ (୨୨) ଙ୍କୁ ବରଗଡ ପୁଲିସ ଉଠାଇ ନେଇଥିଲା। ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ନାବାଳକ ବୋଲି ତଦନ୍ତ ସମୟରେ ଜଣାପଡିଥିଲା ଏବଂ ତାକୁ ମଧ୍ୟ ପୁଲିସ ହେପାଜତକୁ ନେଇଛି। ପୁଲିସ ଅଭିଯୁକ୍ତଙ୍କ ନିକଟରୁ ୧ ଲକ୍ଷ ୨୨ ହଜାର ଟଙ୍କା ଜବତ କରିଛି ଏବଂ ସମସ୍ତ ଅଭିଯୁକ୍ତ ମାନେ ମେଘନା ବିଡି କମ୍ପାନୀରେ କାର୍ଯ୍ୟରତ ବୋଲି ପୁଲିସ ତଦନ୍ତରୁ ଜଣାପଡିଛି। ତେବେ ସମ୍ବଲପୁର ଜିଲାରୁ ଯାଇ ବରଗଡ ଜିଲାରେ ଅଭିଯୁକ୍ତ ମାନେ ଅପରାଧିକ ଗତିବିଧି ଭିଆଇବାରୁ ଆଇନ ବ୍ୟବସ୍ଥାର ଗତି ଜିଲାରେ କିଭଳି ଅଛି, ତାହା ସ୍ପଷ୍ଟ ଅନୁମେୟ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories