ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ବଜେଟ ଉପସ୍ଥାପିତ – ରାଜ୍ୟର ଅଭିବୃଦ୍ଧି ହାର ୯ରୁ ୯.୫% ପ୍ରତିଶତ ଆକଳନ
ଭୁବନେଶ୍ୱର – ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିଛନ୍ତି ।
୨୦୨୨-୨୩ ଆର୍ଥିକ ବର୍ଷ ଲାଗି ରାଜ୍ୟର ଅଭିବୃଦ୍ଧି ହାର ୯ରୁ ୯.୫%ପ୍ରତିଶତ ଆକଳନ କରାଯାଇଛି ।
ବଜେଟର ମୋଟ କାର୍ଯ୍ୟ ବ୍ୟୟ ପରିମାଣ ପରିମାଣ୧.୧୦ ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। କାମଚଳା ବଜେଟର ପରିମାଣ ଏକ ଲକ୍ଷ ୬ ହଜାର ୪୯୭ କୋଟି ଟଙ୍କା ଆକଳନ କରାଯାଇଛି । ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ରାଜ୍ୟର ଅଭିବୃଦ୍ଧି ହାର ଅଧିକ ରହିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।
ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟରେ ୧୨ ହଜାର ୨୪୧ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଖର୍ଚ୍ଚ ହେବ ମୋଟ ବଜେଟର ୬.୧ ପ୍ରତିଶତ ।
ମିଶନ ଶକ୍ତି କାର୍ଯ୍ୟକ୍ରମ ପାଇଁ ୨ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ଜାତୀୟ ଗ୍ରାମୀଣ ଜୀବିକା ମିଶନ ନିମନ୍ତେ ୧ ହଜାର ୩୯ କୋଟି ଟଙ୍କା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମହାସଂଘ ପାଇଁ ୭୭୩ କୋଟି ଟଙ୍କା ଓ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୧୭୬ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ୧୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ବଜେଟରେ ଜଳଜୀବନ ମିଶନ ପାଇଁ ୬ ହଜାର କୋଟି ଟଙ୍କାର ବ୍ୟୟ ବରାଦ ରହିଛି ।
ସହରାଞ୍ଚଳ ସ୍ୱରେଜ ପ୍ରକଳ୍ପ ପାଇଁ ୧୩୮ କୋଟି ଟଙ୍କା ।
ସହରାଞ୍ଚଳ ପ୍ରଶାସନର ଉନ୍ନତି ପାଇଁ ୪୫୦ କୋଟି ଟଙ୍କା
ସ୍ମାର୍ଟ ସିଟି ପାଇଁ ୨୦୦ କୋଟି ଟଙ୍କା
କୁକୁଡା ଚାଷ ପାଇଁ ୮୭ କୋଟି ଟଙ୍କା
ଦୁଗ୍ଧ ଉତ୍ପାଦନ ଏବଂ ଅଭିବୃଦ୍ଧି ପାଇଁ ୩୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
କୃଷକମାନଙ୍କର ସୁଧ ରିହାତି ବାବଦକୁ ୨୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ସମବାୟ ବ୍ୟାଙ୍କମାନଙ୍କୁ ଅଂଶଧନ ସହାୟତା ପାଇଁ ୧୫୦ କୋଟି ଟଙ୍କା
ବିଜୁ ଏକ୍ସପ୍ରେସ ପାଇଁ ୩୦୦ କୋଟି ଟଙ୍କା
ଅବଢା ଯୋଜନା ପାଇଁ ୧୪୦୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ଅର୍ଥ ମନ୍ତ୍ରୀ ବିଧାନ ସଭାରେ ସୂଚନା ଦେଇଛନ୍ତି ।
Comments are closed.