ସମ୍ବଲପୁର: ରକ୍ତ ସଙ୍କଟ ସୃଷ୍ଟି ନ ହେବା ଏବଂ ଦଲାଲି କାରବାରକୁ ରୋକିବା ଲକ୍ଷ୍ୟ ନେଇ ସମ୍ବଲପୁର ଜିଲା ଟ୍ରାଫିକ ପୁଲିସ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ସ୍ଥାନୀୟ ପୁଲିସ ରିର୍ଜଭ ଲାଇନ ଠାରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ଟ୍ରାଫିକ ଡିଏସପି ନରେନ୍ଦ୍ର ଷଡଙ୍ଗୀ ଉଦଘାଟନ କରିଥିଲେ। ଶିବିରରେ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇ ବୁର୍ଲା ସ୍ଥିତ ରକ୍ତ ଭଣ୍ଡାରକୁ ପ୍ରଦାନ କରାଯାଇଥିଲା। ବୁର୍ଲା ରକ୍ତ ଭଣ୍ଡାରର ଡାକ୍ତର ଓ ଅଧିକାରୀଙ୍କ ଦ୍ୱାରା ରକ୍ତ ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ସ୍ୱେଚ୍ଛାସେବୀ ସମ୍ବଳ ଅନୁଷ୍ଠାନ, ବେସରକାରୀ ବସ ମାଲିକ ସଂଘ, ସମ୍ବଲପୁର ପୁଲିସ ପକ୍ଷରୁ ସକ୍ରିୟ ଉଦ୍ୟମ କରାଯାଇଥିଲା।
Popular Categories



