www.samajalive.in
Wednesday, December 10, 2025
16.1 C
Bhubaneswar

‘ନାଓ ଗ୍ରୋସରୀ ପ୍ରିମିୟମ୍’: ଗୋଟିଏ ଛାତ ତଳେ ଉପଲବ୍ଧ ହେବ ଗ୍ରୋସରୀ ସହ ବିଭିନ୍ନ ସାମଗ୍ରୀ

ଭୁବନେଶ୍ୱର: ରାଜଧାନୀବାସୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସ୍ଥାନୀୟ କଳ୍ପନା ଛକ ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲରେ ଖୋଲିଛି ‘ନାଓ ଗ୍ରୋସରୀ ପ୍ରିମିୟମ୍’। ଗାଉଣ୍ଡ୍ ଫ୍ଲୋରରେ ଥିବା ଏହି ନୂଆ ଷ୍ଟୋରଟି ଭୁବନେଶ୍ୱରରେ ପ୍ରଥମ। ଏଠାରେ ଗ୍ରାହକଙ୍କ ଲାଗି ଗୋଟିଏ ଛାତ ତଳେ ଗ୍ରୋସରୀ ସହ ବିଭିନ୍ନ ସାମଗ୍ରୀ ଉପଲବ୍ଧ ହେବ। ନୂଆ ଆଉଟଲେଟକୁ ଓଲିଉଡ଼୍ ଅଭିନେତ୍ରୀ ଶୀତଲ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରି କହିଛନ୍ତି। ଗ୍ରାହକମାନେ ଦୈନନ୍ଦିନ ଜୀବନର ଆବଶ୍ୟକତା ସାମଗ୍ରୀ ପାଇବା ପାଇଁ ବିଭିନ୍ନ ସମସ୍ୟା ସାମ୍ନା କରିଥାନ୍ତି। ଗୋଟିଏ ସ୍ଥାନରେ ସବୁ ସାମଗ୍ରୀ ପାଇବା କଷ୍ଟକର ହୋଇଥାଏ। ନୂଆ ଷ୍ଟୋର ଦ୍ୱାରା ଲୋକମାନେ ବିଶେଷ ଭାବେ ଲାଭବାନ ହୋଇପାରିବେ। ଷ୍ଟୋର ସ୍ୱତ୍ୱାଧିକାରୀ ଅଦିତ ହଂସ କହିଛନ୍ତି। ଲୋକଙ୍କୁ ଅତି ଆବଶ୍ୟକ ଗ୍ରୋସରୀ ଗୋଟିଏ ଛାତ ତଳେ ଯୋଗାଇବା ଲକ୍ଷ୍ୟ ରହିଥିଲା। ନୂଆ ଷ୍ଟୋର ଦ୍ୱାରା ଲୋକଙ୍କ ସମସ୍ୟା ଦୂର ହୋଇ ପାରିବ। ଗ୍ରାହକଙ୍କୁ ସ୍ୱତନ୍ତ୍ର ଏବଂ କ୍ରୟରେ ଏକ ଭିନ୍ନ ଅଭିଜ୍ଞତା ପ୍ରଦାନ ଆମର ସଂକଳ୍ପ। ଆଗାମୀ ଦିନ ଗୁଡ଼ିକରେ ଅନ୍ୟ ସ୍ଥାନରେ ନୂଆ ଷ୍ଟୋର ଖୋଲିବାକୁ ଯୋଜନା ରଖାଯାଇଛି। ଏହି ଷ୍ଟୋରରେ ବିଭିନ୍ନ ନାମିଦାମୀ କମ୍ପାନୀର ବ୍ରାଣ୍ଡ୍ ଗ୍ରୋସରୀ ସାମଗ୍ରୀ, ପ୍ରସାଧନ ସାମଗ୍ରୀ, ବେକରୀ, ଦୁଗ୍ଧଜାତ ଦ୍ରବ୍ୟ, ମୃଦ୍ୟପାନୀୟ, ସ୍ନାକ୍ସ, ପ୍ୟାକେଟ ଯୁକ୍ତ ଖାଦ୍ୟ ଭଳି ଅନ୍ୟ ପ୍ରମୁଖ ବର୍ଗର ଉତ୍ପାଦ ଲୋକମାନେ ପାଇପାରିବେ। ଷ୍ଟୋରରୁ କ୍ରୟ ଉପରେ ୧୦୦ ଗ୍ରାହକଙ୍କ ପାଇଁ ଉପହାର ପ୍ରଦାନ ବ୍ୟବସ୍ଥା ରହିଛି। ଏହା ୨୭ ମାର୍ଚ୍ଚରୁ ୩ ଏପ୍ରିଲ ଯାଏ ବୈଧ ରହିବ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହିନ୍ଦୁସ୍ଥାନ ଏଜେନ୍ସିର ପପୁ ହଂସ, ଉତ୍କଳ ବିଲ୍ଡର୍ସର ଏମଡି ଶରଦ୍ ବୈଦ, ଅମିତ୍ ବୈଦ, ଯୁବ ଉଦ୍ୟୋଗୀ ମାନିକ୍ ହଂସ ଓ ଉତ୍କଳ କନିକା ଗ୍ୟାଲେରିଆ ମଲର ପ୍ରମୁଖ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ।

Hot this week

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

Related Articles

Popular Categories