www.samajalive.in
Tuesday, December 9, 2025
15.1 C
Bhubaneswar

ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଲାଞ୍ଜିଗଡ଼ ଥାନାରେ ଅଭିଯୋଗ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ଥାନାଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ବିବାହିତ ଯୁବକଙ୍କୁ ଜେଲ ଯିବାକୁ ପଡ଼ିଛି। ଲାଞ୍ଜିଗଡ଼ ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଲାଞ୍ଜିଗଡ଼ ବ୍ଲକ ବସନ୍ତପଡ଼ା ଗ୍ରାମପଞ୍ଚାୟତ ରେଙ୍ଗୋପାଲି ଗାଁର ବାବୁଲା ନାଏକ ନାମକ ଜଣେ ବ୍ୟକ୍ତି ଲାଞ୍ଜିଗଡ ଥାନାଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଲାଞ୍ଜିଗଡ ଥାନାରେ ଅଭିଯୋଗ ହୋଇଥିଲା । ପୀଡିତା ମହିଳାଙ୍କ ଅଭିଯୋଗ ପରେ ପୁଲିସ ପକ୍ଷରୁ ତଦନ୍ତ କରାଯାଇ ଅଭିଯୁକ୍ତ ବାବୁଲାକୁ ଗିରଫ କରାଯିବା ସହିତ ଶନିବାର କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ ଯିବାକୁ ପଡିଛି। ଏ ନେଇ ଲାଞ୍ଜିଗଡ ଥାନା କେସ୍ ନମ୍ବର ୧୬/୨୦୨୨ ଆଇପିସି ୩୭୬, ୫୦୬ ଦଫାରେ ମାମଲା ରୁଜୁ ହୋଇଥିବାବେଳେ ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇ ବିଳାସିନୀ ଭୋଇ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ବାବୁଲା ନାଏକ ଲାଞ୍ଜିଗଡ଼ ବ୍ଲକ ପୂର୍ବତନ ଉପାଧ୍ୟକ୍ଷାଙ୍କ ସ୍ୱାମୀ ବୋଲି ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories