www.samajalive.in
Saturday, December 6, 2025
15.1 C
Bhubaneswar

ମହିନ୍ଦ୍ରା ସୁପ୍ରୋ ଲୋଡ୍‌ ହେଭି ଡ୍ୟୁଟି ସିରିଜ୍‌ ବଜାରରେ

ଭୁବନେଶ୍ୱର : ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଲିମିଟେଡ୍‌ ପକ୍ଷରୁ ନିକଟରେ ସୁପ୍ରୋ ଲୋଡ୍‌ ହେଭି ଡ୍ୟୁଟି ସିରିଜ୍‌ର ବଜାର ପ୍ରବେଶ ହୋଇଯାଇଛି। ଏହା କମ୍ପାନୀର କ୍ଷୁଦ୍ର ବାଣିଜ୍ୟିକ ଯାନ ସୁପ୍ରୋ ମ୍ୟାକ୍ସି ଟ୍ରକ ଏବଂ ମିନି ଟ୍ରକ ଭାବେ ଉପଲବ୍‌ଧ।
ସୁପ୍ରୋ ମ୍ୟାକ୍ସି ଟ୍ରକ ହେଭି ଡ୍ୟୁଟିର ବଜାର ମୂଲ୍ୟ (ବିଏସ୍‌୪ ଏକ୍ସ-ଶୋ ରୁମ୍‌ ଭୁବନେଶ୍ୱର) ୪.୭୩ ଲକ୍ଷ ଟଙ୍କା ଏବଂ ସୁପ୍ରୋ ମିନି ଟ୍ରକ ହେଭି ଡ୍ୟୁଟି ସିରିଜ୍‌ (ବିଏସ୍‌୪ ଏକ୍ସ-ଶୋ ରୁମ୍‌ ଭୁବନେଶ୍ୱର)ର ମୂଲ୍ୟ ୪.୨୯ ଲକ୍ଷ ଟଙ୍କା ରହିଛି। ଏହା ଉପରେ କମ୍ପାନୀ ୨ବର୍ଷ/୬୦,୦୦୦ କି.ମି.ର ୱାରେଣ୍ଟି (ଯେଉଁଟି ପ୍ରଥମେ) ଉପଲବ୍ଧ କରିପାରିବେ। ଏହି ଯାନ ଡାଏମଣ୍ଡ୍‌ ହ୍ୱାଇଟ୍‌, ଡିପ୍‌ ୱାର୍ମ ବ୍ଲୁ ଏବଂ ଲାଭା ରେଡ୍‌ ଆଦି ରଙ୍ଗରେ ଉପଲବ୍ଧ। ଏହାର ବୈଶିଷ୍ଟ୍ୟ ହେଉଛି ଯେ, ସୁପ୍ରୋ ଲୋଡ୍‌ ହେଭି ଡ୍ୟୁଟି ସିରିଜ୍‌ ଉଚ୍ଚ କ୍ଷମତାଶାଳୀ, ସର୍ବୋତ୍ତମ ପରିବହନ କ୍ଷମତା, ଅଧିକ ତୈଳ ସାଶ୍ରୟକାରୀ ଏବଂ ଏଥିରେ ସୁଦୃଢ ରିଜିଡ୍‌ ସସ୍‌ପେନ୍‌ସନ୍‌ ଆଦି ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories