www.samajalive.in
Saturday, December 6, 2025
17.1 C
Bhubaneswar

କୋଠା ଭୁଶୁଡ଼ି ୪ ମୃତ, ଅନେକ ଭଗ୍ନାଂଶ ତଳେ

ବେଙ୍ଗାଲୁରୁ : କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ସାରଜାପୁର ରୋଡର କାସୁଭାନାହାଲି ଅଞ୍ଚଳରେ ନିର୍ମାଣଧୀନ ଏକ ୫ ମହଲା ବିଶିଷ୍ଠ କୋଠା ଗୁରୁବାର ଅପରାହ୍ନରେ ଭୁଶୁଡ଼ି ପଡ଼ିଛି। ଏଥିରେ ଅନ୍ୟୁନ ୪ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୧୫ ଜଣ ଶ୍ରମିକ ଭଙ୍ଗା କୋଠା ଭଗ୍ନାଂଶ ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ୮ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଖୁବଶୀଘ୍ର ଏନଡିଏଫ ଦଳ ଉଦ୍ଧାର ଅଭିଯାନରେ ଯୋଗଦେବେ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ମାତ୍ର ୩ ମହଲା ନିର୍ମାଣ ପାଇଁ ଅନୁମତି ମିଳିଥିଲା। ମାତ୍ର ଘର ମାଲିକ ୫ ମହଲା ବିଶିଷ୍ଟ ଘର ନିର୍ମାଣ କରୁଥିଲେ ବୋଲି ସ୍ଥାନୀୟ ମେୟର ସମ୍ପତ ରୟ କହିଛନ୍ତି । ୬ ବର୍ଷ ହେବ କୋଠାର ନିର୍ମାଣ କାର୍ଯ୍ୟ ଚାଲିଥିଲା । ଗତ ୨ ବର୍ଷ ହେଲା ନିର୍ମାଣ କାର୍ଯ୍ୟ ବନ୍ଦ ରହିବା ପରେ ପୁଣି କାମ ଆରମ୍ଭ ହୋଇଥିଲା । ଏହି ସମୟରେ ଏହି ଦୁର୍ଘଟଣା ଘଟିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories