www.samajalive.in
Saturday, December 6, 2025
26.1 C
Bhubaneswar

ଆମ ବଗିଚାର ଓୗଷଧୀୟ ଗଛ

ବର୍ତ୍ତମାନର ବ୍ୟସ୍ତତା ଭରା ଜୀବନଶୈଳୀରେ ଫୁରସତ୍ ନେବାକୁ ଅନେକଙ୍କ ନିକଟରେ ସମୟ ନାହିଁ। ତେବେ କର୍ମଜୀବୀମାନେ ଅବସର ପରେ ବଗିଚା କାମ ଓ ଚାରାରୋପଣ କରିବାକୁ ଉଚିତ ମନେକରୁଛନ୍ତି। ଗୃହିଣୀଙ୍କ ନିକଟରେ ମଧ୍ୟ ଏସବୁ କାମ ପାଇଁ କିଛି ସମୟ ମିଳିଯାଏ। ବିଭିନ୍ନ ପ୍ରକାର ଫୁଲ ଚାରା ଓ ପରିବା ନିଜ ଛାତ ଉପରେ ଅବା ଘର ଅଗଣା ବଗିଚାରେ ଲଗାଇବା ସହ ଔଷଧୀୟ ଚାରା ଲଗାଇବା ଉଭୟ ପ୍ରକୃତି ଓ ନିଜ ନିମନ୍ତେ ଖୁବ୍ ଉପକାରୀ।
ଘି-କୁଆଁରୀ, ବଜାରରୁ ଆମେ ଘି-କୁଆଁରୀ ଜେଲ୍ ଅବା ରସ କିଣୁ​ଛେ, କିନ୍ତୁ ସେଥିରେ ନିଶ୍ଚିତ ଭାବେ ଅନ୍ୟାନ୍ୟ ସାମଗ୍ରୀ ମିଶ୍ରଣ ହୋଇଥିବାର ଭୟ ରହିଛି। ଅନ୍ୟପାଖେ ନିଜ ଘରେ ଆମେ ଏହାକୁ ଲଗାଇ ଏହି ରସର ସଦୁପଯୋଗ କରିପାରିବା। ତ୍ବଚା ଓ କେଶ ପାଇଁ ଏହା ମହୌଷଧି ହୋଇଥିବାବେଳେ ନିୟମିତ କେଶ ମୂଳରେ ମାଲିସ୍ କଲେ କେଶ ମଜବୁତ୍ ହେବା ସହ ମୁଣ୍ଡ ଥଣ୍ଡା ରହିଥାଏ। କେତେକ ଖାଦ୍ୟପାନୀୟରେ ଏହାର ଉପଯୋଗ କରାଯାଇଥାଏ କାରଣ ଘି-କୁଆଁରୀ ରସ ମନୁଷ୍ୟର ହଜମ କ୍ଷମତା ବୃଦ୍ଧି କରିଥାଏ। ତେବେ ଖାଦ୍ୟରେ ଏହି ରସର ଉପଯୋଗ ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ଭଲଭାବେ ନେବା ଆବଶ୍ୟକ। କୁଣ୍ଡରେ ଏଇ ଗଛ ଖୁବ୍ ଭଲ ବଢ଼ିଥାଏ।
ଆମ ହିନ୍ଦୁ ପରମ୍ପରାରେ ତୁଳସୀ ଗଛର ମାହାତ୍ମ୍ୟ ଶୀର୍ଷରେ। କାନାଡାର ବିଶେଷଜ୍ଞ ଦଳ ୨୦୦୯ରେ ପ୍ରକାଶ କରିଥିଲେ ଯେ ନିୟମିତ ଭାବେ ସକାଳବେଳା ୫-୬ଟି ତୁଳସୀ ପତ୍ର ଚୋବାଇ ଖାଇଲେ, ତାହା କର୍କଟ ପ୍ରତିରୋଧକ ଭାବେ କାମ କରିଥାଏ। ତେବେ ଦିନଦିନ କିମ୍ବା ମାସମାସ ନୁହେଁ, ବରଂ ବର୍ଷବର୍ଷ ଖାଇବା ପରେ ଏହାର ଉତ୍ତମ ପ୍ରଭାବ ଜଣାପଡ଼ିଥାଏ। ଥଣ୍ଡା, କାଶରୁ ରକ୍ଷା ପାଇବା ନିମନ୍ତେ ପ୍ରାଚୀନକାଳରୁ ବୈଦ୍ୟମାନେ ତୁଳସୀ ପତ୍ରର ଉପଚାର କରିଆସୁଛନ୍ତି।
ଲେମ୍ବୁ ଚାରା ମଧ୍ୟ ବାଡ଼ିବଗିଚାରେ ଲଗାଇବା ସ୍ବାସ୍ଥ୍ୟ ନିମନ୍ତେ ଖୁବ୍ ଉପକାରୀ। ଏଇ ଲେମ୍ବୁ ରସ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ତ୍ବଚା ଉପରେ ଖୁବ୍ ଉତ୍ତମ ପ୍ରଭାବ ପକାଇଥାଏ। ଲେମ୍ବୁ ଆମ ହଜମ କ୍ଷମତା ଭଲ କରିବା ସହ କୋଷ୍ଠକାଠିନ୍ୟ ରୋଗରୁ ମଧ୍ୟ ରକ୍ଷା କରେ।
ପୋଦିନା ଗଛ ଯେ କୌଣସି ଋତୁରେ ମଧ୍ୟ ଶରୀର ଉପରେ ଉତ୍ତମ ପ୍ରଭାବ ପକାଇଥାଏ। ଏହାର ବାସ୍ନାରେ ମନକୁ ଶାନ୍ତି ମିଳିବା ସହ ପୋଦିନା ପତ୍ର ଚୋବାଇ ଖାଇଲେ ହଜମ ଭଲ ହେବା ସହ ପେଟ ସମସ୍ୟାରୁ ରକ୍ଷା ମିଳେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories