ଭୁବନେଶ୍ବର: ପୂର୍ବତନ କର୍ପୋରେଟରଙ୍କ ଘରେ ପଶି ଦୁବୃର୍ତ୍ତମାନେ ତାଙ୍କ ଗାଡି ପୋଡି ଦେଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ କେତେକ ଦୁବୃର୍ତ୍ତ ବିଜେପିର ପୂର୍ବତନ କର୍ପୋରେଟର ଲାଲା ଅଶୋକ କୁମାର ରାୟଙ୍କ ଘରେ ପଶି ତାଙ୍କର କାର, ବାଇକ ଇତ୍ୟାଦି ୫ଟି ଗାଡି ପୋଡି ଦେଇଛନ୍ତି। ବୁଧବାର ସକାଳେ ଖାରବେଳନଗର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଏ ଓ କାହିଁକି ଗାଡି ଗୁଡିକ ପୋଡି ଦେଇଛି ତାହା ଜଣା ପଡିନାହିଁ।
ସୂଚନାଯୋଗ୍ୟ ଯେ, ପୂର୍ବତନ କର୍ପୋରେଟର ମଙ୍ଗଳବାର ରାତିରେ ଶୋଇଥିବା ବେଳେ ଏହି ଘଟଣା ଘଟିଛି। ବିଳମ୍ବିତ ରାତିରେ ସେମାନେ ଶୋଇଥିବା ବେଳେ କିଛି ଶଦ୍ଦ ଶୁଣି କୁକୁର ଭୁକିଥିଲା। କୁକୁର ଭୁକିବାରୁ ସେ ବାହାରକୁ ଆସିଥିଲେ। ଦୁବୃର୍ତ୍ତମାନେ ତାଙ୍କ କାର, ବାଇକ ସ୍କୁଟି ଇତ୍ୟାଦିକୁ ପୋଡି ଦେଇଥିବାର ସେ ଦେଖିବାକୁ ପାଇଥିଲେ।
ପୂର୍ବତନ କର୍ପୋରେଟରଙ୍କ ଘରେ ପଶି ଗାଡି ପୋଡିଲେ ଦୁବୃର୍ତ୍ତ
Popular Categories



