ଅନୀଲ ଅମ୍ବାନୀ ରିଲାଏନ୍ସ ଇନଫ୍ରା ଏବଂ ରିଲାଏନ୍ସ ପାଓ୍ୱାରର ନିର୍ଦେଶକ ପଦରୁ ଦେଲେ ଇସ୍ତଫା

ମୁମ୍ବଇ- ଅନୀଲ ଧୀରୁଭାଇ ଅମ୍ବାନୀ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅମ୍ବାନୀ ଶୁକ୍ରବାର  ରିଲାଏନ୍ସ ପାଓ୍ୱାର ଏବଂ ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍ଚରର ନିର୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ।   କୌଣସି ପଞ୍ଜୀକୃତ କମ୍ପାନୀ ସହ ଜଡିତ ହେବା ପାଇଁ ସେବି ପକ୍ଷରୁ ଅନୀଲଙ୍କ ଉପରେ  ରୋକ୍‌ ଲଗାଯାଇଥିଲା । ଏହାପରେ  ଅନୀଲ ଦୁଇଟି କମ୍ପାନୀର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି ।

prayash

ସେବିର ଅନ୍ତରୀଣ ନିର୍ଦେଶକୁ ଅନୁପାଳନ କରିବା ସହ ଅନୀଲ ଅମ୍ବାନୀ ପଦରୁ ଇସ୍ତଫା ଦେଇଥିବା କଥା କମ୍ପାନୀ ପକ୍ଷରୁ ବମ୍ବେ ଷ୍ଟକ ଏକ୍ସଚେଂଜକୁ ସୂଚନା ଦିଆଯାଇଛି । ରାହୁଲ ସରୀନ୍‌ଙ୍କୁ ଅନୀଲ ଅମ୍ବାନୀଙ୍କ ସ୍ଥାନରେ ନିର୍ଦେଶକ ପଦରେ ସ୍ୱତନ୍ତ୍ର ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି ।

kalyan agarbati

Comments are closed.