www.samajalive.in
Sunday, December 7, 2025
18.1 C
Bhubaneswar

ରାସ୍ତା କାର୍ଯ୍ୟ ସରିବାର ୪ ବର୍ଷ ପରେ ସୂଚନା ଫଳକ ମରାଯିବା ପାଇଁ ପୋତାଗଲା ଲୁହା ଆଙ୍ଗଲ

ବେଗୁନିଆ: ଖୋର୍ଦ୍ଧା ଗ୍ରାମ୍ୟଉନ୍ନୟନ ସବଡିଭିଜନ ଅନ୍ତର୍ଗତ ବେଗୁନିଆ ସେକ୍ସନ ଅଧୀନରେ ଥିବା ବହୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରାସ୍ତା ସହିତ ସମ୍ପୃକ୍ତ ବିଭାଗ ଦ୍ଵାରା ନିର୍ମାଣ କରାଯାଇଥିବା ଗ୍ରାମ ସଂଯୋଗୀକରଣ ରାସ୍ତାଗୁଡିକର ଦୁରାବସ୍ଥା ଜଣେ ନଦେଖିଲେ ଜାଣି ପାରିବ ନାହିଁ । ରାସ୍ତାଗୁଡିକରୁ ପିଚୁ ଉଠି ମାଟି ରାସ୍ତାରେ ପରିଣତ ହୋଇଥିବାବେଳେ ବିଭାଗୀୟ ଅଧିକାରୀମାନେ ସେହି ରାସ୍ତା ପ୍ରତି ଦୃଷ୍ଟି ନଦେଇ ତେଲିଆ ମୁଣ୍ଡରେ ତେଲ ନ୍ୟାୟରେ ଭଲ ରାସ୍ତାଗୁଡିକ ଖୋଳି କିମ୍ବା ତା ଉପରେ ନାମକୁ ମାତ୍ର ଚିପ୍ସ ବଜୁରୀ ଦିଆଯାଇ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା କରୁଥିବାର ଅଭିଯୋଗ ହେଉଛି । ବେଗୁନିଆ ବ୍ଲକ ଅନ୍ତର୍ଗତ ଡିଙ୍ଗର ଚାରିଛକଠାରୁ ଗଡ଼ମାଣତୀର ପର୍ଯ୍ୟନ୍ତ ପ୍ରାୟ ୭ କିମି ରାସ୍ତାକୁ ଗତ ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମିଲ କରାଯାଇ ନିର୍ମାଣ କରାଯାଇଥିଲା । ସେ ସମୟରେ ଉକ୍ତ ରାସ୍ତାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ୪ ବର୍ଷ ଭିତରେ କୌଣସି ସୂଚନା ଫଳକ ମରାଯାଇନଥିଲା । କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସୂଚନା ଫଳକ ମାରିବା ପାଇଁ ସରକାରୀ ନିୟମ ଥିବାବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗରେ ତାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। କାର୍ଯ୍ୟ ସମ୍ପର୍କରେ ଲୋକମାନେ ସମ୍ପୂର୍ଣ୍ଣ ତଥ୍ୟ ପାଇଗଲେ ବିଭାଗୀୟ ଅଧିକାରୀ ଏବଂ ଠିକାଦାର ଅସୁବିଧାରେ ପଡ଼ିବାର ଆଶଙ୍କା କରି ସୂଚନା ଫଳକ ମରାଯାଉନାହିଁ ବୋଲି ଅଭିଯୋଗ ହେଉଛି ।

ରାସ୍ତାର ଦୁଇ ପାର୍ଶ୍ଵରେ ମୋରମ ଫିଲିଙ୍ଗ ମଧ୍ୟ ହୋଇନଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏଠାରେ ନିର୍ମାଣ କରାଯାଉଥିବା କାର୍ଯ୍ୟ ଗୁଡିକର ମାନ ଠିକ ରହୁନଥିବାର ଅଭିଯୋଗ ହେଉଛି । କୁଆଡେ ତଳୁ ଉପର ପର୍ଯ୍ୟନ୍ତ ସମସ୍ତଙ୍କ କଥା ଠିକାଦାରଙ୍କୁ ବୁଝିବାକୁ ପଡ଼ୁଥିବାରୁ ସେମାନେ ନିମ୍ନ ମାନର ଜିନିଷ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି । ଯାହାଦ୍ୱାରା କାର୍ଯ୍ୟର ସ୍ଥାୟୀତ୍ୱ ବେଶୀ ଦିନ ରହୁନାହିଁ । କୌଣସି କାର୍ଯ୍ୟରେ ସୂଚନାଫଳକ ମରାଯାଉନାହିଁ। ଏବେ ଡିଙ୍ଗର-ଗଡ଼ମାଣତୀର ରାସ୍ତାରେ ଲୋକମାନେ ଜାଣିବା ପାଇଁ ଆରମ୍ଭରୁ କୋତଳାଙ୍ଗ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ଠାଏ ଠାଏ ମୋରମ ପକାଯାଉଥିବା ବେଳେ କେଉଁଠାରେ କେମିତି ଡ୍ରେନ ନିର୍ମାଣ କରାଯାଉଛି । ଡ୍ରେନ କାର୍ଯ୍ୟରେ ନିମ୍ନ ମାନର ସିମେଣ୍ଟ ଏବଂ ପଥର ଯୋଡ଼େଇ ହେଉଥିବା ଯୋଗୁଁ ଏବଂ ପାଣି ଆଦୋୖ ଦିଆ ନଯିବା ହେତୁ ହାତ ମାରିଲେ ସେଥିରୁ ସିମେଣ୍ଟ ବାଲି ଖସି ପଡୁଛି । ଏବେ ଡିଙ୍ଗର ଚାରିଛକ ଠାରେ ଏହି ରାସ୍ତାରେ ସୂଚନା ଫଳକ ମରାଯିବାପାଇଁ ଲୁହା ଆଙ୍ଗଲ ପୋତାଯାଇଛି । କିନ୍ତୁ ବୋର୍ଡ଼ ମରାଯାଇ ନାହିଁ । ଏହି ରାସ୍ତାରେ ପୁନଶ୍ଚ ଅନ୍ୟ କେଉଁ ଏକ ଯୋଜନାରେ ରାସ୍ତା ନିର୍ମାଣ କରିବା ପାଇଁ ୨କୋଟି ଟଙ୍କା ଆସିଥିବାର ଶୁଣିବାକୁ ମିଳୁଛି । ରାସ୍ତାଟି ନଷ୍ଟ ନହେବା ପୂର୍ବରୁ ଉକ୍ତ ରାସ୍ତାରେ କିପରି ଅନୁଦାନ ଆସିଲା ଅଥଚ ଯେଉଁ ରାସ୍ତାରୁ ପିଚୁ ଉଠି ମାଟି ରାସ୍ତାରେ ପରିଣତ ହୋଇଛି ସେହି ରାସ୍ତାକୁ ଅନୁଦାନ କାହିଁକି ଆସୁନାହିଁ ବୋଲି ଜନସାଧାରଣ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ୫ ବର୍ଷ ପରେ ଉକ୍ତ ରାସ୍ତାର ରକ୍ଷଣା ବେକ୍ଷଣ ପାଇଁ ଠିକାଦାରଙ୍କ ବିଲରୁ କାଟି ଯେଉଁ ଅର୍ଥ ରଖାଯାଇଛି ତାହା କେଉଁ କାର୍ଯ୍ୟରେ ଲାଗିବ ? ଏହି ସବୁ ଘଟଣା ସମ୍ପର୍କରେ ଜାଣିବା ପାଇଁ ବେଗୁନିଆ କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ରକୁମାର ଜେନା ଏବଂ ଖୋର୍ଧା ଏସ ଡି ଓଙ୍କୁ ଫୋନ କରାଯାଇଥିଲା । କିନ୍ତୁ ସେମାନେ ଫୋନ ରିସିଭ କରିନଥିଲେ ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories