www.samajalive.in
Sunday, December 7, 2025
18.1 C
Bhubaneswar

ଦେଓଗାଁବ୍ଲକ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଦୟାନିଧି ଖମାରୀ

ଦେଓଗାଁ: ବୁଧୁବାର ଦେଓଗାଁ ବ୍ଲକର ଏକାଦଶତମ ବ୍ଲକ ଅଧ୍ୟକ୍ଷ ଭାବେ ବିଜେଡି ନେତା ଦୟାନିଧି ଖମାରୀ ଦାୟିତ୍ୱ ନେଇଛନ୍ତି। ଶ୍ରୀ ଖମାରୀ ସମିତି ସଭ୍ୟ ଭାବେ ବ୍ରାମଣିଜୋର ପଞ୍ଚାୟତରୁ ନିର୍ବାଚିତ ହୋଇଛନ୍ତି। ଗତ ୧୨ତାରିଖରେ କଂଗ୍ରେସ ସମର୍ଥିତ ସମିତିସଭ୍ୟଙ୍କ ଭୋଟରେ ସେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ଖମାରୀ ପୂର୍ବରୁ ଧଣ୍ଡାମାଲ ପଞ୍ଚାୟତର ସରପଞ୍ଚ ଭାବରେ ଦୁଇଥର ନିର୍ବାଚିତ ହୋଇ କାର୍ଯ୍ୟକାରୀ ବିଜେଡ଼ି ଦଳର ସାଙ୍ଗଠନିକ କାମ କରୁଥିଲେ। ବୁଧୁବାର ଦିନ ନିଜ ସମର୍ଥିତ ସମିତି ସଭ୍ୟ ଓ ସରପଞ୍ଚଙ୍କ ସହ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଦେଓଗାଁ ବିଡ଼ିଓ ମୁରଲୀଧର ନାୟକ ଅଧ୍ୟକ୍ଷଙ୍କ କୋଠରୀକୁ ପାଛୋଟି ନେଇଥିଲେ। ଏହାପରେ ବ୍ଳକ ଅଧ୍ୟକ୍ଷ ଦାୟିତ୍ବ ନେବାବେଳେ ୧୨ ନମ୍ବର ଜିଲାପରିଷଦ ସଭ୍ୟା ମମତା କୁମୁରା, ଦେଓଗାଁବ୍ଳକ ବିଜେଡ଼ି ସଭାପତି ସୁଶୀଳ ଚାନ୍ଦ, ଜିଲା ସାଧାରଣ ସମ୍ପାଦକ ଉମାଶଙ୍କର ସିଂ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଵିଜୟ ସାହୁ, ବଲାଙ୍ଗୀର ବିଧାୟକଙ୍କ ପ୍ରତିନିଧି ତଥା ବନ୍ଧପଡ଼ା ସମିତି ସଭ୍ୟ କାନ୍ତେଶ୍ୱର ପଧାନ, ପୂର୍ବତନ ଉପାଧ୍ୟକ୍ଷ ଜନ୍ମଜୟ ସାହୁ, ଯୁବ ନେତା ଅନ୍ତର୍ୟ୍ୟାମୀ ଭୋଇଙ୍କ ସହ ଶତାଧିକ ବିଜେଡି, କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories