www.samajalive.in
Sunday, December 7, 2025
26.1 C
Bhubaneswar

ଏସିଆ କପ୍‍ କ୍ରିକେଟ : ଭାରତ-ଆଫ୍‍ଗାନିସ୍ତାନ ମୁକାବିଲା ଆଜି

ଦୁବାଇ  : ଭାରତ ଚଳିତ ଏସିଆ କପ୍‍ର ଫାଇନାଲରେ ପ୍ରବେଶ କରିସାରିଛି । ତେଣୁ ମଙ୍ଗଳବାର ଖେଳାଯିବାକୁ ଥିବା ସୁପର ଫୋର୍‍ ମ୍ୟାଚ୍‍କୁ ଭାରତ ଫାଇନାଲ ପୂର୍ବରୁ ଅଭ୍ୟାସ ମ୍ୟାଚ୍‍ ଭାବି ଖେଳିବ। ଆଫ୍‍ଗାନିସ୍ତାନ ବିପକ୍ଷରେ ଭାରତ ଏହି ମ୍ୟାଚ୍‍ ଖେଳିବ। ଫାଇନାଲରେ ପହଞ୍ଚି ଯାଇଥିଲେ ସୁଦ୍ଧା ଭାରତ ଏହି ମ୍ୟାଚରେ ଆଦୌ ଢିଲାପଣ ଦେଖାଇବ ନାହିଁ। କାରଣ ଟୁର୍ଣ୍ଣାମେଣ୍ଟର ଏକମାତ୍ର ଦଳ ଭାବେ କୌଣସି ମ୍ୟାଚ୍‍ ନ ହାରି ଭାରତ ଫାଇନାଲ ଖେଳିବାକୁ ଚାହିଁବ । ଫଳରେ ଦୃଢ଼ ମନୋବଳ ନେଇ ଭାରତ ଫାଇନାଲରେ ଓହ୍ଲାଇବ। ଅନ୍ୟପକ୍ଷରେ ଶ୍ରୀଲଙ୍କା ଓ ବାଂଲାଦେଶ ଦଳକୁ ବଡ଼ ବ୍ୟବଧାନରେ ପରାସ୍ତକରି ସୁପର ଫୋର୍‍ ପର୍ଯ୍ୟାୟରେ ପହଞ୍ଚିଥିବା ଆଫ୍‍ଗାନିସ୍ତାନ କିନ୍ତୁ ୨ଟି ସୁଯୋଗ ହାତଛଡ଼ା କରି ଏବେ ଭାଗ୍ୟକୁ ନିନ୍ଦୁଛି। ପାକିସ୍ତାନ ଓ ବାଂଲାଦେଶ ବିପକ୍ଷରେ ଏହା ବିଜୟୀହେବା ସ୍ଥିତିରେ ଥାଇ ସୁଦ୍ଧା ଶେଷ ଓଭରରେ ମ୍ୟାଚ୍‍ ହାରିଥିଲା। ଫଳରେ ପ୍ରଥମ ଦଳ ଭାବେ ସୁପର ଫୋର୍‍ରୁ ବିଦାୟ ନେଇଛି ଆଫ୍‍ଗାନିସ୍ତାନ। ତେବେ ଆନ୍ତର୍ଜାତିକ କ୍ରିକେଟ୍‍କୁ ଉପଭୋଗ କରୁଥିବା ଆଫ୍‍ଗାନିସ୍ତାନ ଏହି ମ୍ୟାଚରେ ମଧ୍ୟ ପୂରା ଦମ୍‍ ଲଗାଇ ଖେଳିବ। ତେଣୁ ଏହି ମ୍ୟାଚ୍‍କୁ ହାଲୁକା ଭାବେ ନେବା ଭାରତ ପାଇଁ ଠିକ୍‍ ହେବନାହିଁ।
ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏହା ଚକିତକର ଯେ ଟୁର୍ଣ୍ଣାମେଣ୍ଟର ସବୁଠାରୁ ଦୁର୍ବଳ ଦଳ ହଂକଂ ବିପକ୍ଷରେ ଏହାକୁ ସଂଘର୍ଷ କରିବାକୁ ପଡ଼ିଥିଲା। ଏହାପରେ ପାକିସ୍ତାନ ବିପକ୍ଷରେ ୨ ଥର ଓ ବାଂଲାଦେଶ ବିପକ୍ଷରେ ଥରେ ଭାରତ ଅତି ସହଜରେ ଜିତିଛି। ବିଶେଷକରି, ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭାରତ ଯେପରି ଅତି ସହଜରେ ପରାସ୍ତ କରିଛି; ତାହା ରୋହିତ ଶର୍ମାଙ୍କ ଦଳକୁ ଉତ୍ସାହିତ କରିଛି। ତେବେ ଫାଇନାଲ ମ୍ୟାଚ୍‍ ପୂର୍ବରୁ ମଧ୍ୟକ୍ରମକୁ ପରଖିବାକୁ ଭାରତ ଚାହିଁବ। କାରଣ ଗତ ୪ଟି ମ୍ୟାଚ୍‍ରୁ ଦୁଇ ଓପ୍‍ନର ଶିଖର ଧାୱନ (୩୨୭) ଓ ଅଧିନାୟକ ରୋହିତ ଶର୍ମା (୨୬୯) ମୁଖ୍ୟତଃ ସ୍କୋର୍‍ କରିଛନ୍ତି। ୩ୟ ସର୍ବାଧିକ ରନ୍‍ କରିଛନ୍ତି ଅମ୍ବତି ରାୟୁଡୁ (୧୧୬); କାରଣ ସେ ୩ ନମ୍ବରରେ ବ୍ୟାଟିଂ କରିଛନ୍ତି। ଅଦ୍ୟାବଧି ଧାୱନ ଓ ରୋହିତ ମିଳିତ ଭାବେ ୬ ଶହରୁ ଅଧିକ ରନ୍‍ କରିଥିବା ବେଳେ ରାୟୁଡୁ ୧୬୨ଟି ବଲ୍‍ ଖେଳିଛନ୍ତି। ତେବେ ମଧ୍ୟକ୍ରମରେ ଥିବା ୩ ବ୍ୟାଟ୍‍ସମ୍ୟାନ ଦିନେଶ କାର୍ତ୍ତିକ (୭୮), ମହେନ୍ଦ୍ର ସିଂହ ଧୋନି (୪୦) ଓ କେଦାର ଯାଦବ (୨୭) ବହୁତ କମ୍‍ ବଲ୍‍ ଖେଳିଛନ୍ତି। ତେଣୁ ଯଦି ଫାଇନାଲ ମ୍ୟାଚ୍‍ରେ ଭାରତର ଉପର ଅର୍ଡର ବିଫଳ ହୁଏ; ତେବେ ମଧ୍ୟକ୍ରମ ଉପରେ ଚାପପଡ଼ିବ। କାରଣ ସେମାନଙ୍କୁ ବହୁତ କମ୍‍ ବ୍ୟାଟିଂ କରିବାକୁ ମିଳିଛି। ତେଣୁ ଉପରୋକ୍ତ ୩ ବ୍ୟାଟ୍‍ସମ୍ୟାନ୍‍ଙ୍କୁ ଉପର ଅର୍ଡରରେ ବ୍ୟାଟିଂ କରିବାର ମଉକା ମିଳିପାରେ। ପ୍ରବଳ ଗରମରେ ଦୁଇ ଭାରତୀୟ ପେସ୍‍ ବୋଲର ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମ୍‍ରା ୪ଟିଯାକ ମ୍ୟାଚ୍‍ ଖେଳିଛନ୍ତି। ତେଣୁ ଫାଇନାଲ ପୂର୍ବରୁ ଉଭୟଙ୍କୁ ବିଶ୍ରାମ ମିଳିପାରେ। ଫଳରେ ଦୀପକ ଚହର, ସିଦ୍ଧାର୍ଥ କୌଲ ଓ ଖଲିଲ ଅହମ୍ମଦଙ୍କ ମଧ୍ୟରୁ ଜଣେ ଖେଳିପାରନ୍ତି।

ଏଣେ ଟୁର୍ଣ୍ଣାମେଣ୍ଟରୁ ବିଦାୟନେବା ପୂର୍ବରୁ ଆଫ୍‍ଗାନିସ୍ତାନ ପୁଣିଥରେ ଆନ୍ତର୍ଜାତିକ କ୍ରିକେଟ୍‍ରେ ତା’ର ଶକ୍ତି ପ୍ରଦର୍ଶନ କରିବାକୁ ଚାହିଁବ। କେବଳ ଅନଭିଜ୍ଞତା ଯୋଗୁଁ ହିଁ ଅଳ୍ପକେ ଫାଇନାଲ ଖେଳିବାକୁ ବଞ୍ଚିତ ହୋଇଛି ଆଫ୍‍ଗାନିସ୍ତାନ। ମ୍ୟାଚ୍‍ ନିଜ କବ୍‍ଜାରେ ଥାଇ ମଧ୍ୟ ପାକିସ୍ତାନ ଓ ବାଂଲାଦେଶ ବିପକ୍ଷରେ ଏହା ଶେଷ ଓଭରରେ ବିଜୟୀ ହୋଇପାରିଲା ନାହିଁ। ଆଇପିଏଲ୍‍ ଖେଳୁଥିବା ଏହାର ଦୁଇ ସ୍ପିନର ରସିଦ୍‍ ଖାଁ ଓ ମୁଜିବ୍‍ ଉର୍‍ ରେହ୍‍ମାନ ଅଦ୍ୟାବଧି ଚମତ୍କାର ପ୍ରଦର୍ଶନ କରିଛନ୍ତି। ପରିଚିତ ଭାରତୀୟ ବ୍ୟାଟ୍‍ସମ୍ୟାନଙ୍କୁ ପ୍ରଭାବିତ କରିବାକୁ ଏମାନେ ନିଶ୍ଚୟ ଚାହିଁବେ। ବ୍ୟାଟ୍‍ସମ୍ୟାନ ଭାବେ ହସ୍‍ମତୁଲ୍ଲା ସାହିଦି, ମହମ୍ମଦ ସେହ୍‍ଜାଦ୍‍, ରହମତ୍‍ ଖାଁ ଓ ଅଧିନାୟକ ଅସ୍‍ଗର ଆଫ୍‍ଗାନ ଭଲ ପ୍ରଦର୍ଶନ କରିଛନ୍ତି। ତେବେ ଭାରତୀୟ ସ୍ପିନରଙ୍କ ବିପକ୍ଷରେ ଏମାନେ କଡ଼ା ଚ୍ୟାଲେଞ୍ଜ୍‍ର ସମ୍ମୁଖୀନ ହେବେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories