www.samajalive.in
Wednesday, December 10, 2025
16.1 C
Bhubaneswar

୩-୦ରେ ସିରିଜ କବ୍‍ଜା କଲା ଭାରତ

କଲମ୍ବୋ : ଜେମିମା ରୋଡ୍ରିଗ୍ୱେଜ୍‍ଙ୍କ ଅପରାଜିତ ଅର୍ଦ୍ଧଶତକ ଓ ଅନୁଜା ପାଟିଲଙ୍କ ଅଲରାଉଣ୍ଡ ସଫଳତାକୁ ଭିତ୍ତିକରି ଭାରତ ଏଠାରେ ସୋମବାର ଖେଳାଯାଇଥିବା ଚତୁର୍ଥ ଟ୍ୱେଣ୍ଟି-୨୦ ମ୍ୟାଚରେ ଘରୋଇ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ପାଞ୍ଚଟିକିଆ ସିରିଜକୁ ୩-୦ରେ କବ୍‍ଜା କରିଛି। ମଙ୍ଗଳବାର ସିରିଜର ପଞ୍ଚମ ତଥା ଅନ୍ତିମ ଟ୍ୱେଣ୍ଟି-୨୦ ମ୍ୟାଚ ଖେଳାଯିବ।
ବର୍ଷା ଯୋଗୁଁ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିବାବେଳେ ଏହାକୁ ୧୭ ଓଭର ବିଶିଷ୍ଟ କରିବାକୁ ଅମ୍ପାୟାର ନିଷ୍ପତ୍ତି ନେଇଥିଲେ। ଟସ୍‍ରେ ହାରି ପ୍ରଥମେ ବ୍ୟାଟିଂ ନିର୍ଦେଶ ପାଇଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ୧୭ ଓଭରରେ ୫ ୱିକେଟ ବିନିମୟରେ ୧୩୪ ରନ କରିଥିଲା। ଶଶିକଳା ସିରିବର୍ଦନେ ୪୦ ଓ ଅଧିନାୟିକା ଚାମିରା ଜୟାଙ୍ଗିନୀ ୩୧ ରନ କରିଥିବାବେଳେ ଭାରତ ପକ୍ଷରୁ ଅନୁଜା ପାଟିଲ ୩ଟି ଓ ଦିପ୍ତୀ ଶର୍ମା, ରାଧା ଯାଦବ ପ୍ରତ୍ୟେକ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ। ଜବାବରେ ଭାରତ ୧୫.୪ ଓଭରରେ ୩ ୱିକେଟ ବିନିମୟରେ ୧୩୫ ରନ କରି ବିଜୟୀ ହୋଇଥିଲା। ୪୧ ରନରେ ସ୍ମୃତି ମାନ୍ଧାନା (୫), ମିତାଲି ରାଜ (୧୧) ଓ ତାନ୍ୟା ଭାଟିଆଙ୍କ (୫) ୱିକେଟ ହରାଇ ଭାରତ ଅସୁବିଧାର ସମ୍ମୁଖୀନ ହୋଇଥିଲା। ତେବେ ଜେମିମା ରୋଡ୍ରିଗ୍ୱେଜ୍‍ ଓ ଅନୁଜା ପାଟିଲ ୪ର୍ଥ ୱିକେଟ ପାଇଁ ଅବିଭ।।ଜିତ ୯୬ ରନ ଯୋଗକରି ଦଳକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ। ଜେମିମା ୫ଟି ଚୌକା, ୨ଟି ଛକା ସହାୟତାରେ ୫୨ ଓ ଅନୁଜା ୭ଟି ଚୌକା ସହାୟତାରେ ୫୪ ରନ କରି ଅପରାଜିତ ଥିଲେ। ଶ୍ରୀଲଙ୍କା ପକ୍ଷରୁ ଓସାଦି ରଣସିଂଘେ ସମସ୍ତ ୩ଟି ୱିକେଟ ଅକ୍ତିଆର କରିଥିଲେ।

Hot this week

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

Related Articles

Popular Categories