nua o banner

ସମ୍ବଲପୁରର ସୌମ୍ୟ ହେଲେ ମିଷ୍ଟର ଓଡିଶା ଓ କଟକର ଗୀତାଞ୍ଜଳି ହେଲେ ମିସ ଓଡିଶା

ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀତା :

BSKY banner  750×100

ସମ୍ବଲପୁର: ସମ୍ବଲପୁର ବଡି ବିଲଡିଂ ଆଣ୍ଡ ଫିଟନେସ ଆସୋସିଏସନ ତରଫରୁ ରବିବାର ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗୀତାରେ ସମ୍ବଲପୁରର ସୌମ୍ୟ ରଞ୍ଜନ ପ୍ରଧାନ ମିଷ୍ଟର ଓଡିଶା ଏବଂ କଟକର ଗୀତାଞ୍ଜଳି ସାହୁ ମିସ ଓଡିଶା ସ୍ଥାନ ଅଧିକାର କରିଛନ୍ତି। ଦୀର୍ଘ ୧୧ ବର୍ଷ ପରେ ସମ୍ବଲପୁର ଠାରେ ଆୟୋଜିତ ଏହି ପ୍ରତିଯୋଗୀତା ଗତକାଲି ସ୍ଥାନୀୟ ପିଏଚଡି ପଡିଆ ଠାରେ ସନ୍ଧ୍ୟାରୁ ଆରମ୍ଭ ହୋଇ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା। ପ୍ରତିଯୋଗୀତାରେ ୨୫୦ରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ୩୦ ଜଣ ବିଚାରକ ଓ ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇଥିଲେ। ପ୍ରତିଯୋଗୀତାରେ ୧୮ଟି ବିଭାଗରେ ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ପ୍ରତିଯୋଗୀତାରେ ଦୁଇ ଜଣ କୁନି ବାଳକ ମଧ୍ୟ ତାଙ୍କର ସୁନ୍ଦର ସ୍ୱାସ୍ଥ୍ୟର ପ୍ରଦର୍ଶନ କରି ସମସ୍ତଙ୍କୁ ଆକର୍ଷିତ କରିଥିଲେ।

Comments are closed.