www.samajalive.in
Tuesday, December 9, 2025
26.1 C
Bhubaneswar

ସିକିମ୍ ରେ ବିମାନ ବନ୍ଦର ଉଦଘାଟନ କଲେ ମୋଦୀ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବୃହତ ସ୍ୱାସ୍ଥ୍ୟ ସେବାର ଉଦଘାଟନ କରିବା ପରେ ମୋଦୀ ସୋମବାର ସିକିମରେ ଏକ ବିମାନ ବନ୍ଦରର ଉଦଘାଟନ କରିଛନ୍ତି। ପାହାଡ଼ର ଶିଖରରେ ନିର୍ମିତ ଏହି ବିମାନବନ୍ଦର ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ସୁରେଶ ପ୍ରଭୁ ମଧ୍ୟ ଉପସ୍ଥିତ ଥିଲେ। ଏହି ଉପଲକ୍ଷେ ଏକ ସାଧାରଣ ସଭାକୁ ସମ୍ବୋଦ୍ଧିତ କରି ମୋଦୀ ସ୍ଥାନୀୟ ଭାଷାରେ ତାଙ୍କ ଭାଷଣ ଆରମ୍ଭ କରିଥିଲେ।

ଦେଶର ଉତ୍ତର ପୂର୍ବାଞ୍ଚଳର ମହତ୍ତ୍ୱ ଅନନ୍ୟ। ଦେଶର ଏଭଳି ଏକ କ୍ଷେତ୍ର ଯାହାର ସୌନ୍ଦର୍ଯ୍ୟ ସିଧାସଳଖ ବ୍ୟକ୍ତିର ହୃଦୟକୁ ରୋମନ୍ଥିତ କରିଦିଏ। ବିମାନବନ୍ଦର ଉଦଘାଟନ ଉତ୍ସବ ଅବସରରେ ସୋମାବାର ପୂର୍ବାହ୍ନରେ ପ୍ରକୃତିର ଏଭଳି ଦୃଶ୍ୟ ଦେଖିବାର ସୁଯୋଗ ଦେଇଥିବାରୁ ମୋଦୀ ସିକିମବାସୀଙ୍କୁ ଧନ୍ୟବାଦ ଦେଇ ତାଙ୍କ ଭାଷଣ ଆରମ୍ଭ କରିଥିଲେ।

- Advertisement -

ସିକିମର ଏହି ବିମାନ ବନ୍ଦର ଉଦଘାଟନ ହେବା ଦ୍ୱାରା ଦେଶରେ ଏଣିକି ବିମାନବନ୍ଦର ସଂଖ୍ୟା ୧୦୦ରେ ପହଞ୍ଚିଛି । ସିକିମ ପରି ରାଜ୍ୟ ଫୁଟବଲ ସମେତ କ୍ରିକେଟରେ ମଧ୍ୟ ନିଜ ସ୍ଥିତି ପ୍ରମାଣିତ କରିବାରେ ଲାଗିଛି। ସିକିମବାସୀଙ୍କ କ୍ୟାପଟେନ ଶତକ ଲଗାଇ ସମଗ୍ର ଦେଶବାସୀଙ୍କୁ ଗର୍ବିତ କରିଛନ୍ତି। ସିକିମର ବିମାନବନ୍ଦରକୁ “ଉଡାନ’’ ଯୋଜନାରେ ସାମିଲ କରାଯାଇଛି। ଫଳରେ ଏ ବିମାନବନ୍ଦରର ଟିକଟ ମୂଲ୍ୟ ବେଶ୍‍ କମ୍‍ ରହିବ। ଏକ ଘଣ୍ଟା ମଧ୍ୟରେ ସମ୍ପନ୍ନ ହେଉଥିବା ବିମାନ ଯାତ୍ରା କେବଳ ୨୫୦୦ଟଙ୍କା ମଧ୍ୟରେ ସମ୍ପନ୍ନ ହୋଇ ପାରିବ ବୋଲି ମୋଦୀ ଗୁରୁତ୍ୱ ଦେଇଥିଲେ।

ମୋଦୀ ତାଙ୍କ ଭାଷଣରେ ବିମାନ ବନ୍ଦରର ସୌନ୍ଦର୍ଯ୍ୟ ଇତିମଧ୍ୟରେ ସୋସିଆଲ ମିଡିଆରେ ବେଶ୍‍ ପ୍ରଶଂସିତ ହୋଇଛି ବୋଲି ଗୁରୁତ୍ୱ ଦେଇଥିଲେ। ପାହାଡ଼ କାଟି ଏହି ବିମାନବନ୍ଦର ନିର୍ମାଣ କରାଯାଇ ଥିବାବେଳେ ବିମାନ ବନ୍ଦର ତଳଭାଗରୁ ପାହାଡି ଝରଣା ଦର୍ଶକଙ୍କୁ ବିମୋହିତ କରୁଛି।
ଦେଶର ଉତ୍ତର ପୂର୍ବାଞ୍ଚଳକୁ ନେଇ କେନ୍ଦ୍ର ସରକାର ବେଶ୍‍ ସଜାଗ ରହିଛନ୍ତି। ପ୍ରତି ସପ୍ତାହରେ ଜଣେ ନା’ ଜଣେ କେନ୍ଦ୍ର ମନ୍ତ୍ରୀ ଉତ୍ତର ପୂର୍ବାଞ୍ଚଳ ଗ୍ରସ୍ତ କରି ଏଠାକାର ବିକାଶ ପ୍ରକ୍ରିୟାର ଯାଞ୍ଚ କରୁଛନ୍ତି। ୨୦୧୪ ପର୍ଯ୍ୟନ୍ତ ଦେଶରେ ୬୫ଟି ବିମାନ ବନ୍ଦର ପ୍ରତିଷ୍ଠା ହୋଇଥିଲା। ୨୦୧୪ପରେ ପ୍ରତି ବର୍ଷ ୯ଟି ବିମାନବନ୍ଦର ପ୍ରତିଷ୍ଠା କରିବା ସହ ଏହାକୁ “ଉଡ଼ାନ’ ଯୋଜନାରେ ସାମିଲ କରିବା ଆମଳ ଲକ୍ଷ୍ୟ ବୋଲି ମୋଦୀ ଗୁରୁତ୍ୱାରୋପ କରିଛନ୍ତି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories