www.samajalive.in
Sunday, December 7, 2025
13.1 C
Bhubaneswar

ସିବିଏସଇ ଦଶମ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଘଟଣା; ବୋର୍ଡ଼ ପକ୍ଷରୁ ବିଶେଷଜ୍ଞ କମିଟି ଗଠିତ

ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼(ସିବିଏସଇ)ର ଦଶମ ଶ୍ରେଣୀ ଟର୍ମ-୧ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଅଭିଯୋଗ ଘଟଣାର ଅନୁଧ୍ୟାନ ପାଇଁ ସୋମବାର ବିଶେଷଜ୍ଞ କମିଟି ଗଠନ କରିଛି ସିବିଏସଇ। ଏନେଇ ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଶ୍ନପତ୍ର ଓ ଉତ୍ତରରେ ସାମଞ୍ଜସ୍ୟ ନଥିବାରୁ ଛାତ୍ରଛାତ୍ରୀମାନେ ଅସନ୍ତୁଷ୍ଟ ଅଛନ୍ତି। ଭୁଲ୍‌ ପ୍ରଶ୍ନପତ୍ର ସାଙ୍ଗକୁ ଠିକ୍‌ ମୂଲ୍ୟାୟନ ହୋଇ ନ ଥିବାରୁ ଛାତ୍ରଛାତ୍ରୀଙ୍କର ମାର୍କ କମିଯାଇଥିବା ଅଭିଭାବକ ଅଭିଯୋଗ ଆଣିଥିଲେ। ୨୪ ଘଣ୍ଟା ମଧ୍ୟରେ ବିଶେଷଜ୍ଞ କମିଟି ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯିବ ବୋଲି ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories