nua o banner

ରୋହିତଙ୍କ ଛକାରେ ଦର୍ଶକଙ୍କ ନାକର ହାଡ଼ ଭାଙ୍ଗିଲା

BSKY banner  750×100

ବେଙ୍ଗାଲୁରୁ  : ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦିବାରାତ୍ର ଗୋଲାପି ବଲ୍‌ ବିଶିଷ୍ଟ ଦିବାରାତ୍ର ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଶନିବାର ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଛକାରେ ଜଣେ ଦର୍ଶକ ଆହତ ହୋଇଥିଲେ। ଭାରତୀୟ ଦଳର ପ୍ରଥମ ଇନିଂସରେ ଏହି ଘଟଣା ଘଟିଥିଲା। ଶ୍ରୀଲଙ୍କା ଦ୍ରୁତ ବୋଲର ବିଶ୍ବା ଫର୍ଣ୍ଣାଣ୍ଡୋଙ୍କ ବଲକୁ ପୁଲ୍‌ କରି ବଡ ଛକା ମାରିଥିଲେ ରୋହିତ। ଡି କର୍ପୋରେଟ ବକ୍ସ​‌େ​‌ର ବସିଥିବା ୨୨ ବର୍ଷୀୟ ପୁରୁଷ ଦର୍ଶକଙ୍କ ନାକରେ ବଲ ବାଜିଥିଲା। ଉକ୍ତ ଦର୍ଶକ ଜୋରରେ ପାଟି କରିଥିଲେ। ଉକ୍ତ ଦର୍ଶକଙ୍କୁ ପ୍ରଥ​‌େ​‌ମ ଚିକିତ୍ସା ପରେ ତାଙ୍କୁ ସ୍ଥାନୀୟ ହୋସମତ ଡାକ୍ତରଖାନାକୁ ନିଆଯାଇଥିଲା। ରିପୋର୍ଟରେ ତାଙ୍କର ନାକର ହାଡ ଭାଙ୍ଗିଥିବା ହୋସମତ୍‌ ହସ୍ପିଟାଲର ନିର୍ଦେଶକ ଡ. ଅଜିଥ ବେଣ୍ଡିକ୍ଟ ରିୟାନ କହିଛନ୍ତି।

Comments are closed.