ବିଜେପି ସଭ୍ୟଙ୍କ ହଟ୍ଟଗୋଳ; ଦିନକ ପାଇଁ ଗୃହ ମୁଲତବୀ

0

ଭୁବନେଶ୍ୱର :  ବିଧାନସଭାରେ ବିଜେପି ସଭ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବାରମ୍ବାର ଗୃହକାର୍ଯ୍ୟ ବାଧାପ୍ରାପ୍ତ ହେବାରୁ ଶେଷରେ ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି।

ବୁଧବାର ବିଧାନସଭାରେ ବିଜେପି ସଭ୍ୟମାନେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ  ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀକୁ ନେଇ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ପ୍ରଦୀପ ଅମାତ ଗୃହକୁ ତିନିଥର ମୁଲତବୀ ରଖିବା ପରେ ଶେଷରେ ଗୁରୁବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ବୁଧବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ସଭ୍ୟମାନେ ବାନାବିରା ଗୁଳିକାଣ୍ଡ ଘଟଣାରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ  ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀ ଘଟଣାକୁ ନିନ୍ଦା କରିବା ସହ ଏହାର ସିବିଆଇ ତଦନ୍ତ ଦାବି କରି ହୋ ହଲ୍ଲା କରିଥିଲେ । ବାଚସ୍ପତି  ପ୍ରଥମେ ସାଢ଼େ ୧୧ଟା ପର୍ଯ୍ୟନ୍ତ ଓ ଦ୍ୱିତୀୟରେ ଅପରାହ୍ଣ ୧୨ଟା ୧୦ ମିନିଟ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ଦିନ ୧୨ଟା ୧୦ ମିନିଟ ପରେ ପୁଣି  ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିଜେପି ସଦସ୍ୟମାନେ ଏହି ପ୍ରସଙ୍ଗକୁ ନେଇ ହୋ ହଲ୍ଲା କରିବାରୁ ବିଚସ୍ପତି ଶ୍ରୀ ଅମାତ ଗୃହକୁ ଅପରାହ୍ଣ  ୩ଟା ଯାଏ ମୁଲତବୀ ରଖିଥିଲେ। ୩ଟା ରେ ପୁଣି ଗୃହ  ପୁଣି କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଅନୁରୂପ ପରିସ୍ଥିତି ଲାଗି ରହିବାରୁ ବାଚସ୍ପତି ଗୁରୁବାର ପର୍ଯ୍ୟନ୍ତ  ମୁଲତବୀ ରଖିଛନ୍ତି।

 

Leave A Reply