www.samajalive.in
Monday, December 15, 2025
16.1 C
Bhubaneswar

ଅତାବିରାରେ ଦୁଇଟି କେନ୍ଦ୍ରରେ ପଠାଣି ସାମନ୍ତ ମେଧା ଗଣିତ ପରୀକ୍ଷା

ରେଙ୍ଗାଲିକେମ୍ପ୍: ଅତାବିରା ବ୍ଲକର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଓ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡଙ୍କ ନିର୍ଦ୍ଦେଶ କ୍ରମେ ପଠାଣି ସାମନ୍ତ ମେଧା ଗଣିତ ପରୀକ୍ଷା ସମ୍ପନ୍ନ ହୋଇ ଯାଇଛି। ଏଥିରେ ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟେଜ-୧ ଓ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟେଜ-୨ ପରୀକ୍ଷା କରାଯାଇଥିଲା। ଏହି ଦୁଇ କେନ୍ଦ୍ର ମଧ୍ୟରୁ ବାଳିକା ଉଚ୍ଚ ବିଦ୍ୟାଳୟରେ ଷ୍ଟେଜ ୧ରେ ୧୧୬ ଜଣ ଓ ଷ୍ଟେଜ ୨ରେ ୫୧ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଷ୍ଟେଜ ୧ରେ ୯୯ ଜଣ ଓ ଷ୍ଟେଜ ୨ରେ ୬୪ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରା ଅଧିକ୍ଷକ ଓ ଡେପୁଟି ଭାବରେ ବିଦ୍ୟୁତ୍ ପ୍ରଭା ମିଶ୍ର ଏବଂ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ମନୋଜ ହରପାଲ୍ ଅଧିକ୍ଷକ ଓ ସୁପ୍ରଭା ସାହୁ ଡେପୁଟି ଦାୟିତ୍ଵ ତୁଲାଇ ଥିଲେ। ଉଭୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories