ରେଙ୍ଗାଲିକେମ୍ପ୍: ଆଜି ଅତାବିରାରେ ପଞ୍ଚାୟତ ସମିତିର ଅଧ୍ୟକ୍ଷା ନିର୍ବାଚନ ହେବ। ପଞ୍ଚାୟତ ନିର୍ବାଚନର ଫଳାଫଳ ଘୋଷଣା ପରେ ଗତ ୨୭ ତାରିଖରୁ ସମିତି ସଭ୍ୟସଭ୍ୟାମାନେ ଅଜ୍ଞାତ ବାସରେ ଯାଇଥିଲେ। ନବ ନିର୍ବାଚିତ ଆଶାୟୀ ପ୍ରାର୍ଥୀମାନଙ୍କୁ ଅଜ୍ଞାତବାସରେ ରଖାଯାଇଛି। ତେବେ ଆଜି ନିର୍ବାଚନ ଅଧିକାରୀଙ୍କ ନିକଟରେ ସିଧାସଳଖ ଉପସ୍ଥିତ ହୋଇ ଭୋଟ ଦେବେ ଅଧ୍ୟକ୍ଷା ପଦପାଇଁ। ସମିତି ସଭ୍ୟସଭ୍ୟାମାନଙ୍କୁ ବିଭିନ୍ନ ସ୍ଥାନରେ ରଖି ରାଜନୈତିକ ଦଳମାନେ ତାଙ୍କୁ ଅନେକ ଦର୍ଶନୀୟ ସ୍ଥାନ ଦର୍ଶନ କରାଉଥିବା ଜଣାପଡିଛି। ତେବେ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ସପକ୍ଷରେ ଭୋଟ ଦେଇ ନିର୍ବାଚିତ କରିବା ପାଇଁ ସମସ୍ତ ପଥ ପରିଷ୍କାର ହୋଇ ସାରିଛି। କେବଳ କେତେ ଜଣ ପ୍ରାର୍ଥୀ ଅଧ୍ୟକ୍ଷା ଦୌଡ଼ରେ ଅଛନ୍ତି ତାହା ନିର୍ବାଚନ ଫଳାଫଳ ପରେ ଜଣାଯିବ।
Popular Categories



