ଉତ୍କର୍ଷର ୯୯ ବର୍ଷ : ପିପିଲି ବ୍ଲକସ୍ତରୀୟ ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା

0

ପିପିଲି : ‘ସମାଜ’ର ୯୯ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପିପିଲି ବ୍ଲକ ସ୍ତରୀୟ ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ରବିବାର ପିପିଲି ନୋଡାଲ ହାଇସ୍କୁଲ ଠାରେ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩ଟି ବିଭାଗରେ ସର୍ବମୋଟ୍‍ ୨୨୪ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।
ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ବରିଷ୍ଠ ବିଭାଗର ‘ବର୍ଷା’ ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗିତାରେ ୮୧ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ଗୋବିନ୍ଦପୁର ଆଦର୍ଶ ନୋଡାଲ ୟୁପି ସ୍କୁଲର ଛାତ୍ରୀ ପୁନ୍ୟାସା ପ୍ରିୟଦର୍ଶିନୀ ପରିଡା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଗୁଡିଆପୋଖରୀର ଛାତ୍ର ଆଦିତ୍ୟ ସ୍ୱାଇଁ ଦ୍ୱିତୀୟ ସ୍ଥାନ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପିପିଲିର ଚୌଧୁରୀ ଜ୍ୟୋତିର୍ମୟୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ତୃତୀୟ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ କନିଷ୍ଠ ବିଭାଗର ‘ଆମଘର’ ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗିତାରେ ୯୬ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ସେଣ୍ଟ ଜାଭିୟର ହାଇସ୍କୁଲ, ପିପିଲିର ଛାତ୍ର ବିଦ୍ୟା ଜୈନ ପ୍ରଥମସ୍ଥାନ ଅଧିକାର କରିଥିବା ବେଳେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପିପିଲିର ଛାତ୍ରୀ ଅନ୍ୱେଷା ପ୍ରିୟଦର୍ଶିନୀ ସାହୁ ଦ୍ୱିତୀୟ ସ୍ଥାନ ଓ ସେଣ୍ଟ ଜାଭିୟର ହାଇସ୍କୁଲ, ପିପିଲିର ଛାତ୍ରୀ ପ୍ରତିକ୍ଷା ସ୍ୱେତପଦ୍ମା ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ‘ଛାତ୍ର ଓ ଶିକ୍ଷକଙ୍କ ଆଦର୍ଶ ଗୋପବନ୍ଧୁ’ ଶୀର୍ଷକ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ୪୭ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋବିନ୍ଦପୁର ହାଇସ୍କୁଲର ଛାତ୍ରୀ ସୁନନ୍ଦା ପଣ୍ଡା ପ୍ରଥମସ୍ଥାନ ଅଧିକାର କରିଥିବା ବେଳେ ପିପିଲି ନୋଡାଲ ହାଇସ୍କୁଲର ଛାତ୍ରୀ ସୁକନ୍ୟା ଦେବତା ଦ୍ୱିତୀୟ ସ୍ଥାନ ଓ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ, ଦାଣ୍ଡମୁକୁନ୍ଦପୁରର ଛାତ୍ରୀ ଶିବାନୀ ଚୌଧୁରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ଏହି ଅବସରରେ ପିପିଲି ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରଷ୍କାର ବିତରଣ ଉତ୍ସବରେ ଅତିଥି ଭାବେ ବିଶିଷ୍ଠ ମାନବାଧିକାର କର୍ମୀ ଶ୍ରୀଅଖଣ୍ଡ, ଡାକ୍ତର ତପନ କୁମାର ଦାଶ, ଶିକ୍ଷାବିତ୍‍ ବିନୋଦ ପ୍ରମାଣିକ, ସନ୍ତୋଷ କୁମାର ମିଶ୍ର, ସତ୍ୟାନନ୍ଦ ଦାଶ,ନିରଞ୍ଜନ କର,ବାଣୀବନ୍ଦନା ଦଳାଇ, ସଞ୍ଜୁକ୍ତା ମହାପାତ୍ର, ସମାଜସେବୀ ନବକିଶୋର ମହାନ୍ତି, ସୁସାହିତ୍ୟିକ ବିପିନ ବେହେରା, ସାମ୍ବାଦିକ ହେମନ୍ତ କୁମାର ସେଠୀ ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ସ୍ମୃତିଚାରଣ କରିଥିଲେ। ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ଖବରକାଗଜ ‘ସମାଜ’ ରାଜ୍ୟର ଦୁସ୍ଥ, ଗରିବ ଓ ଅସହାୟ ରୋଗୀର ଜୀବନ ରକ୍ଷା କରିବା, ରାଜ୍ୟର ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବାରେ ଓ ଦୈବଦୁର୍ବିପାକରେ ପୀଡିତ ଜନତାଙ୍କ ପାଇଁ ସହାୟକ ହୋଇପାରିଥିବା ସଂପର୍କରେ ଆଲୋକପାତ କରିଥିଲେ। ଆଧୁନିକ ସମାଜ ଉପରେ ସମସ୍ତଙ୍କ ନଜର ଥିବା ବେଳେ ଭବିଷ୍ୟତର ସମାଜ ପାଇଁ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ଭଲ ମଣିଷ ଭାବେ ନିଜକୁ ଗଢି ତୋଳିବା ଦିଗରେ ସମସ୍ତେ ଅଧିକ ଯତ୍ନବାନ ହେବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପରାମର୍ଶ ଦେଇଥିଲେ।
ଏହି ଅବସରରେ କୃତି ପ୍ରତିଯୋଗୀମାନଙ୍କୁ ଆର୍ଥିକ ପୁରଷ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ସାନ୍ତ୍ୱନାମୂଳକ ପୁରସ୍କାର ଭାବେ ବରିଷ୍ଠ ବିଭାଗ ଚିତ୍ରାଙ୍କନ ପ୍ରତିଯୋଗିତାରେ ଗୋବିନ୍ଦପୁର ଆଦର୍ଶ ନୋଡାଲ ୟୁପି ସ୍କୁଲର ସୀମାଲି ପ୍ରଧାନ, ବିଶ୍ୱଜିତ ପଣ୍ଡା, ଜସ୍ମିନ ମହାରଣା, ୟଙ୍ଗ ଫୋଏନିକ୍ସ ସ୍କୁଲ- ପିପିଲିର ସତ୍ୟମ ଶ୍ରୀନାୟକ, ବାଣୀ ବିଦ୍ୟାମନ୍ଦିର-ପିପିଲିର ଅନୀତା ମିଶ୍ର, ପିତବାସ ୟୁଜିୟୁପି ସ୍କୁଲ-ଦାଣ୍ଡମୁକୁନ୍ଦପୁରର ରଚିତା ଦାସ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର-ପିପିଲିର ସତ୍ୟଜିତ ବରାଳ, କନିଷ୍ଠ ବିଭାଗ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିବେକାନନ୍ଦ ଶିକ୍ଷାକେନ୍ଦ୍ର-ପିପିଲିର ମହେଜବି ସୁଲତାନ, ଗୋବିନ୍ଦପୁର ଆଦର୍ଶ ନୋଡାଲ ୟୁପି ସ୍କୁଲର ଜଗନା ନାୟକ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର-ପିପିଲିର ପ୍ରଜ୍ଜ୍ୱଳ ପଣ୍ଡା, ସେଣ୍ଟ ଜାଭିୟର ହାଇସ୍କୁଲ-ପିପିଲିର ଲିପାଲି ବିଦ୍ୟା ବିଭୂଷିତା, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର-ଗୁଡିଆପୋଖରୀର ପାର୍ବତୀ ଜେନା, କ୍ଷେତ୍ରପାଳୀ ସରକାରୀ ପ୍ରାଥମିକ ବିଦ୍ୟାଳୟ-ଦାଣ୍ଡମୁକୁନ୍ଦପୁରର କାହ୍ନା ବେହେରା ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର-ପିପିଲିର ତନିଷା ପ୍ରଧାନ ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗୀତାରେ ଗୋବିନ୍ଦପୁର ଆଦର୍ଶ ନୋଡାଲ ୟୁପି ସ୍କୁଲର ଶୁଭଶ୍ରୀ ମୁଦୁଲି, ତେଇସିପୁର ହାଇସ୍କୁଲର ଗୌରବ ପ୍ରୟାସ ରଥ, ଜବାହର ବିଦ୍ୟାପୀଠର ଆଦିତ୍ୟ ରଞ୍ଜନ ବାରିକ, ପୀତବାସ ୟୁଜିୟୁପି ସ୍କୁଲର ଶୁଭଶ୍ରୀ ବେହେରା, ପଦ୍ମାବତୀ ଉଚ୍ଚ ବିଦ୍ୟାପୀଠର ସୁନୀତା ସ୍ୱାଇଁ, ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲର ବିଷ୍ଣୁପ୍ରୀୟା ସ୍ୱାଇଁ ଓ ପିପିଲି ନୋଡାଲ ହାଇସ୍କୁଲର ଛାତ୍ରୀ ଶୋଭନା ଦେବତାଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇ ସଂବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମାନବାଧିକାରକର୍ମୀ ଶ୍ରୀଅଖଣ୍ଡ, ପିପିଲି ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ମହାନ୍ତି,ସହକାରୀ ଶିକ୍ଷକ ବିନୋଦ ପ୍ରମାଣିକ, ସତ୍ୟାନନ୍ଦ ଦାଶ, ସଖାୱତ ଅଲ୍ଲୀ ଖାଁ, ତପସ୍ୱିନୀ ପରିଡା, ସୁରଞ୍ଜିକା ବସନ୍ତ ମଞ୍ଜରୀ ସ୍ୱାଇଁ, ଜାଭିୟର ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ବାଣୀବନ୍ଦନା ଦଳାଇ, ଡେଲାଙ୍ଗ ବ୍ଳକ ଖଣ୍ଡିମଙ୍ଗଳପୁର ୟୁପି ସ୍କୁଲର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ମିଶ୍ର, ଭାଣପୁର ହାଇସ୍କୁଲର ସହକାରୀ ଶିକ୍ଷକ ନିରଞ୍ଜନ କର ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ସାମ୍ବାଦିକ ହେମନ୍ତ ସେଠୀ, ପିପିଲି ମହୋତ୍ସବ କମିଟିର ଶଙ୍କର୍ଷଣ ପ୍ରଧାନ, ଶ୍ରୀଧର ନାୟକ, ଜଗବନ୍ଧୁ ଦାସ, ନୃସିଂହ ଚରର ସାହୁ, ବ୍ରହ୍ମାନନ୍ଦ ପ୍ରଧାନ,ବ୍ରଜକିଶୋର ପ୍ରଧାନ, ନୀଳକଣ୍ଠ ବରାଳ, ସ୍ୱରାଜ ରଥ, ଶରତ ପରିଡା, ଦୁର୍ଯ୍ୟଧନ ସ୍ୱାଇଁ, ପିପିଲି ହାଇସ୍କୁଲର ଛଇଳ ପ୍ରଧାନ, ସୂର୍ଯ୍ୟକାନ୍ତି ଦେଇ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିବା ବେଳେ ପିପିଲିର ସମାଜ ପ୍ରତିନିଧି ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

kalyan agarbati
Leave A Reply