ରୁଷ ଆକ୍ରମଣ ହେବା ପରଠାରୁ ପ୍ରାୟ ୨୩ ଲକ୍ଷରୁ ଅଧିକ ସାଧାରଣ ନାଗରିକ ୟୁକ୍ରେନ ଛାଡିସାରିଥିବା ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି। ଏଥିରେ କୁହାଯାଇଛି ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ୟୁରୋପରେ ଏଭଳି ସଙ୍କଟ କେବେ ଦେଖାଯାଇନଥିଲା। ପ୍ରାୟ ୧୫ ଲକ୍ଷ ଲୋକ କେବଳ ପୋଲାଣ୍ଡକୁ ଚାଲିଯାଇ ସେଠାରେ ଆଶ୍ରୟ ନେଇଛନ୍ତି। ଏହା ବ୍ୟତୀତ ହଙ୍ଗେରୀକୁ ପ୍ରାୟ ୨ ଲକ୍ଷ, ସ୍ଲୋଭାକିଆକୁ ଦେଢଲକ୍ଷ ଲୋକ ପଳାଇ ଯାଇଛନ୍ତି। ଏଗୁଡିକ ବ୍ୟତୀତ ରୁଷ, ମଲଡୋଭା, ରୋମାନିଆ, ହଙ୍ଗେରୀ ଆଦି ରାଷ୍ଟ୍ରକୁ ମଧ୍ୟ ଅନେକ ଲୋକ ପଳାଇ ଯାଇଥିବା ଜଣାଯାଇଛି। କେବଳ ମାର୍ଚ୍ଚ ୭ ତାରିଖରେ ୧୭ ଲକ୍ଷରୁ ଅଧିକ ୟୁକ୍ରେନ ନାଗରିକ ଦେଶ ଛାଡିଥିବା ରିପୋର୍ଟରେ କୁହାଯାଇଛି।
Popular Categories



