www.samajalive.in
Monday, December 15, 2025
14.1 C
Bhubaneswar

ମହିଳା କ୍ରିକେଟ ବିଶ୍ବକପ: ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ

ହାମିଲଟନ  : ନ୍ୟୁଜିଲାଣ୍ଡରେ ଚାଲିଥିବା ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ବକପରେ ଭାରତ ପ୍ରଥମ ପରାଜୟ ବରଣ କରିଛି। ଗୁରୁବାର ହାମିଲଟନର ସିଡନ ପାର୍କରେ ଖେଳାଯାଇଥିବା ମ୍ୟାଚରେ ଆମେଲି କେର୍‌ଙ୍କ ଅଲ୍‌ରାଉଣ୍ଡର ପ୍ରଦର୍ଶନ ବଳରେ ନ୍ୟୁଜିଲାଣ୍ଡ ୬୨ରନରେ ଭାରତକୁ ପରାସ୍ତ କରିଛି। ଏହି ପ୍ରତିଯୋଗିତାରେ ନ୍ୟୁଜିଲାଣ୍ଡର ପ୍ରଥମ ବିଜୟ। ନ୍ୟୁଜିଲାଣ୍ଡ ବିଜୟ ପାଇଁ ଭାରତ ସମ୍ମୁଖରେ ୨୬୧ରନ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଭାରତ ହରମାନପ୍ରୀତ କୌରଙ୍କ ଲଢୁଆ ଅର୍ଦ୍ଧଶତକ ସତ୍ତ୍ବେ ୪୬.୪ ଓଭର ଖେଳି ୧୯୮ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ବୃହତ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭାରତ ପ୍ରାରମ୍ଭରୁ ଧିମା ବ୍ୟାଟିଂ କରିବା ସହିତ ୱିକେଟ ମଧ୍ୟ ହରାଇଥିଲା। ଶେଫାଳି ବର୍ମାଙ୍କ ବଦଳରେ ସ୍ମୃତି ମାନ୍ଧାନାଙ୍କ ସହ ୟାସ୍ତିକା ଭାଟିଆ ଓପନିଂ କରିବାକୁ ଓହ୍ଳାଇଥିଲେ। ଭାରତ ୨୬ରନରେ ଦୁଇଟି ୱିକେଟ ହରାଇଥିଲା। ମାନ୍ଧାନା ୨୧ଟି ବଲରୁ ୬ ଓ ଦୀପ୍ତି ଶର୍ମା ୧୩ଟି ବଲରୁ ୫ରନ କରି ଆଉଟ୍‌ ହୋଇଥିଲେ। ତୃତୀୟ ୱିକେଟରେ ୟାସ୍ତିକାଙ୍କ ସହ ଅଧିନାୟିକା ମିତାଲି ରାଜ୍‌ ୨୪ରନ ଯୋଡିଥିଲେ। ସ୍କୋର ୫୦ରନ ଥିବାବେଳେ ୟାସ୍ତିକା ଧିମା ବ୍ୟାଟିଂ କରି ୫୯ଟି ବଲରୁ ୨୮ରନ କରି ଆଉଟ୍‌ ହୋଇଥିଲେ। ଚତୁର୍ଥ ୱିକେଟ ପାଇଁ ମିତାଲି ଓ ହରମାନପ୍ରୀତ କୌର ୪୭ରନ ଯୋଡିଥିଲେ। ସ୍କୋର ୯୭ରନରେ ପହଞ୍ଚିଥିବାବେଳେ ମିତାଲି ୩୧ରନ କରି ଆଉଟ୍‌ ହୋଇଥିଲେ। ଭାରତ ୯୭ରନରେ ମଧ୍ୟ ପଞ୍ଚମ ୱିକେଟ ହରାଇଥିଲା। ଷଷ୍ଠ ୱିକେଟ ଯୋଡ଼ି​‌େ​‌ର ହରମାନପ୍ରୀତ ଓ ସ୍ନେହ ରଣା ୩୦ରନ ଯୋଡିଥିଲେ। ୧୨୭ରନ ସ୍କୋର ଥିବାବେଳେ ସ୍ନେହ ୧୮ରନ କରି ଆଉଟ୍‌ ହୋଇଥିଲେ। ଗୋଟିଏ ପଟେ ହରମାନପ୍ରୀତ ଦୃଢତାର ସହିତ ବ୍ୟାଟିଂ ଜାରି ରଖିଥିବାବେଳେ ଅନ୍ୟପଟୁ କୌଣସି ସହାୟତା ମିଳିନଥିଲା। ଦଳ ଶେଷ ୪ ୱିକେଟରେ ୭୧ରନ ସଂଗ୍ରହ କରିଥିଲା। ହରମାନପ୍ରୀତ ୬୩ଟି ବଲରୁ ୬ଟି ଚୌକା ଓ ୨ଟି ଛକା ସହାୟତାରେ ସର୍ବାଧିକ ୭୧ରନ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଲିଆ ତାହୁହୁ ଓ ଆମିଲା କେର ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ ନେଇଥିଲେ। ଭାରତ ଟସ୍‌ ଜିତି ପ୍ରଥମେ ଫିଲ୍‌ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲାଣ୍ଡ ଆମି ସାଥେଟ୍‌ୱେଟ ୭୫ ଓ ଆମେଲି କେରଙ୍କ ୫୦ରନ ବଳରେ ୫୦ ଓଭର ଖେଳି ୯ ୱିକେଟ ବିନିମୟରେ ୨୬୦ରନ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ କେଟି ମାର୍ଟିନ ୪୧ ଓ ଶୋଫିଆ ଡିଭାଇନ ୩୫ରନ କରିଥିଲେ। ଭାରତ ପକ୍ଷରୁ ପୂଜା ବତ୍ସାକାର ୪ଟି,ଋତୁରାଜ ଗାଏକ୍ବାର୍ଡ ୨ଟି ଓ ଝୁଲଣ ଗୋସ୍ବାମୀ ଗୋଟିଏ ୱିକେଟ ନେଇଥିଲେ। ଆମି ସାଟେଥ୍‌ୱେଟଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ଭାରତ ପ୍ରଥମ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଥିବାବେଳେ ୧୨ରେ ତୃତୀୟ ମ୍ୟାଚ ୱେଷ୍ଟଇଣ୍ଡିଜ୍‌ ସହିତ ଖେଳିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories