ନୂଆଦିଲ୍ଲୀ : କୋଭିଡ-୧୯ ମହାମାରୀ ସଂକ୍ରମଣ ଏବଂ କୋଭିଡ ନିୟମ ଅନୁପାଳନକୁ ଦୃଷ୍ଟିରେ ରଖି ରେଳ ଯାତ୍ରୀଙ୍କ ଯାତାୟାତ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଥିଲା। ଏଥିରେ ଯ୍ରାତ୍ରୀଙ୍କ ବ୍ୟବହାର ପାଇଁ ଚଦର, କମ୍ବଳ ଯୋଗାଣ ଏବଂ ଟ୍ରେନ ଭିତରେ ପରଦା ଲଗାଇବା ଉପରେ କଟକଣା ଲାଗୁ ହୋଇଥିଲା।
ଏବେ ଭାରତୀୟ ରେଳବାଇ ଚଦର, କମ୍ବଳ ଯୋଗାଣ ଏବଂ ଟ୍ରେନ ଭିତର ପରଦା ଲଗାଇବା ଉପରେ ଲାଗୁ ହୋଇଥିବା କଟକଣାକୁ ତତ୍କାଳ ପ୍ରଭାବ ସହିତ ପ୍ରତ୍ୟାହାର କରିବା ଲାଗି ନିଷ୍ପତ୍ତି ନେଇଛି । କୋଭିଡ ପୂର୍ବବର୍ତ୍ତୀ ସମୟରେ ଏସବୁ ସାମଗ୍ରୀ ଯୋଗାଣ ଯେପରି ଭାବେ ହେଉଥିଲା ଏଣିକି ଠିକ୍ ସେହିପରି ଜାରି ରହିବ।



