www.samajalive.in
Monday, December 15, 2025
15.1 C
Bhubaneswar

ଖବର ପ୍ରକାଶ ପରେ ସାମ୍ବାଦିକଙ୍କୁ ଧମକ, ବଲାଙ୍ଗିର ଓ ସଇଁନ୍ତଲା ଥାନାରେ ଅଭିଯୋଗ

ବଲାଙ୍ଗିର: ଗୁରୁବାର ବଲାଙ୍ଗିର ଜିଲାର ବଲାଙ୍ଗିର ସହରାଞ୍ଚଳ ଥାନା ଓ ସଇଁନ୍ତଲା ଥାନାରେ ସାମ୍ବାଦିକଙ୍କୁ ଧମକଚମକ ସଂପର୍କରେ ୨ଟି ପୃଥକ ପୃଥକ ଅଭିଯୋଗ କରାଯାଇଛି। ଖବର ପ୍ରସାରଣ ଓ ପ୍ରକାଶନକୁ ନେଇ ସାମ୍ବାଦିକଙ୍କ ଉପରେ ଏଭଳି ଆକ୍ରୋଶକୁ ନେଇ ସାମ୍ବାଦିକ ମହଲରେ ନିନ୍ଦା ସହ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
ସୂଚନା ଅନୁସାରେ, ଜଣେ ଘରୋଇ ଟିଭି ସାମ୍ବାଦିକ ବେଆଇନ କାଠ କାରବାର ସଂପର୍କରେ ଖବର କରିଥିଲେ। ଏହି ଖବରକୁ ନେଇ ତାଙ୍କୁ ଅଜଣା ମୋବାଇଲ ନମ୍ବରରୁ ଫୋନ୍ ଆସିଥିଲା। ଫୋନ କରିଥିବା ବ୍ୟକ୍ତିଜଣକ ତାଙ୍କୁ ସାମ୍ବାଦିକତାର ପାଠ ପଢାଇବା ସହ ବେଆଇନ୍ କାଠ କାରବାର ନେଇ ଯୁକ୍ତି କରିଥିଲେ ଏବଂ କାର୍ଯ୍ୟରତ ଅନ୍ୟ ସାମ୍ବାଦିକମାନଙ୍କୁ ସମାଲୋଚନା କରିଥିଲେ। ଆପଣ ବାହାରୁ ଆସିଛନ୍ତି, ଠିକ୍ ଭାବେ ରୁହନ୍ତୁ; ଅନ୍ୟଥା ବିପଦର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଧମକ ଦେଇଥିଲେ। ଏ ସମ୍ପର୍କରେ ଘରୋଇ ଟିଭି ସାମ୍ବାଦିକ ଓ ଅନ୍ୟମାନେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତୋଫାନ ବାଗ, ସହରାଞ୍ଚଳ ଥାନା ଅଧିକାରୀ କେ.ପ୍ରିୟଙ୍କା ରାଉତରାୟଙ୍କୁ ସାକ୍ଷାତ କରିବା ସହ ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଲିଖିତ ଅନୁରୋଧ କରିଛନ୍ତି।

 

- Advertisement -

ସେହିପରି ସଇଁନ୍ତଲା ଥାନା ବଡମାଳ ଫାଣ୍ଡି ଅଞ୍ଚଳରେ ରେଳ ଟିକେଟ କଳାବଜାର କରୁଥିବା ଅଭିଯୋଗରେ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ବିଭାଗ ଉଠାଇ ନେଇଥିବା ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଏ ସମ୍ପର୍କରେ ମଧ୍ୟ ଜଣେ ସାମ୍ବାଦିକଙ୍କୁ ଫୋନ୍ କରି ଦୁର୍ବ୍ୟବହାର ତଥା ଗାଳିଗୁଲଜ କରାଯାଇଥିଲା। ଏନେଇ ପ୍ରତିକ୍ରିୟା ପ୍ରକାଶ କରି ସାମ୍ବାଦିକମାନେ ସଇଁନ୍ତଲା ଥାନାରେ ପହଞ୍ଚିଥିଲେ। ଥାନା ଅଧିକାରୀ ଅବନୀ ସାହୁଙ୍କୁ ସାକ୍ଷାତ କରି ଅଭିଯୋଗପତ୍ର ଦେଇଥିବା ଜଣାପଡିଛି। ସାମ୍ବାଦିକମାନଙ୍କୁ ଖବର ପ୍ରସାରଣ ଓ ପ୍ରକାଶନ ଦିଗରେ ବାଧା ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ସୁରକ୍ଷା ଦେବାକୁ ସାମ୍ବାଦିକ ସଂଘ ତଥା ଅନ୍ୟାନ୍ୟ ସଂଗଠନମାନେ ଦାବି କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories