www.samajalive.in
Monday, December 15, 2025
15.1 C
Bhubaneswar

ମଦ ବୋତଲ ଠିପି ଗିଳି ଦେଲା ତମ୍ପ, ସର୍ଜରି ପରେ ବାହାର କଲେ ଡାକ୍ତର

ଭୁବନେଶ୍ୱର: ଆଜି ସକାଳେ ନିର୍ମାଣ ଶ୍ରମିକ ମାନେ ଏକ ସାପ ଦେଖି ବାସୁଆଘାଇ ଅଞ୍ଚଳରେ ଘର ତୋଳୁଛନ୍ତି ଆଶୁତୋଷ ଦାସଙ୍କୁ ଜଣାଇଥିଲେ। ଆଶୁତୋଷଙ୍କ ଠାରୁ ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅରୁଣ କୁମାର ବରାଳ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହାପରେ ସେ ବହ୍ଲା ପଟା ଭିତରେ ପଶିଥିବା ଏକ ସାଢ଼େ ୩ ଫୁଟ ଲମ୍ବର ତମ୍ପ ସାପ ଉଦ୍ଧାର କରିଥିଲେ।  ସାପକୁ ଧରିବା ସମୟରେ ସାପଟିର ଦୁର୍ବଳ ସ୍ୱାସ୍ଥ୍ୟ ସାଙ୍ଗକୁ ପେଟରେ ଏକ ଆବୁ ଭଳି କଣ ଜିନିଷ ରହିଥିବା ସେ ଦେଖିବାକୁ ପାଇଥିଲେ।  ସାପଟି କିଛି ଗୋଟେ ଅଖାଦ୍ୟ ଗିଳିଥିବା ସନ୍ଦେହ କରି ତାକୁ ବ୍ୟାଗରେ ଭର୍ତ୍ତି କରି ସ୍ନେକ ହେଲ୍ପ ଲାଇନ କାର୍ୟ୍ୟାଳୟକୁ ଆଣିଥିଲେ। ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ତଥା ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ ସାପଟିକୁ ପରୀକ୍ଷା କରି କିଛି ଗୋଟେ କଠିନ ପଦାର୍ଥ ତା’ ପେଟ ଭିତରେ ଥିବାର ଅନୁମାନ କରିଥିଲେ।  ଏହାପରେ ଶ୍ରୀମଲ୍ଲିକ ସାପ ଟିକୁ ଓୟୁଏଟି ସ୍ଥିତ ଭେଟେରିନାରି କଲେଜକୁ ପରୀକ୍ଷା ପାଇଁ ନେଇଥିଲେ।

 

- Advertisement -

ଓୟୁଏଟିରେ ଭେଟେରିନାରି ସର୍ଜରୀ ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡାକ୍ତର ଇନ୍ଦ୍ରମଣୀ ନାଥ ପ୍ରଥମେ ସାପଟିର ଏକ୍ସରେ କରାଇଥିଲେ।  ଏକ୍ସରେ ରିପୋର୍ଟରେ ସାପର ପେଟ ଭିତରେ କିଛି ଗୋଟେ ବଳୟ ଭଳି ପଦାର୍ଥ ଥିବା ଦେଖା ଯାଇଥିଲା। ସେହି ବଳଭ ଭଳି କଠିନ ପଦାର୍ଥ କାଢ଼ିବା ପାଇଁ ସାପକୁ ଅପରେସନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସାପକୁ ପ୍ରଥମେ ଆନାସ୍ଥେସିଆ ଇଂଜେକସନ ଦେବା ପରେ ଡାକ୍ତର ଇନ୍ଦ୍ରମଣୀ ନାଥ, ଡାକ୍ତର ସିଦ୍ଧାର୍ଥ ଶଙ୍କର ବେହେରା ଏବଂ ଅନ୍ୟ ପିଜି ଛାତ୍ର ମାନଙ୍କ ସହିତ ମିଶି ସର୍ଜରି ଆରମ୍ଭ କରିଥିଲେ। ଯତ୍ନର ସହିତ ସାପ ଟିର ପେଟ ପାଖରେ ୨ ପରସ୍ତ କାଟିବା ପରେ ନୀଳ ରଙ୍ଗର ଏକ ପଦାର୍ଥ ଦେଖା ଯାଇଥିଲା ଏବଂ ପରବର୍ତ୍ତି ସମୟରେ ତାହା ଏକ ବୋତଲର ପ୍ଲାଷ୍ଟିକ ଠିପି ବୋଲି ସ୍ପଷ୍ଟ ହୋଇଥିଲା।  ଫୋରସେପ ସହାୟତାରେ ଧରି ଧୀରେ ଧୀରେ ସେଇ ଠିପିଟିକୁ ବାହାର କରାଯାଇଥିଲା।  ଠିପି ଟିକୁ ପରୀକ୍ଷା କରିବା ପରେ ତାହା ଇମ୍ପେରିଆଲ ବ୍ଲୁ ହ୍ବିସ୍କି ବୋତଲର ଠିପି ବୋଲି ଚିହ୍ନଟ କରାଯାଇଥିଲା। ସାପଟିର ଅପରେସନ ସରିବା ପାଇଁ ପ୍ରାୟ ଦେଢ଼ ଘଣ୍ଟା ସମୟ ଲାଗିଥିଲା। ଅପରେସନ ସମୟରେ ସାପ ମୁଣ୍ଡକୁ ରିଷ୍ଟ୍ରେନିଂ ଟ୍ୟୁବ ଭିତରେ ଭର୍ତ୍ତି କରି ଡାକ୍ତର ମାନଙ୍କୁ ଚିନ୍ତା ମୁକ୍ତ କରିଥିଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଆଶିଷ କୁମାର ବେହେରା।

ସାପଟି ଆନାସ୍ଥେସିଆ ପ୍ରଭାବରୁ ମୁକ୍ତ ହେବା ପରେ ତା’ର ସ୍ବାସ୍ଥ୍ୟ ଦୁର୍ବଳ  ହୋଇଯାଇଥିଲା। ଫଳରେ ପ୍ରାୟ ୩୦ ମିନିଟ ପର୍ୟ୍ୟନ୍ତ ସାପଟିକୁ ଅକ୍ସିଜେନ ଦିଆଯାଇଥିଲା। ଏହାପରେ ସାପଟି ଅପରେସନ ଟେବୁଲରେ ବୁଲାବୁଲି ମଧ୍ୟ କରଥିଲା।  ସାପଟିକୁ ଆଣ୍ଟିବାୟୋଟିକ ଏବଂ ପେନ କିଲର ଇଂଜେକସନ ଦିଆଯାଇଛି ଏବଂ ଖୁବ ଶୀଘ୍ର ସୁସ୍ଥ ହେବ ବୋଲି ଆଶା କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories