ଉତ୍ତରାଖଣ୍ଡରେ ବିଜେପି ଓ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ପରାଜୟ – ଭାଙ୍ଗିଲା ୨୦ ବର୍ଷର ଧାରା
ନୂଆଦିଲ୍ଲୀ – ଉତ୍ତରପ୍ରଦେଶରେ ଏକ ପୁରୁଣା ପରମ୍ପରା ଭାଙ୍ଗିଛି । ଆଗରୁ ଗୋଟିଏ ପାଳି କଂଗ୍ରେସର ବେଳେ ଅନ୍ୟ ପାଳି ବିଜେପିର ସରକାର ଗଠନ ହେଉଥିଲା । ମାତ୍ର ୨୦୧୭ରେ ବିଜେପିର ସରକାର ଥିବା ବେଳେ ୨୦୨୨ରେ ପୁଣି ବିଜେପି ଶାସନ କ୍ଷମତାକୁ ଆସିଛି । ହେଲେ ବିଜେପିର ମୁଖ୍ୟମନ୍ତ୍ରୀ ଥିବା ପୁଷ୍କର ସିଂ ଧାମି ଖଟୀମା ନିର୍ବାଚନ ମଣ୍ଡଳୀରୁ ହାରିଯାଇଛନ୍ତି ।
କଂଗ୍ରେସକୁ ଦୁଇଟି ଝଟକା ଲାଗିଛି । ଉତ୍ତରଖଣ୍ଡରେ ବେଶ୍ ଭଲ ପ୍ରଦର୍ଶନ କରିବାକୁ ଦଳ ଆଶା ରଖିଥିବା ବେଳେ ଏହା ସଫଳ ହୋଇନାହିଁ । ଏହା ସହ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାବତ ମଧ୍ୟ ନିର୍ବାଚନରେ ହାରି ଯାଇଛନ୍ତି ।
ପୁଷ୍କର ଧାମୀ ଖଟୀମାରେ ଦୁଇଥର ନିର୍ବାଚିତ ହୋଇଥିଲେ । ସେ ମୁଖ୍ୟମନ୍ତ୍ରୀ ଭାବେ ଉତ୍ତରାଖଣ୍ଡରେ ନିର୍ବାଚନ ଲଢିଥିଲେ । ହେଲେ ନିଜ ଆସନରୁ ତାଙ୍କୁ ପରାଜୟ ବରଣ କରିବା ପାଇଁ ପଡିଛି । ଏହା ସହ ବିଜେପିର ବରିଷ୍ଠ ନେତା ସତପାଲ୍ ମହାରାଜ ଚୌବଟାଖାଲ ନିର୍ବାଚନ ମଣ୍ଡଳୀରୁ ହାରିଯାଇଛନ୍ତି ।
କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହରୀଶ ରାବତ ଲାଲକୁଆଁରୁ ନିର୍ବାଚନ ହାରିଯାଇଛନ୍ତି ।
ବିଜେପି ଉତ୍ତରାଖଣ୍ଡରେ ୨୦ ବ୍ରଷ ଧରି ଚାଲି ଆସୁଥିବା ଏକ ଧାରାକୁ ଭାଙ୍ଗିଛି । ଏଠାରେ ଥରେ କଂଗ୍ରେସ ଏବଂ ଅନ୍ୟଥର ବିଜେପି ସରକାର ଗଠନ କରିଥାଏ । ହେଲେ ଚଳିତ ଥର ବିଜେପି ଲାଗତାର ଭାବ ଶାସନକୁ ଆସିଛି ।
Comments are closed.