www.samajalive.in
Sunday, December 7, 2025
14.1 C
Bhubaneswar

ମବ ଲିଞ୍ଚିଂ ମାମଲାର ବିଚାର ପାଇଁ ଗଠନ ହେବ ସ୍ୱତନ୍ତ୍ର ଅଦାଲତ

ନୂଆଦିଲ୍ଲୀ : ଗୋଚାଲାଣକାରୀ ଓ ପିଲା ଚୋର ସନ୍ଦେହରେ ଗୋଷ୍ଠୀବଦ୍ଧ ହତ୍ୟା (ମବ ଲିଞ୍ଚିଂ) ମାମଲାଗୁଡ଼ିକର ତ୍ୱରିତ ବିଚାର ପାଇଁ ପ୍ରତ୍ୟେକ ଜିଲାରେ ସ୍ୱତନ୍ତ୍ର ଅଦାଲତ ଗଠନ କରିବାକୁ ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର (ପ୍ରଶାସନ)ଙ୍କୁ ଅନୁରୋଧ କରିଛନ୍ତି ବୋଲି ସୁପ୍ରିମକୋର୍ଟରେ ଦାଖଲ କାର୍ଯ୍ୟାନୁଷ୍ଠାନ ରିପୋର୍ଟରେ କୁହାଯାଇଛି। ଏଭଳି ଘଟଣାକୁ ରୋକିବା ପାଇଁ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଏବଂ ତ୍ୱରିତ ପୁଲିସ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟସ୍ତରରେ କ୍ରାଇମବ୍ରାଞ୍ଚ ଆଇଜିଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି ବୋଲି ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଜଣାଇଛନ୍ତି। ସେହିପରି ଜିଲ୍ଲାସ୍ତରରେ ଆରକ୍ଷୀ ଅଧିକ୍ଷକ (ଏସପି)ମାନଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ମିଳିଛି ଏବଂ ରାଜ୍ୟର ୩୭ଟି ପୁଲିସ ଜିଲାର ଆରକ୍ଷୀ ଅଧିକ୍ଷକ ନୋଡାଲ ଅଧିକାରୀ ତାଲିକାରେ ଅଛନ୍ତି।
ଗୁଇନ୍ଦା ସୂଚନା ହାସଲ କରିବା ପାଇଁ ଜିଲାସ୍ତରରେ ସ୍ୱତନ୍ତ୍ର ପୁଲିସ ଟାସ୍କ ଫୋର୍ସ ଗଠନ କରାଯାଇଛି। ଗୋଚାଲାଣକାରୀ ଓ ପିଲା ଚୋର ସନ୍ଦେହରେ ଗୋଷ୍ଠୀବଦ୍ଧ ହତ୍ୟା (ମବ ଲିଞ୍ଚିଂ) ଘଟୁଥିବା ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିବା ପାଇଁ କ୍ରାଇମବ୍ରାଞ୍ଚ ଆଇଜିଙ୍କୁ ରାଜ୍ୟ ସରକାର ଦାୟିତ୍ୱ ଦେଇଛନ୍ତି। ବିଗତ ପାଞ୍ଚ ବର୍ଷର ତଥ୍ୟକୁ ଆଧାର କରି କ୍ରାଇମବ୍ରାଞ୍ଚ ଆଇଜି ଏହି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ତିନି ସପ୍ତାହ ମଧ୍ୟରେ ଚିହ୍ନଟ କରିବା ପାଇଁ କୁହାଯାଇଛି। ସେହିପରି ଜିଲାସ୍ତରରେ ଆରକ୍ଷୀ ଅଧିକ୍ଷକ ଜିଲାର ସମସ୍ତ ଥାନା ଅଧିକାରୀ ଓ ସ୍ଥାନୀୟ ଗୁଇନ୍ଦା ୟୁନିଟକୁ ନେଇ ପ୍ରତି ମାସରେ ଅତିକମ୍‍ରେ ଥରେ ବୈଠକ କରି ସ୍ଥିତି ପରଖିବା ପାଇଁ କୁହାଯାଇଛି। ବୈଠକରେ ଉପଦ୍ରବକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଗତିବିଧି ବିଷୟରେ ବିଶଦ ଭାବେ ଆଲୋଚନା କରାଯିବ। ସାମାଜିକ ଗଣମାଧ୍ୟମରେ କୌଣସି ଆପତ୍ତିଜନକ ଏବଂ ବିଭ୍ରାନ୍ତିକର ତଥ୍ୟକୁ ରୋକିବା ପାଇଁ ନୋଡାଲ ଅଧିକାରୀମାନେ ଆଇନ ଅନୁଯାୟୀ ପ୍ରତିଷେଧମୂଳକ ପଦକ୍ଷେପ ନେବେ। ସେହିପରି ଉଦ୍ଦେଶ୍ୟମୂଳକ ଭାବେ କୌଣସି ଧାର୍ମିକ ଓ ଜାତି ସମୁଦାୟଙ୍କୁ ଲକ୍ଷ୍ୟ କରାଯାଇ ସମାଜରେ ବିଷାକ୍ତ ବାତାବରଣ ସୃଷ୍ଟି କରିବା ପାଇଁ କେହି ଉଦ୍ୟମ କରୁଥିଲେ ନୋଡାଲ ଅଧିକାରୀମାନେ ତୁରନ୍ତ ପଦକ୍ଷେପ ନେଇ ରୋକିବେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories