ଶ୍ରୀନଗର ଓ ବିହାରରେ ୟୁକ୍ରେନ ଚିନ୍ତା

ଶ୍ରୀନଗର : କିଭ୍‌ରେ ରହୁଥିବା ପରିବାର ପାଇଁ ଚିନ୍ତାରେ ପଡ଼ିଛନ୍ତି ଜଣେ କାଶ୍ମୀରୀ ମହିଳା। ୟୁକ୍ରେନ୍‌ ପାଇଁ କାଶ୍ମୀରର ଜଣେ ମହିଳା କାହିଁକି ଚିନ୍ତାରେ ପଡ଼ିବେ ବୋଲି ପ୍ରଶ୍ନର ଉତ୍ତର ଖୋଜିଲେ ଜଣାପଡ଼ିବ ଯେ ବାସ୍ତବରେ ଏହି ମହିଳା ହେଉଛନ୍ତି କିଭ୍‌ର ମୂଳ ଅଧିବାସୀ। ତାଙ୍କ ପରିବାର ସେଠାରେ ଅବସ୍ଥାନ କରୁଛନ୍ତି। ସେ କାଶ୍ମୀରୀ ଯୁବକ ବିଲାଲ ଅହମ୍ମଦ ଭଟଙ୍କୁ ବିବାହ କରି ଶ୍ରୀନଗରରେ ବସବାସ କରୁଛନ୍ତି। ସମ୍ପୃକ୍ତ ମହିଳାଙ୍କ ନାଁ ଓଲେସିଆ ମଜୁର (୩୫)। ସେ ଶ୍ରୀନଗରର ବ୍ୟବସାୟୀଙ୍କୁ ବିବାହ କରି ଗତ ତିନି ବର୍ଷ ଧରି ଏଠାରେ ସୁନ୍ଦର ଜୀବନ ଅତିବାହିତ କରୁଛନ୍ତି।

prayash

ଏବେ ତାଙ୍କର ଦୁଇ ସନ୍ତାନ। କିଭ୍‌ରେ ତାଙ୍କର ୯୨ବର୍ଷୀୟା ବୁଢ଼ୀ ମାଆଙ୍କ ସହ ୬୫ବର୍ଷୀୟ ବାପା ଓ ୬୨ବର୍ଷୀୟା ମାଆ ତଥା ଅନ୍ୟ ପରିବାର ସଦସ୍ୟ ଅଛନ୍ତି। ତାଙ୍କ ପୈତୃକ ଗାଁ ସେଠାରୁ ୩୦୦କିମି ଦୂର। ସେଠାକୁ ସେମାନେ ଯୁଦ୍ଧ ଯୋଗୁ ଯାଇପାରୁ ନାହାନ୍ତି। ଘରୁ ମଧ୍ୟ ବାହାରକୁ ବାହାରିପାରୁ ନାହାନ୍ତି। ସେଥିଯୋଗୁଁ ଗତ ଦୁଇ ସପ୍ତାହ ହେଲା ତାଙ୍କୁ ନିଦ ହେଉ ନାହିଁ। ସବୁବେଳେ ସେ ସେମାନଙ୍କ ପାଇଁ ପ୍ରାର୍ଥନାରେ ବସୁଛନ୍ତି ବୋଲି କହନ୍ତି ଓଲେସିଆ। ସୂଚନାନୁଯାୟୀ, ପର୍ଯ୍ୟଟକ ଭାବେ ଆସିଥିବାବେଳେ ଗୋଆରେ ବିଲାଲଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ଏଇଥିରୁ ପ୍ରେମ ଓ ବିବାହ। ସ୍ବାମୀ ଅଧିକାଂଶ ସମୟ ଗୋଆରେ ରହୁଥିଲେ ବି ପ୍ରତି ମାସରେ କାଶ୍ମୀର ଆସନ୍ତି। ସେଭଳି ଆଉ ଏକ କାହାଣୀ ବିହାରରୁ ସାମ୍ନାକୁ ଆସିଛି।

ୟୁକ୍ରେନ୍‌ରେ ରହୁଥିବା ବିହାରର ସରମା ଜିଲାବାସୀ ରାକେଶ ଶଙ୍କର ସେଠାକାର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ରାକେଶ ଏବେ ଯୁଦ୍ଧ ଯୋଗୁଁ ୟୁକ୍ରେନ୍‌ର ଡନିପ୍ରୋସ୍ଥିତ ଏକ ବଙ୍କରରେ ଫସି ରହିଛନ୍ତି। ଜବାବହରଲାଲ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ ପରେ ସେ ୨୦୧୫ରେ ରୁଷିଆ ଭାଷା ଅଧ୍ୟୟନ ପାଇଁ ୟୁକ୍ରେନ ଯାଇଥିଲେ। ଏଥିସହିତ ସେ ଫରାସୀ ଓ ଜାପାନୀ ଭାଷା ଶିକ୍ଷା କରିଥିଲେ। ପରେ ସେ ୟୁକ୍ରେନରେ ଅନୁବାଦକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ସେଠାରେ ସେ ସ୍ଥାନୀୟ ଯୁବତୀ ଅସ୍କାନାଙ୍କୁ ପ୍ରେମ ବିବାହ କରିଥିଲେ। ସେମାନଙ୍କର ଏବେ ଦୁଇଟି ସନ୍ତାନ ଅଛନ୍ତି। ବିବାହ ପରଠାରୁ ସେ ନିଜ ଗାଁକୁ ଆସି ନାହାନ୍ତି। ସେ ଭାରତ ଆସିବାକୁ ଚାହୁଁଥିଲେ ବି ଆସିପାରୁ ନାହାନ୍ତି।

kalyan agarbati

Comments are closed.