ଶନିବାରରେ ଏହି ରାଶିର ଅତି ଶୁଭଫଳ -ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

ବିବାଦୀୟ ବିତର୍କରୁ ଦୂରେଇ ଯାଇପାରନ୍ତି। ଧନ, ଆଚ୍ଛାଦିନ, ଭୋଜନ, ଚତୁଷ୍ପଦ ପଶୁ କ୍ରୟ ଓ ପୌରୁଷ କର୍ମରେ ଧନ ବ୍ୟୟ କରିପାରନ୍ତି। କଥା ମଧୁର ହେଲେ, ପର ଆପଣାର ହେ​‌େ​‌ବ।

prayash

ସଫଳତାର ଶୀର୍ଷ ସ୍ପର୍ଶ କରିପାରନ୍ତି। ପତ୍ନୀଙ୍କଠାରୁ ସଜ୍ଜନଙ୍କଠାରୁ କୃଷି କର୍ମରୁ ସରକାରୀ ସ୍ତରରୁ ଓ ସତ୍‌କ୍ରିୟାରୁ ଧନ ମିଳିବ। ଅଧିକ ଜ୍ଞାନ ଅର୍ଜନ ପାଇଁ ତତ୍ପରତା ପ୍ରକାଶ ପାଇବ।
ସ୍ବକର୍ମ ଉପରେ ପ୍ରାଧାନ୍ୟ ଦେବେ। କୀର୍ତ୍ତିଯୁକ୍ତ ହୋଇପାରନ୍ତି। ତେଜୀୟାନ୍‌, କୃଷି କର୍ମକାରୀ ଓ ବ୍ରାହ୍ମଣ ପ୍ରୀତିକାରୀ ହୋଇପାରନ୍ତି। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳ ଦେଖାଦେବ।
କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ବ୍ରତ, ଉପବାସ, ନୀତିନିୟମ ପାଳନ, ତୀର୍ଥାଶ୍ରମ ଓ ସେବା କାର୍ଯ୍ୟରେ ଧର୍ମପ୍ରାପ୍ତ ହେବେ। କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିବେ।
ଧୈର୍ଯ୍ୟର ସହିତ ଆଜି ଉପୁଜିଥିବା ସମସ୍ୟାକୁ ସାମନା କରିବାକୁ ପଡ଼ିବ। ସରୀସୃପ, ବନଜନ୍ତୁ, ଚତୁଷ୍ପଦ ଶିଙ୍ଘ ଥିବା ପ୍ରାଣୀ ଓ ଚୋରଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ। ଶତ୍ରୁତାର ଅବସାନ ଘଟାଇ ପାରନ୍ତି।
ପୁତ୍ରହୀନା ହୋଇଥିଲେ ବି ସୁଶ୍ରୀ ପତ୍ନୀ, ଭୋଗପ୍ରିୟା, ଧନବତୀ, ବିନୟୀ ସତ୍ୟାଦିଯୁକ୍ତ ଓ ବାକ୍ୟ ବିଶାରଦ ହୋଇପାରନ୍ତି। ସମାଜସେବା ପ୍ରତି ଆକୃଷ୍ଟ ହେବେ। ବ୍ୟବସାୟ ଲାଭଜନକ ହେବ। ଧୈର୍ଯ୍ୟବାନ୍‌ ହେବେ।
ଧନ ପାଇଁ ଶତ୍ରୁତା ଉପୁଜିପାରେ। ବିଭିନ୍ନ ଉନ୍ନୟନ କାର୍ଯ୍ୟର କାର୍ଯ୍ୟକର୍ତ୍ତା, ବନ୍ଧୁପ୍ରିୟ ଓ ସାଧୁପ୍ରିୟ ହୋଇପାରନ୍ତି। ଶତ୍ରୁଦମନ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରିପାରନ୍ତି।
ସନ୍ତାନମାନେ ଭୋଗୀ ହେବେ। ସୁଶୀଳ ହେବେ। ଧନଯୁକ୍ତ ହୋଇପାରନ୍ତି। ପ୍ରଣୟୀ ଓ ସ୍ବକୁଳ ଧର୍ମରେ ଅନୁରକ୍ତ ହେବେ। ଆଗମ୍ୟ ଗମନ କରିପାରନ୍ତି। ପ୍ରତୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
କର୍ମକ୍ଷେତ୍ରରୁ, ଯୁଦ୍ଧାଦି ବିବାଦୀୟ ଅବସ୍ଥାରୁ, ସରକାରୀ ସେବା କ୍ଷେତ୍ରରୁ, ବାକ୍ୟ କଥନରୁ ଧନ ଲାଭ କରିପାରନ୍ତି। ଶ୍ରମ ଯେତେ କଠିନ ହେଉନା କାହିଁକି; ତା’ର ମୂଲ୍ୟାଙ୍କନ ହେବ। ଯାନବାହନ ସୁଖ ଅଛି।
କୁବଂଶର ବ୍ୟକ୍ତିଙ୍କ ସହିତ ମିତ୍ରତା କରିପାରନ୍ତି। ଧନଯୁକ୍ତ ହୋଇ ମଧ୍ୟ ନିର୍ଦ୍ଧନ ବ୍ୟକ୍ତିଭାବେ ଛଳନା କରିବେ। ଭ୍ରାତୃଯୁକ୍ତ ହେବେ। ଲଜ୍ଜା ପରିତ୍ୟାଗ କରିପାରନ୍ତି। ସରକାରୀ ସ୍ତରରୁ ଲାଭବାନ୍‌ ହେବେ।
ଫଳ, ପୁଷ୍ପ, ଜଳ, ସାଧୁସେବା ଓ ପରୋପକାର କରି ଧନପ୍ରାପ୍ତ ହେବେ। ସମ୍ବେଦନା ସହିତ ଯୋଡ଼ି ହୋଇ ସେବାର ସାର୍ଥକତା ଉପଲବ୍ଧି କରିପାରନ୍ତି। ନୀତିନିଷ୍ଠ, ମତିମାନ୍‌ ଓ ଚଞ୍ଚଳତାଯୁକ୍ତ ହେବେ।
ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ପୌଷ୍ଟିକ କର୍ମ ଓ ଅନ୍ୟାନ୍ୟ ମଙ୍ଗଳ କର୍ମାଦିରେ ନିରତ ହେବେ। ସୁସ୍ଥ ରହିବେ। ନୂଆ ବନ୍ଧୁ ଜୁଟିବେ।

kalyan agarbati

Comments are closed.