ଆସିଲା ମର୍ସିଡିଜ ବେଞ୍ଜ ସି-କ୍ଲାସର ନୂତନ ମଡେଲ କାର
ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ମର୍ସିଡିଜ ବେଞ୍ଜ ନୂଆ ମଡେଲ ବଜାର ପ୍ରବେଶ କରାଇଛି। ଏହାର ମୂଲ୍ୟ ୪୦ ଲକ୍ଷ ଟଙ୍କା ରହିଛି। ବଜାରରେ ବିଏମ୍ଡବ୍ଲ୍ୟୁ, ଅଡି, ଜଗୁଆର ଭଳି କାର ସହ ପ୍ରତିଯୋଗିତା କରିବକୁ ଦେଖିବାକୁ ମିଳିବ। ମିଳିଥିବା ସୂଚନା ଅନୁସାରେ, ସି-କ୍ଲାସର ମଡେଲ ପୂରୁଣା ମଡେଲ ସହ ବିଶେଷ ଭାବରେ ମିଶୁଥିବା ଦେଖିବାକୁ ମିଳିଛି। ନୂଆ ମଡେଲ କାରର ସମ୍ମୁଖ ପାଖରେ ହୀରା ଏକକ ସ୍ଲେଟ ଗ୍ରିଲ ରହିଛି। କାରର ପଛ ପାଖରେ ଏଲିଡି ହେଡଲ୍ୟାମ୍ପ ରହିଛି। ଏହି ନୂଆ କାରରେ ପେନାରୋମିକ ସନରୁଫ, ଡୁଆଲ-ଜୋନ କ୍ଲାଇମେଟ କଣ୍ଟ୍ରୋଲ, ଏଜିଲିଟି କଣ୍ଟ୍ରୋଲ ଓ ସ୍ମାର୍ଟଫୋନ ଇଣ୍ଟିଗ୍ରେସନ ଆଦି ସୁବିଧା ରହିଛି। ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ସାତଟି ଏୟାରବ୍ୟାଗ, ଅଟୋଟିପ ବ୍ରେକିଂ, ଅଟୋସନ ଆସିଷ୍ଟ, ଆକ୍ଟିଭ ପାର୍କିଂ ଆଦି ଅତ୍ୟାଧୁନିକ ସୁବିଧା ରହିଛି।